Hindi News >>Home >>Zee Odisha

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

Police arrested: ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୁଲିସ୍ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisement
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ
Zee Odisha Desk|Updated: Sep 21, 2024, 05:50 PM IST
Share

ଭୁବନେଶ୍ଵର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ୍। ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି। ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ୭ ଜଣଙ୍କୁ ଗିରଫ କରିବା ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଛି।

ଅନ୍ୟପଟେ ଭରତପୁର ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରିଥିଲା ଚନ୍ଦକା ପୁଲିସ। ତେବେ ଆମ୍ଭେମାନେ ଝଗଡା କରି ନାହୁଁ। ଆମକୁ ଫେସେଇବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଗିରଫ ବ୍ୟକ୍ତି। ଆମ କ୍ୟାରିୟର ନଷ୍ଟ କରାଯାଉଛି l ଭିଡିଓ ଦେଖନ୍ତୁ ମେଜର ଓ ତାଙ୍କ ବାନ୍ଧିବି ଆମକୁ ଗାଳି ଗୁଲଜ କରିବା ସହିତ ଦେଖିଦେବେ ବୋଲି ଧମକ ଦେଇଥିଲେ। ସେମାନେ ନିଶାରେ ଥିଲେ। ଆମେ ନିର୍ଦୋଷ ବୋଲି କହିଛନ୍ତି ଗିରଫ ବ୍ୟକ୍ତିମାନେ। 

ତେବେ ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୁଲିସ୍ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମେଜରଙ୍କୁ ପୁଲିସ ରାତି ତମାମ ଜେଲରେ ରଖିବା ସହିତ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିବା ଅଭିଯୋଗ କରିଥିଲେ ମେଜର। ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇ ଦେଇଥିଲା। 

Read More
{}{}