Hindi News >>Home >>Odisha Astrology

Budh Uday Horoscope 2024: ୨୭ ଜୁନରୁ ଏହି ରାଶି ମାନଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ଭାଗ୍ୟ ବଦଳାଇବେ ବୁଧ

Budh Uday Rashifal 2024: ୨୭ ଜୁନରେ ବୁଧ ରାଶି ମକର ରାଶିରେ ଉଦୟ ହେବେ। ମକର ରାଶିରେ ବୁଧଙ୍କ ଉଦୟ ଯୋଗୁଁ କେତେକ ରାଶି ଭାଗ୍ୟବାନ ହେବା ନିଶ୍ଚିତ ଥିବାବେଳେ ଆଉ କିଛି ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ। ଜାଣନ୍ତୁ ମକର ରାଶିରେ ବୁଧଙ୍କ ଉଦୟ ଯୋଗୁଁ ସମସ୍ତ ରାଶି ଗୁଡିକ ଉପରେ କେଉଁ ସବୁ ପ୍ରଭାବ ପଡିବ।  

Advertisement
Budh Uday Horoscope 2024
Budh Uday Horoscope 2024
Jagdish Barik|Updated: Jun 25, 2024, 05:13 PM IST
Share

Budh Uday Horoscope 2024: ୨୭ ଜୁନରେ ବୁଧ ରାଶି ମକର ରାଶିରେ ଉଦୟ ହେବେ। ମକର ରାଶିରେ ବୁଧଙ୍କ ଉଦୟ ଯୋଗୁଁ କେତେକ ରାଶି ଭାଗ୍ୟବାନ ହେବା ନିଶ୍ଚିତ ଥିବାବେଳେ ଆଉ କିଛି ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ। ମାନ୍ୟତା ଅନୁସାରେ ୟୋତିଷ ଶାସ୍ତ୍ରରେ ବୁଧଙ୍କର ଏକ ବିଶେଷ ସ୍ଥାନ ଅଛି। ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଓ ବନ୍ଧୁତା ପାଇଁ ବୁଧ ଗ୍ରହକୁ କାରକ ବୋଲି କୁହାଯାଏ। ବୁଦ୍ଧ ଦେବଙ୍କୁ ଗ୍ରହ ମାନଙ୍କର ପ୍ରିନ୍ସ ମଧ୍ୟ କୁହାଯାଏ। ଯେତେବେଳେ ବୁଧ ଶୁଭ ହୁଅନ୍ତି, ଜଣେ ବ୍ୟକ୍ତି ଶୁଭ ଫଳାଫଳ ପାଇଥାଏ। ଯେତେବେଳେ ବୁଧ ଅଶୁଭ ରୁହନ୍ତି ସେତେବେଳେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ତେବେ ଆସନ୍ତୁ ଜାଣିବା ବୁଧଙ୍କ ଉଦୟ ଯୋଗୁଁ ସମସ୍ତ ରାଶି ଗୁଡିକ ଉପରେ କେଉଁ ସବୁ ପ୍ରଭାବ ପଡିବ।

ମେଷ ରାଶି: ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଅଧିକ ପରିଶ୍ରମ ହେବ। ଲାଭ ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ଆପଣ ଅନ୍ୟ କିଛି ସ୍ଥାନକୁ ମଧ୍ୟ ଯାଇପାରନ୍ତି।

ବୃଷ ରାଶି: ଆତ୍ମବିଶ୍ୱାସର ଅଭାବ ରହିବ। ମନରେ ଉତ୍ଥାନ-ପତନ ରହିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଚାରିଆଡେ ବହୁତ ଦୌଡା ଦୌଡି ହେବ। ଲାଭ ବୃଦ୍ଧି ପାଇବ। ଆପଣ ନିଜର ଚାକିରିରେ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ।

ମିଥୁନ ରାଶି: ମନ ଖୁସି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ମଧ୍ୟ ବୃଦ୍ଧି ପାଇବ। ପାରିବାରିକ ଜୀବନ ଖୁସି ରହିବ। ଆପଣ ନିଜ ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ଆୟ ବଢ଼ିପାରେ।

କର୍କଟ ରାଶି: ମନ ବିଚଳିତ ହୋଇପାରେ, କିନ୍ତୁ ପୂର୍ଣ୍ଣ ଆତ୍ମବିଶ୍ୱାସୀ ରହିବେ। ପାରିବାରିକ ଜୀବନ ଖୁସି ହେବ। ଧର୍ମ ପ୍ରତି ସମ୍ମାନ ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ମଧ୍ୟ ବୃଦ୍ଧି ପାଇବ।

ସିଂହ ରାଶି: ମନରେ ଉତ୍ଥାନ-ପତନ ଘଟିବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟରେ ପରିବର୍ତ୍ତନ ପାଇଁ ସୁଯୋଗ ଆସିପାରେ। ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା ରାଶି: ମନ ବିଚଳିତ ରହିବ। ପରିବାର ସହିତ କିଛି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଚାରିଆଡେ ଅଧିକ ଦୌଡା-ଦୌଡି ହେବ।

ତୁଳା ରାଶି: ମନ ଅସୁବିଧାରେ ରହିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ପ୍ରଗତି ପାଇଁ ସୁଯୋଗ ଆସିପାରେ। ଆୟ ବୃଦ୍ଧି ପାଇବ। ଅଧିକ ପରିଶ୍ରମ ହେବ।

ବିଛା ରାଶି: ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ବ୍ୟବସାୟ କାର୍ଯ୍ୟରେ ଆଗ୍ରହୀ ହେବେ। ବ୍ୟବସାୟରେ ବୃଦ୍ଧି ଘଟିବ। ଅଧିକ ପରିଶ୍ରମ ହେବ।

ଧନୁ ରାଶି: ମନରେ ନିରାଶା ଏବଂ ଅସନ୍ତୋଷର ଅବସ୍ଥା ଆସିପାରେ। ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ। ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବାର ପରିସ୍ଥିତି ଆସିପାରେ।

ମକର ରାଶି: ମନ ବିଚଳିତ ହୋଇପାରେ। ଧୈର୍ଯ୍ୟ ଧରନ୍ତୁ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ବିଦେଶ ଯିବାର ସମ୍ଭାବନା ମଧ୍ୟ ଅଛି। ଖର୍ଚ୍ଚ ବୃଦ୍ଧି ପାଇବ।

କୁମ୍ଭ ରାଶି: ବକ୍ତବ୍ୟରେ ମଧୁରତା ରହିବ, କିନ୍ତୁ ମନ ବିବ୍ରତ ହୋଇପାରେ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣ ନିଜ ମା’ଙ୍କଠାରୁ ସମର୍ଥନ ପାଇବେ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଖର୍ଚ୍ଚ ବୃଦ୍ଧି ପାଇବ।

ମୀନ ରାଶି: ମନ ଖୁସି ହେବ। ପୂର୍ଣ୍ଣ ଆତ୍ମବିଶ୍ୱାସୀ ରହିବେ। କିଛି ବକେୟା ଟଙ୍କା ଆପଣଙ୍କୁ ମିଳିପାରେ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ହଇଚଇ ସୃଷ୍ଟି ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Read More
{}{}