Hindi News >>Home >>Odisha Art and Culture

Pitru paksha 2022: ପିତୃପର୍ବରେ କାହିଁକି ହୁଏ ପିଣ୍ଡଦାନ? ଜାଣନ୍ତୁ, ମହାଳୟାର ବିଶେଷତ୍ୱ ଓ ପୂଜାବିଧି

Pitru paksha 2022: ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।

Advertisement
Pitru paksha 2022: ପିତୃପର୍ବରେ କାହିଁକି ହୁଏ ପିଣ୍ଡଦାନ? ଜାଣନ୍ତୁ, ମହାଳୟାର ବିଶେଷତ୍ୱ ଓ ପୂଜାବିଧି
Zee Odisha Desk|Updated: Sep 09, 2022, 01:25 PM IST
Share

Pitru paksha 2022: ଆଶ୍ୱିନ ମାସର ପ୍ରଥମ ପକ୍ଷକୁ "ପିତୃପକ୍ଷ" କୁହାଯାଏ। ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ଏଥର ପିତୃପକ୍ଷ ୧୦ ସେପ୍ଟେମ୍ବର, ଶନିବାର ଠାରୁ ଆରମ୍ଭ ୨୫ ସେପ୍ଟେମ୍ବର ମଙ୍ଗଳବାର ଦିନ ଶେଷ ହେବ।

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରର ବିଶେଷଜ୍ଞଙ୍କ ଅନୁଯାୟୀ, ଏଥର ପିତୃ ପକ୍ଷ ୧୬ ଦିନ ହେବ। ଏଥର ଅଷ୍ଟମୀର ଶ୍ରାଦ୍ଧ ୧୭ ସେପ୍ଟେମ୍ବର ପରିବର୍ତ୍ତେ ୧୮ରେ ରହିବ। ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ। ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ "ଧବଳମୁଖୀ ବେଶ" ହୋଇଥାଏ ।

Also Read: Nupur Alankar takes sanyaas: ସାଂସାରିକ ଜୀବନ ଛାଡି ସନ୍ୟାସୀ ପାଲଟିଲେ ଅଭିନେତ୍ରୀ, ମୁମ୍ବାଇରୁ

କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ। 

ପିତୃପକ୍ଷ ପାଳନରେ ସତର୍କତା

ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍।

ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ।

 

 

 

 

Read More
{}{}