Home >>Zee Odisha

Bajrang Punia:ବଜରଙ୍ଗ ପୁନିଆ ପଦ୍ମ ସମ୍ମାନ ଫେରାଇଲେ,ତେବେ ସମ୍ମାନ ଫେରସ୍ତକୁ ନେଇ କ’ଣ ରହିଛି ନିୟମ ?

ଅଲିମ୍ପିକ୍ ରେସଲିଂ ପୁରସ୍କାର ବିଜେତା ବଜରଙ୍ଗ ପୁନିଆ ଭାରତ ସରକାରଙ୍କଠାରୁ ପ୍ରାପ୍ତ ପଦ୍ମ ପୁରସ୍କାର ଫେରସ୍ତ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ପଦ୍ମ ପୁରସ୍କାର ଫେରସ୍ତ କରିବାକୁ ନେଇ  କୌଣସି ନିୟମ ନାହିଁ। ଜଣେ ଅଧିକାରୀ ଏକ ଇଂରାଜୀ ଖବରକାଗଜକୁ କହିଛନ୍ତି ଯେ, 'ଯଦି ଜଣେ ପୁରସ୍କାର ବିଜେତା ଚାହାଁନ୍ତି, ତେବେ ସେ କାରଣ ଦର୍ଶାଇ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 23, 2023, 05:47 PM IST
Share

Bajrang Punia:

ଅଲିମ୍ପିକ୍ ରେସଲିଂ ପୁରସ୍କାର ବିଜେତା ବଜରଙ୍ଗ ପୁନିଆ ଭାରତ ସରକାରଙ୍କଠାରୁ ପ୍ରାପ୍ତ ପଦ୍ମ ପୁରସ୍କାର ଫେରସ୍ତ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ପଦ୍ମ ପୁରସ୍କାର ଫେରସ୍ତ କରିବାକୁ ନେଇ  କୌଣସି ନିୟମ ନାହିଁ। ଜଣେ ଅଧିକାରୀ ଏକ ଇଂରାଜୀ ଖବରକାଗଜକୁ କହିଛନ୍ତି ଯେ, 'ଯଦି ଜଣେ ପୁରସ୍କାର ବିଜେତା ଚାହାଁନ୍ତି, ତେବେ ସେ କାରଣ ଦର୍ଶାଇ ନିଜର ପୁରସ୍କାର ପ୍ରତ୍ୟାବର୍ତ୍ତନ ଘୋଷଣା କରିପାରିବେ, କିନ୍ତୁ ପଦ୍ମ ପୁରସ୍କାର ନିୟମରେ ଏଭଳି ପରିସ୍ଥିତି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏକମାତ୍ର ନିୟମ ହେଉଛି ଯେ ରାଷ୍ଟ୍ରପତି  ବିନା କୌଣସି ଆଧାର ପୁରସ୍କାର ବାତିଲ କରିପାରିବେ ନାହିଁ ଏବଂ ରାଷ୍ଟ୍ରପତି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ, ବିଜେତାଙ୍କ ନାମ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ପଦ୍ମ ପ୍ରାପ୍ତକର୍ତ୍ତାଙ୍କ ରେଜିଷ୍ଟରରେ ରହିଥାଏ। ଯଦି ରାଷ୍ଟ୍ରପତି କାହାର ପୁରସ୍କାର ବାତିଲ କରନ୍ତି, ତେବେ ତାଙ୍କ ନିଷ୍ପତ୍ତିକୁ କେମିତି ରଦ୍ଦ କରାଯାଇପାରିବ ସେନେଇ ନିୟମରେ ମଧ୍ୟ ବ୍ୟବସ୍ଥା ରହିଛି।

ସହମତି ପରେ ସମ୍ମାନ

ଆଜି ପର୍ଯ୍ୟନ୍ତ ପଦ୍ମ ପୁରସ୍କାର କେବେ ବାତିଲ ହୋଇନାହିଁ । 2018 ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାକୁ କହିଥିଲେ ଯେ ଦେଶର ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବ୍ୟକ୍ତିଙ୍କ ଚରିତ୍ର ଏବଂ ପୃଷ୍ଠଭୂମି ଯାଞ୍ଚ ହେବା ପରେ ପୁରସ୍କାର ଦିଆଯାଏ। ସାଧାରଣତଃ ପୁରସ୍କାର ଘୋଷଣା ପୂର୍ବରୁ ସମ୍ଭାବ୍ୟ ପ୍ରାପ୍ତକର୍ତ୍ତାଙ୍କୁ ତାଙ୍କର ଇଚ୍ଛା ଅନିଛା ବାବଦରେ ଅନୌପଚାରିକ ଭାବରେ ପଚରାଯାଏ । ଏମିତି  ଅନେକ ଉଦାହରଣ ରହିଛି ଯେଉଁଠି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ପଦ୍ମ ସମ୍ମାନ ଗ୍ରହଣ କରିବାକୁ  କରିବାକୁ ମନା କରିଛନ୍ତି ।

ପଦ୍ମ ପୁରସ୍କାର ସମ୍ବନ୍ଧୀୟ ନିୟମ ଜାଣନ୍ତୁ

ଥରେ ଜଣେ ବ୍ୟକ୍ତିଙ୍କୁ ପଦ୍ମଭୂଷଣ, ପଦ୍ମ ଭୂଷଣ କିମ୍ବା ପଦ୍ମଶ୍ରୀ ପୁରସ୍କାର ଦିଆଯିବା ପରେ ତାଙ୍କ ନାମ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୁଏ ଏବଂ ଏହିପରି ପ୍ରାପ୍ତକର୍ତ୍ତାଙ୍କ ନାମ ଏକ ରେଜିଷ୍ଟର ବଜାୟ ରହିଥାଏ। ଜଣେ ଅଧିକାରୀ କହିଛନ୍ତି ଯେ, ଯଦିବି ପୁରସ୍କାର ପ୍ରାପ୍ତ ବ୍ୟକ୍ତି ପଦ୍ମ ପୁରସ୍କାର ଫେରସ୍ତ କରିବାକୁ ପ୍ରସ୍ତାବ ଦିଅନ୍ତି,ତେବେ ମଧ୍ଯ ତାଙ୍କ ନାମ ଗେଜେଟ କିମ୍ବା ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ରେଜିଷ୍ଟରରୁ ହଟାଯାଏ ନାହିଁ।

ପୁରସ୍କାର ପ୍ରତ୍ୟାହାର ଘୋଷଣା ପୂର୍ବରୁ ମଧ୍ୟ କରାଯାଇଛି

ପଦ୍ମ ପୁରସ୍କାର 'ପ୍ରତ୍ୟାହାର' ସମ୍ବନ୍ଧୀୟ ସଦ୍ୟତମ ମାମଲା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସ.ସି. ଢିଣ୍ଡସାଙ୍କୁ ନେଇଥିଲା ।  ତିନି କୃଷି ଆଇନକୁ ବିରୋଧ କରି ଉଭୟ ପଦ୍ମ ସମ୍ମାନ ଫେରାଇବାକୁ ଘୋଷଣା କରିଥିଲେ । ଏନେଇ ଉଭୟ 2020ରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିଲେ । ତେବେ କୌତୁହଳର ବିଷୟ ହେଉଛି ଯେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ରେଜିଷ୍ଟରରେ ଏବେ ମଧ୍ୟ ବାଦଲ ଏବଂ ଢିଣ୍ଡସାଙ୍କ ନାମ ରହିଛି ।

କୁସ୍ତିସଂଘ ନିର୍ବାଚନ ପରେ ବିବାଦ

ମନେରଖନ୍ତୁ ଯେ ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ଭାବରେ ନିଯୁକ୍ତ କରାଯିବା ପରେ ରେସଲର ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ। ସେ ତାଙ୍କ ପୁରସ୍କାରକୁ ଦେଶର ରାଜଧାନୀ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଫୁଟପାଥ ନିକଟରେ ରଖିଥିଲେ। ଶୁକ୍ରବାର ସନ୍ଧ୍ୟାରେ ପୁରସ୍କାର ଫେରାଇବା ପାଇଁ ବଜରଙ୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ, ଯେଉଁଠାରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇଥିଲା। ପ୍ରତିବାଦରେ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ଫୁଟପାଥରେ ରଖି ସେଠାରୁ ଚାଲିଗଲେ।

କ’ଣ ମାନିବେ ପୁନିଆ ?

ସାକ୍ଷୀ ମଲିକଙ୍କ ସନ୍ୟାସ ଘୋଷଣାର ଗୋଟିଏ ଦିନ ପରେ  ବଜରଙ୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ଡବ୍ଲୁଏଫଆଇ ନିର୍ବାଚନ ପରେ ନିରାଶ ହୋଇଥିବା ପ୍ରକାଶ କରିଥିଲେ। ଏହାପୂର୍ବରୁ ପୁଣିଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ମାନଜନକ ପୁରସ୍କାର ଫେରାଇବା ନିଷ୍ପତ୍ତି ପଛର କାରଣ ବର୍ଣ୍ଣନା କରିଥିଲେ। ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଭାରତୀୟ ରେସଲିଂ ଆସୋସିଏସନର ସଭାପତି ଭାବେ ସଞ୍ଜୟ ସିଂଙ୍କ ନିର୍ବାଚନକୁ ବିରୋଧ କରି ବଜରଙ୍ଗଙ୍କ ପୁରସ୍କାର ଫେରସ୍ତ ନିଷ୍ପତ୍ତି ଏକ ବ୍ୟକ୍ତିଗତ ମାମଲା କିନ୍ତୁ ତାଙ୍କୁ ଏହି ନିଷ୍ପତିରୁ ଓହରିବା ପାଇଁ ମନାଇବା ଲାଗି ଉଦ୍ୟମ କରାଯିବ । ତେବେ ବଜରଙ୍ଗ ନିଜ ନିଷ୍ପତିରୁ ଓହରୁଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା ।

Read More
{}{}