Hindi News >>Home >>Odisha Astrology

Mars Transit Horoscope: ଆଗାମୀ ୩୦ ଦିନ ଯାଏଁ ଭାଗ୍ୟଶାଳୀ ରହିିବେ ଏହି ସବୁ ରାଶି, ଖୁବ କମାଇବେ ଧନ!

Mangal Gochar Rashifal: ମଙ୍ଗଳ ହେଉଛି ମେଷ ରାଶି ପ୍ରଭୁ। ମଙ୍ଗଳ ଗ୍ରହ ଏହି ରାଶିରେ ୧ ମାସ ଗୋଚର କରିବେ। ମଙ୍ଗଳ ଗ୍ରହର ଏହି ଗୋଚର ଯୋଗୁଁ କିଛି ରାଶିର ଭାଗ୍ୟ ଉଦୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ବିଷୟରେ, ଯେଉଁମାନଙ୍କର ମଙ୍ଗଳ ଗୋଚର ଯୋଗୁଁ ଭାଗ୍ୟ ଉଦୟ ହେବାକୁ ଯାଉଛି।  

Advertisement
Mangal Gochar Rashifal
Mangal Gochar Rashifal
Jagdish Barik|Updated: Jun 11, 2024, 10:46 PM IST
Share

Mars Transit Horoscope: ମଙ୍ଗଳ ହେଉଛି ମେଷ ରାଶି ପ୍ରଭୁ। ଯିଏ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉ ନାହାଁନ୍ତି। ୧ ଜୁନରେ ମଙ୍ଗଳ ଗ୍ରହ ମୀନରୁ ବାହାରି ମେଷ ରାଶିରେ ପ୍ରବେଶ କରିଥିଲେ।​ ଯଦି ମଙ୍ଗଳ ଗ୍ରହର ସ୍ଥିତି ଶୁଭ ରହେ, ତେବେ ବ୍ୟକ୍ତିର ଭାଗ୍ୟ ଉଜ୍ଜ୍ୱଳ ହୁଏ ଓ ସେ ଚାକିରି ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି କରନ୍ତି। ବର୍ତ୍ତମାନ ମଙ୍ଗଳ ଗ୍ରହ ୧୨ ଜୁଲାଇ ପରେ ହିଁ ପରବର୍ତ୍ତୀ ରାଶି ପରିବର୍ତ୍ତନ କରିବେ। ଏଭଳି ପରିସ୍ଥିତିରେ ମଙ୍ଗଳ ଗ୍ରହର ଗୋଚର ଯୋଗୁଁ କିଛି ରାଶି ପାଇଁ ଭଲ ସମୟ ଆରମ୍ଭ ହେବ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ବିଷୟରେ, ଯେଉଁମାନଙ୍କର ମଙ୍ଗଳ ଗୋଚର ଯୋଗୁଁ ଭାଗ୍ୟ ଉଦୟ ହେବାକୁ ଯାଉଛି।

ସିଂହ ରାଶି: ମଙ୍ଗଳ ଗ୍ରହର ରାଶିର ପରିବର୍ତ୍ତନ ସିଂହ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଟଙ୍କା ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବ। କାମକୁ ନେଉ ଆପଣଙ୍କୁ ଦୂର ଯାଗାକୁ ଯାତ୍ରା କରିବାକୁ ମଧ୍ୟ ପଡିପାରେ। ଜୀବନ ସାଥୀଠାରୁ ଆପଣ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରରେ ସୁଖର ପରିବେଶ ରହିବ।

କର୍କଟ ରାଶି: ମଙ୍ଗଳ ଗ୍ରହର ଗୋଚର ଯୋଗୁଁ କର୍କଟ ରାଶିର ଲୋକଙ୍କ ଭାଗ୍ୟ ସପକ୍ଷରେ ରହିବ। ବ୍ୟବସାୟୀମାନେ ପୁରୁଣା ନିବେଶରୁ ଭଲ ରିଟର୍ଣ୍ଣ ପାଇବେ। ଆପଣଙ୍କ କାମକୁ ନେଇ କ୍ୟାରିଅରରେ ପ୍ରଶଂସିତ ହେବେ ଓ ଆପଣଙ୍କ ସମ୍ମାନ ମଧ୍ୟ ବହୁତ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ଆପଣ ଶକ୍ତିରେ ପରିପୂର୍ଣ୍ଣ ହେବେ। ପରିବାରରୁ ସମର୍ଥନ ପାଇବେ। ପରିବାରର ସୁଖ ଓ ଶାନ୍ତି ମଧ୍ୟ ବଜାୟ ରହିବ।

ଧନୁ ରାଶି: ଧନୁ ରାଶି ଲୋକମାନେ ମଙ୍ଗଳ ଗ୍ରହ ଗୋଚରରୁ ଶୁଭ ଫଳାଫଳ ପାଇପାରନ୍ତି। ଏହି ସମୟ ମଧ୍ୟରେ ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବେ। ଆପଣଙ୍କର ଧ୍ୟାନ କାମରେ ରହିବ। ନିଜ କାମରେ ସଫଳତା ପାଇବେ ଓ ଆତ୍ମବିଶ୍ୱାସ ଅନୁଭବ କରିବେ। ଧାର୍ମିକ ଜିନିଷ ପ୍ରତି ଆଗ୍ରହୀ ହେବେ। ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Read More
{}{}