Hindi News >>Home >>Zee Odisha

Anant Radhika Prewedding:ଯେଉଁ ସହରରେ ହେଉଛି ଅମ୍ବାନୀଙ୍କ ସାନପୁଅର ପ୍ରି-ୱେଡିଂ ସେଲିବ୍ରେସନ୍,ଜାଣନ୍ତୁ ସେହି ସହରର ଦ୍ୱିତୀୟ ବିଶ୍ୱଯୁଦ୍ଧ କନେକ୍ସନ୍

ଗୁଜୁରାଟର ଜାମନଗର ଅନନ୍ତ ଅମ୍ବାନୀ ଏବଂ ରାଧିକା ମାର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନକୁ ନେଇ ସଜାଇ ହୋଇଛି । ଦୁନିଆର ନାମିଦାମୀ ଏବେ ଜାମନଗର ମୁହାଁ ହୋଇଛନ୍ତି ।  ସଲମାନ ଖାନ ଠାରୁ ରିହାନା ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଚିତ୍ର ଏବଂ ଭିଡିଓ ଭାଇରାଲ ହେଉଛି।

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 01, 2024, 05:58 PM IST
Share

Anant Radhika Prewedding: ଗୁଜୁରାଟର ଜାମନଗର ଅନନ୍ତ ଅମ୍ବାନୀ ଏବଂ ରାଧିକା ମାର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନକୁ ନେଇ ସଜାଇ ହୋଇଛି । ଦୁନିଆର ନାମିଦାମୀ ଏବେ ଜାମନଗର ମୁହାଁ ହୋଇଛନ୍ତି ।  ସଲମାନ ଖାନ ଠାରୁ ରିହାନା ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଚିତ୍ର ଏବଂ ଭିଡିଓ ଭାଇରାଲ ହେଉଛି। ଜାମନଗର ବୃନ୍ଦାବନ କଳା,ଜରୀ ଏମ୍ବ୍ରୋଡୋରୀ ଏବଂ ରିଲାଏନ୍ସ ତୈଳ ବିଶୋଧନାଗାର ପାଇଁ ଜଣାଶୁଣା । ଏହାକୁ ଅଏଲ ସିଟି ବୋଲି ମଧ୍ୟ କୁହାଯାଏ ।

ତେବେ ଜାମନଗରର ପରିଚୟ କେବଳ ଏହା ମଧ୍ୟରେ ସୀମିତ ନୁହେଁ । ଏପରି ଏକ ସମୟ ଥିଲା ଯେତେବେଳେ ମାନବିକତା ପାଇଁ ସାରା ବିଶ୍ୱରେ ଜାମନଗରର ନାମ ଚର୍ଚ୍ଚାକୁ ଆସିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଯେତେବେଳେ ୟୁରୋପ ମାନବିକତାକୁ ଭୁଲି ଯାଇଥିଲା ସେତବେଳେ ଜାମନଗରର  ତତ୍କାଳୀନ ରାଜା ଦିଗବିଜୟ ସିଂ ଏମିତି କିଛି କରିଥିଲେ ଯାହାକୁ ଆଜି ମଧ୍ୟ ପୋଲାଣ୍ଡ ମନେ ରଖିଛି । ଯେଉଁଥିପାଇଁ ପୋଲାଣ୍ଡ ସରକାର ତାଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରିଥିଲେ।

ମାନବତା ପାଇଁ ନୂଆ ଗାଁ

ଏହି କାହାଣୀର ଆରମ୍ଭ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ହୁଏ । ନାଜି ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା। ସେଠାକାର ଲୋକଙ୍କ ପାଇଁ ଜୀବନ ରକ୍ଷା କରିବା କଷ୍ଟକର ହୋଇପଡିଥିଲା। ଜର୍ମାନୀ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପୋଲାଣ୍ଡର ପ୍ରାୟ ୧ ହଜାର ଶରଣାର୍ଥୀ ଭାରତ  ଆସିଥିଲେ । ଯୁଦ୍ଧର ସେହି ଘନଘଟା ଭିତରେ କୌଣସି ୟୁରୋପୀୟ ରାଷ୍ଟ୍ର ସେମାନଙ୍କୁ ଶରଣ ଦେଇନଥିଲେ । ସାହାଯ୍ୟର ହାତ ବଢାଇଥିଲେ ଜାମନଗର ରାଜା ଦିଗବିଜୟ ସିଂ । ସେ ଏକ ହଜାର ପୋଲାଣ୍ଡ ଶରଣାର୍ଥୀଙ୍କୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶିଶୁ ଏବଂ ମହିଳା ।

ମହାରାଜା ଦିଗବିଜୟ ସିଂ ଏହି ଶରଣାର୍ଥୀମାନଙ୍କୁ ଉଦାର ଭାବରେ ସାହାଯ୍ୟ କରିଥିଲେ। ସେମାନଙ୍କୁ ସମସ୍ତ ସୁବିଧା  ଯୋଗାଇଦେଲେ ଯାହା ସେମାନଙ୍କ ପାଇଁ ଆବଶ୍ୟକ ଥିଲା । ଏହି ଶରଣାର୍ଥୀମାନଙ୍କ ପାଇଁ ଜାମନଗରଠାରୁ ୨୫ କିଲୋମିଟର ଦୂରରେ ଏକ ଅଲଗା ଗ୍ରାମ ପ୍ରତିଷ୍ଠା କରାଯାଇଥିଲା ।

ମହାରାଜା ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହିତ ପିଲାମାନଙ୍କ ଶିକ୍ଷା ପାଇଁ ମଧ୍ୟ ସେ ବ୍ୟବସ୍ଥା କରିଥିଲେ । ପୋଲାଣ୍ଡ ସଂସ୍କୃତିକୁ ଜୀବନ୍ତ ରଖିବାରେ ଏହି ଗ୍ରାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଲୋକମାନେ ପ୍ରାୟ ୯ ବର୍ଷ ଧରି ଜାମନଗରରେ ରହିଥିଲେ। ରାଜା ଦିଗବିଜୟ ସିଂଙ୍କ ଏହି କାର୍ଯ୍ୟକୁ ବିଶ୍ୱର ଅନେକ ଦେଶ ପ୍ରଶଂସା କରିଥିଲେ। ଯୁଦ୍ଧ ଶେଷ ହେବା ପରେ ଶରଣାର୍ଥୀମାନେ ନିଜ ଦେଶକୁ ଫେରି ଯାଇଥିଲେ। ଏଥିପାଇଁ ପୋଲାଣ୍ଡ ସରକାର ମହାରାଜା ଦିଗବିଜୟ ସିଂଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରିଥିଲେ।

ଜାମନଗର ଓ ରାଜା ଦିଗବିଜୟ ସିଂଙ୍କ ଉଦାରତାକୁ ମନେ ରଖିବାକୁ  ପୋଲାଣ୍ଡ ସରକାର ଭାରତ ସରକାରଙ୍କ ସହଯୋଗରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଡକ୍ୟୁମେଣ୍ଟାରୀର ନାମ ଥିଲା 'ଭାରତରେ ଲିଟିଲ୍ ପୋଲାଣ୍ଡ' । ଏହି ଡକ୍ୟୁମେଣ୍ଟାରୀରେ ପୋଲାଣ୍ଡର ଲୋକମାନେ ଏଠାରେ କିପରି ରହୁଥିଲେ,କେମିତି ଜୀବନ ଯାପନ କରୁଥିଲେ? ସେମାନେ ଭାରତକୁ ନେଇ କ’ଣ ଭାବନ୍ତି ? ଏସବୁ ସେହି ଡକ୍ୟୁମେଣ୍ଟ୍ରିରେ ଦେଖାଯାଇଥିଲା ।

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତ 80 ବର୍ଷରୁ ଅଧିକ ସମୟ ଧରି ମଧ୍ୟ ପୋଲାଣ୍ଡର କିଛି ମୁଳବାସିନ୍ଦା ଏବେବି ଜାମନଗରରେ ରହୁଛନ୍ତି। ଯଦିଓ ସେମାନେ ମଝିରେ ମଝିରେ ପୋଲାଣ୍ଡ ଗସ୍ତ କରନ୍ତି, ତଥାପି ଭାରତକୁ ନିଜ  ଘରଠାରୁ କମ୍ ବୋଲି  ଭାବନ୍ତି ନାହିଁ ।

ପୋଲାଣ୍ଡ ସ୍ୱାଧୀନତାର ୧୦୦ ବର୍ଷକୁ ସ୍ମରଣ କରିବା ପାଇଁ ଜାମନଗରରେ 'ଜେନେରେସନ୍ ଟୁ ଜେନେରେସନ୍' ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଦୃଢ କରିଥିଲା । ସଙ୍କଟ ସମୟରେ ସୃଷ୍ଚି ହୋଇଥିବା ସମ୍ପର୍କ ପୀଢି ପରେ ପୀଢି ଜାରି ରହିଛି ।

ଏବେ ଜାମନଗର ପୁଣି ଥରେ ଖବରରେ ଅଛି ।  ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶ ତଥା ବିଦେଶରୁ  ବହୁ ପ୍ରସିଦ୍ଧ ଚେହେରା ଏଠାକୁ ଆସୁଛନ୍ତି ।  ନିକଟରେ ଅନ୍ନ ସେବା ଦାନ କାର୍ଯ୍ୟକ୍ରମର ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ରାଧିକା ଏବଂ ଅନନ୍ତ ନଜର ଆସିଛନ୍ତି।

Read More
{}{}