Hindi News >>Home >>Zee Odisha

Vegetable farm: 57 ବର୍ଷ ବୟସରେ ଅଷ୍ଟମ ପାସ ବ୍ୟକ୍ତି ଆରମ୍ଭ କଲେ ଚାଷ,ଏବେ ବର୍ଷକୁ ଆୟ ଏତିକି...

ଦକ୍ଷତା କୌଣସି ଡିଗ୍ରୀ ଆବଶ୍ୟକ କରେ ନାହିଁ। ଯଦି କୌ ଣସି କାର୍ଯ୍ୟ ସଂପୂର୍ଣ୍ଣ ଯୋଜନା ଏବଂ କାମ ସମ୍ବନ୍ଧିୟ  ଜ୍ଞାନ ସହିତ କରାଯାଇଥାଏ, ତେବେ ସଫଳତା ନିଶ୍ଚିତ ଭାବରେ ହାସଲ ହୁଏ। ଏହା ମଧ୍ୟ ଏକ ସତ୍ୟ ଯେ, ଜୀବନରେ ଏକ ନୂତନ ଆରମ୍ଭର କୌ ଣସି ବୟସ ନଥାଏ।  ଏସବୁ କେବଳ ମାତ୍ର କଥା ନୁହେଁ। ଏହାକୁ କରିଦେଖାଇଛନ୍ତି ବିହାରର ଜଣେ ପ୍ର

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 13, 2023, 11:32 PM IST
Share

Vegetable farm:

ଦକ୍ଷତା କୌଣସି ଡିଗ୍ରୀ ଆବଶ୍ୟକ କରେ ନାହିଁ। ଯଦି କୌ ଣସି କାର୍ଯ୍ୟ ସଂପୂର୍ଣ୍ଣ ଯୋଜନା ଏବଂ କାମ ସମ୍ବନ୍ଧିୟ  ଜ୍ଞାନ ସହିତ କରାଯାଇଥାଏ, ତେବେ ସଫଳତା ନିଶ୍ଚିତ ଭାବରେ ହାସଲ ହୁଏ। ଏହା ମଧ୍ୟ ଏକ ସତ୍ୟ ଯେ, ଜୀବନରେ ଏକ ନୂତନ ଆରମ୍ଭର କୌ ଣସି ବୟସ ନଥାଏ।  ଏସବୁ କେବଳ ମାତ୍ର କଥା ନୁହେଁ। ଏହାକୁ କରିଦେଖାଇଛନ୍ତି ବିହାରର ଜଣେ ପ୍ରୌଢ଼ ଯିଏ ଏବେ ବୟସର ସାୟାହ୍ନରେ। 57  ବର୍ଷ ବୟସ୍କ ଅଷ୍ଟମ ଶ୍ରେଣୀ ପାସ୍ ଜଣେ  କୃଷକ ପ୍ରମାଣ କରିଛନ୍ତି ଯେ,ଯଦି ମନରେ ଇଛା ଅଛି ତେବେ ବୟସ କିମ୍ବା ଶିକ୍ଷାଗତ ଯୋଗ୍ୟତା ପ୍ରତିବନ୍ଧକ ହୋଇପାରିବ ନାହିଁ। ଯେଉଁଠି ଇଛା ସେହିଠି ରାସ୍ତା ଆପ୍ତବାକ୍ୟକୁ ଏହି ବୃଦ୍ଧ ଚରିତାର୍ଥ କରିଛନ୍ତି।  ଯିଏ 57 ବର୍ଷ ବୟସରେ ଚାଷ ସହିତ ତାଙ୍କର ନୂତନ ଜୀବନ ଆରମ୍ଭ କରିଛନ୍ତି।  ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର ବାର୍ଷିକ ଆୟ 15 ଲକ୍ଷରେ ପହଞ୍ଚିଛି | ଏହା ଦେଖି ଅନ୍ୟ କୃଷକମାନେ ମଧ୍ୟ ତାଙ୍କ ପରି ଚାଷ କାର୍ଯ୍ୟ କରିବାକୁ ଚିନ୍ତା କରିବା ଆରମ୍ଭ କରିଛନ୍ତି।
 
ଆତ୍ମା ବଦଳାଇ ଦେଲା ଜୀବନ
 
ବିହାରର  ସୁପାଲ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ହାର୍ଦ୍ଦିକ ପଞ୍ଚାୟତର ଲକ୍ଷ୍ମିନିଆ ୱାର୍ଡ -12 ନିବାସୀ 57 ବର୍ଷିୟ କୃଷକ ଉମେଶ ମେହେଟ୍ଟା  କେବଳ ଅଷ୍ଟମ ଯାଏ ପାଠ ପଢିଛନ୍ତି।  ସେ ନିଜର ଦୁଇ ଏକର  ଜମିରେ ଆଗରୁ  ପାରମ୍ପାରିକ ଫସଲ ଚାଷ କରୁଥିଲେ। ଯେଉଁଥିରୁ ଅତି କମ  ଲାଭ ମିଳୁଥିଲ। ତେବେ 2021 ମସିହାରେ ସବୁକିଛି ବଦଳି ଯାଇଥିଲା। ସେହି ବର୍ଷ  କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ଏଜେନ୍ସି (ATMA) ରେ ଯୋଗ ଦେଇଥିଲେ। ତା’ପରେ ଉନ୍ନତ ଚାଷ କରିବା ପାଇଁ ସେ ପାଟନା, ହରିୟାଣାର କର୍ଣ୍ଣଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇ ତାଲିମ ନେଇଥିଲେ। ଏହା ପରେ ସେ 16 ଏକର ଜମିରେ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ।
 
ତାଙ୍କ ଅନୁସାରେ  ଗତ ଦୁଇ ବର୍ଷ ଧରି କେବଳ ଋତୁକାଳୀନ ପନିପରିବା ଚାଷ କରୁଛନ୍ତି। ଯେଉଁଥିରୁ ସେ  ବାର୍ଷିକ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛନ୍ତି। ଏଥର ସେ ତାଙ୍କ ଘର ନିକଟରେ ଥିବା 16 ଏକର ଜମିରେ ଫୁଲକୋବି, କୋବି ଏବଂ ଲଙ୍କା ଚାଷ କରିଛନ୍ତି।  ଏବେ ଫସଲ ବିକ୍ରୟ କରିବା ପାଇଁ ତାଙ୍କ ଭଳି ଚାଷୀଙ୍କୁ ଆଉ କୌଣସି ଗୋଟିଏ  ସହରର ବଜାର ଉପରେ ନିର୍ଭର କରିବାକୁ ପଡୁନାହିଁ।  ଏବେ ସେ ଯେଉଁ ବଜରାରେ ପନିପରିବା ଦର ଅଧିକ ଥାଏ ସେଠାରେ ବିକ୍ରି କରୁଛନ୍ତି। ଫଳରେ ତାଙ୍କ ଲାଭ ବଢିଛି।
 
Read More
{}{}