Solar Eclipse 2024: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୮ ଏପ୍ରିଲ ୨୦୨୪ ରେ ଲାଗିବ। ଭାରତୀୟ ସମୟ ଅନୁଯାୟୀ ସୂର୍ଯ୍ୟ ପରାଗ ରାତି ୯.୧୨ ରୁ ଆରମ୍ଭ ହୋଇ ମଧ୍ୟରାତ୍ରୀ ୧.୨୫ ରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ବହୁତ ଦୁର୍ଲଭ ହେବ। ସୂର୍ଯ୍ୟ ପରାଗକୁ ନେଇ ଜ୍ୟୋତିଷ ଓ ବୈଜ୍ଞାନିକ ମହତ୍ୱ ରହିଛି। ସୂର୍ଯ୍ୟ ପରାଗ ଦେଶ ତଥା ବିଶ୍ୱଉପରେ ଉଭୟ ଶୁଭ ଓ ଶୁଭ ପ୍ରଭାବ ପକାଇଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ଏକ ମଧ୍ୟରେ ଗତି କରେ, ଏହି ଅବସ୍ଥାରେ ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚେ ନାହିଁ। ଏହି ଘଟଣାକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ। ସମସ୍ତ ରାଶିର ଉପରେ ସୂର୍ଯ୍ୟ ପରାଗ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। ୮ ଏପ୍ରିଲରେ ହେବାକୁ ଥିବା ଏହି ସୂର୍ଯ୍ୟ ପରାଗ କେତେକ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବାବେଳେ, ଅନ୍ୟମାନଙ୍କୁ ସାବଧାନ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଉପକୃତ କରିବ।
ମେଷ ରାଶି
ଏହି ସମୟ ମଧ୍ୟରେ ଆପଣ ନିଜର ଶତ୍ରୁମାନଙ୍କୁ ପରାସ୍ତ କରିବେ। ଆପଣ କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ବିବାହିତ ଜୀବନ ସୁଖୀ ହେବ।
ମିଥୁନ ରାଶି
ଏହି ଅବଧି ମଧ୍ୟରେ ପାରିବାରିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ଚାକିରି ଖୋଜୁଥିବା ଲୋକମାନେ ଶୁଭ ଫଳାଫଳ ପାଇପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିବାହିତ ଜୀବନ ସୁଖୀ ହେବ। ଆର୍ଥିକ ଲାଭ ହେବ, ଯାହା ଆର୍ଥିକ ଦିଗକୁ ମଜବୁତ କରିବ।
ଧନୁ ରାଶି
ଏହି ଅବଧି ମଧ୍ୟରେ ଆପଣଙ୍କ ମାନ ଓ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଲାଭ ପାଇବେ। ସୂର୍ଯ୍ୟ ପରାଗ ସମୟରେ ଆପଣ ସଫଳତା ହାସଲ କରିବେ। ଟଙ୍କା ଆସିବା ପାଇଁ ନୂତନ ସୁଯୋଗ ମିଳିବ। ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତି।
(Disclaimer: ଆମେ ଦାବି କରୁନାହୁଁ ଯେ ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଓ ସଠିକ୍ ଅଟେ। ବିସ୍ତୃତ ଏବଂ ଅଧିକ ସୂଚନା ପାଇଁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଅଭିଜ୍ଞତା ରିିଖିଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)