PHOTOS

Weekly Tarot Reading: ନୂଆ ସପ୍ତାହଟି କିପରି କଟିବ ? ପଢନ୍ତୁ ନିଜ ରାଶିଫଳ

Weekly Horoscope Tarot Reading, 28 July to 3 August 2025: ମେଷରୁ ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶି ପାଇଁ ସପ୍ତାହଟି କିପରି ରହିବ ଆସନ୍ତୁ ଜାଣିବା ସାପ୍ତାହିକ ଟାରୋ ରାଶିଫଳ ।

Share
Advertisement
1/14
2/14

ମେଷ ରାଶି

ଟାରୋ କାର୍ଡ ଗଣନା ଅନୁସାରେ କ୍ୟାରିୟର ଦୃଷ୍ଟିରୁ ଆପଣଙ୍କ ପାଇଁ ସପ୍ତାହଟି ବହୁତ ଭଲ । କ୍ୟାରିୟରରେ ନୂତନ ସମ୍ଭାବନା ଦେଖାଦେଇପାରେ। ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଧିକ ଅଛି। ପୁରୁଣା ପରିଶ୍ରମର ଭଲ ଫଳ ପାଇବେ। ନୂଆ ସପ୍ତାହରେ ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। ସାଥୀ ଆପଣଙ୍କ ଆବଶ୍ୟକତା ଅନୁଭବ କରିପାରନ୍ତି। ସପ୍ତାହର ଶେଷରେ ଆପଣ ମାନସିକ ଶାନ୍ତି ଅନୁଭବ କରିବେ। ପୁରୁଣା ବନ୍ଧୁମାନଙ୍କୁ ଭେଟିପାରନ୍ତି । ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି ହେବ।

3/14

ବୃଷ ରାଶି

ସପ୍ତାହଟି ବ୍ୟବସାୟିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ବହୁତ ଭଲ । ଆପଣଙ୍କ ଆଚରଣ ଏବଂ ବୁଝାମଣା କାରଣରୁ ଲାଭ ପାଇପାରନ୍ତି । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳତା ପାଇବାର ସମ୍ଭାବନା ରହିଛି। କଳା ଏବଂ ସଙ୍ଗୀତ ସହିତ ଜଡିତ ଥିଲେ ଶୁଭଫଳ ପାଇପାରିବେ। ନୂତନ ପରିଚୟ ହାସଲ କରିବେ । ଅସମ୍ପୂର୍ଣ୍ଣ କାମକୁ ଶେଷ କରିବାକୁ ସମୟ ନେଇପାରନ୍ତି। ଧର୍ଯ୍ୟର ସହିତ କାମ କରନ୍ତୁ

4/14

ମିଥୁନ ରାଶି

ଆପଣଙ୍କ ପାଇଁ ସପ୍ତାହଟି ବହୁତ ଶୁଭ ସାବ୍ୟସ୍ତ ହୋଇପାରେ। ଆପଣଙ୍କର ଶକ୍ତି ଏବଂ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ନିଜ କ୍ଷମତା ଏବଂ ସୃଜନଶୀଳତାକୁ ଭଲ ଭାବରେ ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବହୁତ ଭଲ ସମୟ । ପାଠପଢ଼ା ପ୍ରତି ଆଗ୍ରହ ବଢିବ । ବ୍ୟବସାୟୀମାନେ ଲାଭ ଅର୍ଜନ ପାଇଁ ସୁଯୋଗ ପାଇବେ। ପୁରୁଣା ବନ୍ଧୁଙ୍କଠାରୁ ସମର୍ଥନ ମିଳିପାରେ। ଆପଣଙ୍କ ମନୋବଳ ବୃଦ୍ଧି ପାଇବ । ନୂତନ ଲକ୍ଷ୍ୟ ସ୍ଥିର କରିବେ। ଆପଣଙ୍କର ପୁରୁଣା ପ୍ରୟାସ ଫଳପ୍ରଦ ହେବ।

5/14

କର୍କଟ ରାଶି

ଚିନ୍ତା ଆପଣଙ୍କ ମନକୁ ଅସ୍ଥିର କରିପାରେ। ନିଷ୍ପତ୍ତି ନେବା କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବେ । ତରବର ଭାବେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ ନଚେତ୍ ଆର୍ଥିକ ସମସ୍ୟା ଦେଖାଦେଇପାରେ । ଦୂରଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। ସପ୍ତାହ ଶେଷରେ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ସମ୍ପର୍କରେ ଉତ୍ତମ ସମନ୍ୱୟ ବଜାୟ ରଖନ୍ତୁ । ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ।

6/14

ସିଂହ ରାଶି

ସପ୍ତାହଟି ଆପଣଙ୍କୁ ସଫଳତା ଆଣିଦେବ। ନୂଆ ସପ୍ତାହରେ ପ୍ରତିଯୋଗିତା ଏବଂ ସୃଜନଶୀଳ କ୍ଷେତ୍ରରେ ଆଗକୁ ବଢ଼ିବେ। ସଙ୍ଗୀତ ଏବଂ ସାହିତ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିପାରେ। ପାରିବାରିକ ମାମଲାରେ ଆପଣ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ସମୟ ଲାଗିବ। ଆପଣଙ୍କ ଉପସ୍ଥିତି ଅନ୍ୟମାନଙ୍କ ପାଇଁ ସହାୟକ ପ୍ରମାଣିତ ହେବ। ବନ୍ଧୁମାନଙ୍କ ସହିତ ସକାରାତ୍ମକ ଆଲୋଚନା କରିବେ। ସମ୍ପର୍କରେ ମଧୁରତା ବଜାୟ ରଖନ୍ତୁ । ପ୍ରତ୍ୟକ କାମ ଆତ୍ମବିଶ୍ୱାସର ସହିତ କରନ୍ତୁ।

7/14

କନ୍ୟା ରାଶି

ପାରିବାରିକ କ୍ଷେତ୍ରରେ ସପ୍ତାହଟି ବହୁତ ଅନୁକୂଳ । ଜୀବନସାଥୀଙ୍କ ଭାବନାକୁ ଭଲ ଭାବରେ ବୁଝନ୍ତୁ । କାହା ସହ ଝଗଡା କରନ୍ତୁ ନାହିଁ। ଯାନବାହାନ ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ। ଆର୍ଥିକ କ୍ଷେତ୍ରରେ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ। ପ୍ରେମ ସମ୍ପର୍କ ସହିତ ଜଡିତ କିଛି ଭଲ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ବହୁତ ସମୟ ବିତାଇବେ ।

8/14

ତୁଳା ରାଶି

ଆପଣଙ୍କ ପାଇଁ ସପ୍ତାହଟି ସାମାନ୍ୟ ଚିନ୍ତା ବୃଦ୍ଧି କରିପାରେ। ସନ୍ତାନମାନଙ୍କ ବିଷୟକୁ ନେଇଚିନ୍ତିତ ହୋଇପାରନ୍ତି । ପିତା କିମ୍ବା ବଡ଼ ଭାଇଙ୍କ ସମର୍ଥନ ପାଇବେ। ବ୍ୟବସାୟ କରୁଥିଲେ ନୂତନ ଚୁକ୍ତି ମିଳିପାରେ । ଆଇନଗତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଦୂରଯାତ୍ରାର ସମ୍ଭାବନା ଅଛି । କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପ୍ରେମ ଜୀବନ ଦୃଷ୍ଟିରୁ ସପ୍ତାହଟି ଆପଣଙ୍କ ପାଇଁ ବିଶେଷ ହେବାକୁ ଯାଉଛି। ନୂତନ ଆର୍ଥିକ ଯୋଜନା କରିବେ । ଆପଣଙ୍କ ମାନ ସମ୍ମାନ ବଢିବ।

9/14

ବିଛା ରାଶି

ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ଦେବ । ବୈବାହିକ ଜୀବନରେ ବହୁତ ଉତ୍ଥାନ-ପତନ ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ା କ୍ଷେତ୍ରରେ ଅଧିକ ପରିଶ୍ରମ କରନ୍ତୁ । ନିଜ କ୍ରୋଧକୁ ଟିକେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ନୂଆ ସପ୍ତାହରେ ଆପଣଙ୍କୁ ଏପରି କିଛି ସୁଯୋଗ ମିଳିବ ଯାହା ଭବିଷ୍ୟତରେ ବହୁତ ଲାଭଦାୟକ ଫଳ ଦେବ । କାର୍ଯ୍ୟକ୍ଷେତ୍ରରେ ନୂତନ ସମ୍ଭାବନା ଦେଖାଦେଇପାରେ ।

10/14

ଧନୁ ରାଶି

ଆପଣଙ୍କ ପାଇଁ ସପ୍ତାହଟି ବହୁତ ସୃଜନଶୀଳ ହେବ। କଳା, ସଙ୍ଗୀତ ଏବଂ ଲେଖା ସହିତ ଜଡିତ ଥିଲେ ନୂତନ ପରିଚୟ ହାସଲ କରିବେ । ଘର ସାଜସଜ୍ଜା କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାମ ଶେଷ କରିବେ। ଆପଣଙ୍କୁ ଧର୍ଯ୍ୟ ବଜାୟ ରଖିବାକୁ ପଡିବ। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆପଣ ପୂର୍ଣ୍ଣ ପ୍ରୟାସ କରିବେ। କଠିନ ପରିଶ୍ରମ ଆପଣଙ୍କୁ ପୂର୍ଣ୍ଣ ଫଳାଫଳ ଦେବ।

11/14

ମକର ରାଶି

ଆପଣଙ୍କୁ ଏହି ସପ୍ତାହରେ ବହୁତ ସତର୍କତାର ସହିତ କାମ କରିବାକୁ ପଡିବ। ଦୂରଯାତ୍ରାରେ ଯାଉଥିଲେ ଘରର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରନ୍ତୁ । ପାରିବାରିକ ମତଭେଦ ଦେଖା ଦେଇପାରେ। ନିଜ ବକ୍ତବ୍ୟକୁ ଟିକେ ନିୟନ୍ତ୍ରଣ କରନ୍ତୁ। ପ୍ରେମ ଜୀବନରେ ତରତର ହୁଅନ୍ତୁ ନାହିଁ । ଭାବପ୍ରବଣତାରେ କିଛି ଭୁଲ ନିଷ୍ପତ୍ତି ନେଇପାରନ୍ତି ତେଣୁ ସତର୍କ ରୁହନ୍ତୁ। ଆର୍ଥିକ କ୍ଷେତ୍ରରେ ପରିସ୍ଥିତି ସ୍ୱାଭାବିକ ରହିବ। ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ।

12/14

କୁମ୍ଭ ରାଶି

ଆପଣଙ୍କ ପାଇଁ ସପ୍ତାହଟି ନୂଆ ଚ୍ୟାଲେଞ୍ଜ ଆଣିପାରେ । ତେଣୁ ଟିକେ ସତର୍କ ରହିବାକୁ ପଡିବ। କିଛି ଶାରୀରିକ ସମସ୍ୟା ଦେଖା ଦେଇପାରେ। ବିଶେଷକରି ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। କ୍ୟାରିୟର ପ୍ରଗତି ପାଇଁ ଧର୍ଯ୍ୟ ରଖିବା ଜରୁରୀ। ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ।

13/14

ମୀନ ରାଶି

ସହଭାଗୀତା ଏବଂ ଦଳଗତ କାର୍ଯ୍ୟରେ ଆପଣ ଲାଭଦାୟକ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ପୁରୁଣା ସହକର୍ମୀଙ୍କ ଠାରୁ ସାହାଯ୍ୟ ପାଇବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।  ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁ ନାହିଁ । ପୁରୁଣା ସମ୍ପର୍କରୁ ଆର୍ଥିକ ଲାଭ ମିଳିପାରେ। ପାରିବାରିକ ମାମଲାରେ ଖୁସି ପାଇବେ। ଘରର ବାତାବରଣ ସୁଖଦ ରହିବ । କଠିନ ପରିଶ୍ରମ କରିବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ ।

14/14

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।





Read More