PHOTOS

Shani Gochar 2025: ଶ୍ରାବଣରେ ୩ ରାଶିରେ ବର୍ଷିବ ଶନିଦେବଙ୍କ କୃପା, ମିଳିବ ଧନ

Shani Gochar 2025: ଜ୍ୟୋତିଷଙ୍କ ମତ ଅନୁସାରେ, ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଛି । ଶନି ଦେବଙ୍କ କୃପା ଥିଲେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ଇଚ୍ଛା ମୁତାବକ ସଫଳତା ପାଇଥାନ୍ତି। 

Share
Advertisement
1/5

ଜ୍ୟୋତିଷଙ୍କ ଅନୁସାରେ, ନ୍ୟାୟର ଦେବତା ଶନି ଦେବ ମୀନ ରାଶିରେ ବିରାଜମାନ ଅଛନ୍ତି । ବର୍ତ୍ତମାନ ଶନି ଦେବ ପଛକୁ ଗତି କରୁଛନ୍ତି। ଶନିଦେବଙ୍କ ଗତିରେ ପରିବର୍ତ୍ତନ କାରଣରୁ ତିନି ଭାଗ୍ୟବାନ ରାଶିଙ୍କ ଜୀବନରେ ବିଶେଷ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

2/5

ବୃଷ ରାଶି

ଶ୍ରାବଣ ମାସରେ ଆପଣ ଶନିଦେବଙ୍କ ବିଶେଷ ଆଶୀର୍ବାଦ ପାଇବେ। ଆପଣଙ୍କୁ ଅଧିକାଂଶ କ୍ଷେତ୍ରରେ ଶୁଭ ଫଳ ମିଳିବ। ଆପଣଙ୍କ ବକ୍ତବ୍ୟ ମଧୁର ହେବ। ଶତ୍ରୁ ଭୟରୁ ମୁକ୍ତି ପାଇବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଭଗବାନ ଶିବଙ୍କ ଆଶୀର୍ବାଦରେ ଆପଣଙ୍କୁ ଅନେକ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଶାରୀରିକ ଏବଂ ମାନସିକ କଷ୍ଟରୁ ମୁକ୍ତି ପାଇବେ। ଧନ ଏବଂ ସମ୍ପତ୍ତି ବୃଦ୍ଧି ପାଇବ। ଧାର୍ମିକ ଯାତ୍ରା କରିବାର ସମ୍ଭାବନା ରହିଛି। ଅଟକି ରହିଥିବା କାମ ଆଗକୁ ବଢିବ । ବିବାଦରୁ ଦୂରଇ ରହବା ଭଲ।

3/5

ମିଥୁନ ରାଶି

ଶ୍ରାବଣ ମାସରେ ଶନିଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିବ। ଧର୍ମ ପ୍ରତି ବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ସ୍ୱଭାବରେ ପରିବର୍ତ୍ତନ ଦେଖାଯାଇପାରେ। ଆପଣ ପରିଶ୍ରମୀ ହେବେ। ନେତୃତ୍ୱ କ୍ଷମତା ବୃଦ୍ଧି ପାଇବ। ଆପଣଙ୍କୁ ମାଲିକଙ୍କଠାରୁ ପ୍ରଶଂସା ମିଳିବ। ଆପଣଙ୍କର ସାହସ ବଢିବାକୁ ଲାଗିବ । ଧନ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

4/5

କୁମ୍ଭ ରାଶି

ଶନିଦେବଙ୍କ ଗତି ପରିବର୍ତ୍ତନରୁ ଆପଣ ଲାଭ ପାଇବେ। ଶନିଦେବଙ୍କ ଦୃଷ୍ଟି ବୃଷ ରାଶିର ଏକାଦଶ ଘରେ ଅଛି। ଶନିଦେବଙ୍କ ଆଶୀର୍ବାଦରେ ଇଚ୍ଛା ମୁତାବକ ସଫଳତା ପାଇବେ । ଭୌତିକ ସୁଖ ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ଜମି, ଘର ଏବଂ ନୂଆଯାନ କିଣିପାରନ୍ତି । ଦୂରଯାତ୍ରା କରିପାରନ୍ତି । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ। ନିବେଶ କରୁଥିଲେ ପିତାମାତାଙ୍କ ପରାମର୍ଶ ନେବା ଆବଶ୍ୟକ । ସାମଗ୍ରିକ ଭାବରେ, ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ରହିବ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।





Read More