Home >>Zee Odisha

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲା ବିଜେଡି, ଜାଣନ୍ତୁ କଣ କହିଲେ ପ୍ରମିଳା ଓ ଲେଖାଶ୍ରୀ...

ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରାଯାଉଛି। ସାଧାରଣ ଲୋକ ଶସ୍ତାରେ ପାଇ ଭଲ ଖାଇବାକୁ ଚେଷ୍ଟା କରୁଥିବା ବେଳେ ଦରଦାମ ବଢ଼ିବାରେ ଲାଗିଛି।

Advertisement
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲା ବିଜେଡି, ଜାଣନ୍ତୁ କଣ କହିଲେ ପ୍ରମିଳା ଓ ଲେଖାଶ୍ରୀ...
Zee Odisha Desk|Updated: Jul 03, 2024, 02:49 PM IST
Share

ଭୁବନେଶ୍ଵର: ଦରଦାମ ବୃଦ୍ଧି ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। 

ଏ ନେଇ ପ୍ରମିଳା କହିଛନ୍ତି ଯେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରାଯାଉଛି। ସାଧାରଣ ଲୋକ ଶସ୍ତାରେ ପାଇ ଭଲ ଖାଇବାକୁ ଚେଷ୍ଟା କରୁଥିବା ବେଳେ ଦରଦାମ ବଢ଼ିବାରେ ଲାଗିଛି। ତେଣୁ ଦରଦାମ୍‌ ବୃଦ୍ଧିରେ ନିୟନ୍ତ୍ରଣ କରି ରାଜ୍ୟ ସରକାର ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ମନ୍ତ୍ରୀ କହୁଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏ ନେଇ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପ୍ରମିଳା କହିଛନ୍ତି। 

Read More
{}{}