Home >>Odisha Business

Gold Price: ୩୦୦୦ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ନୂଆ ଦର

Gold Price: ସୁନା ଦର ଲଗତାର ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଏକ ସପ୍ତାହ ମଧ୍ୟରେ ସୁନା ସର୍ବନିମ୍ନ ସ୍ତରକୁ ଖସି ଆସିଛି।  

Advertisement
Gold Price Today
Gold Price Today
Zee Odisha Desk|Updated: May 24, 2024, 06:14 PM IST
Share

Gold Price Today: ମୂଲ୍ୟବାନ ଧାତୁ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଏକ ସପ୍ତାହ ମଧ୍ୟରେ ସୁନା ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଭାରତୀୟ ବଜାରରେ ସୁନା ପ୍ରାୟ ୨୦୦ ଟଙ୍କା ହ୍ରାସ ପାଇଛି। ସକାଳ ପ୍ରାୟ ୧୦ ଟା ବେଳେ ଏହା ୧୦୦ ରୁ ଅଧିକ ହ୍ରାସ ସହିତ ୭୧,୪୬୬ ସ୍ତର ନିକଟରେ କାରବାର କରିଥିଲା। ଗୁରୁବାର ଦିନ ଏହା ୭୧,୫୭୭ ଟଙ୍କାରେ ବନ୍ଦ ହୋଇଯାଇଥିଲା।

କେତେ ଟଙ୍କା ହ୍ରାସ ପାଇଛି ସୁନା?
ଆମେ ଯଦି ଏହି ପୂରା ସପ୍ତାହର ହ୍ରାସକୁ ଦେଖିବା, MCX ରେ ୭୪,୩୦୦ ରେକର୍ଡରୁ ସୁନା ୨୮୦୦ ରୁ ଅଧିକ ଟଙ୍କା ହ୍ରାସ ପାଇଛି। ତେବେ ଆଜି ରୂପା ଦର ବୃଦ୍ଧି ପାଇଥିଲା। ରୂପା ୪୦୦ ଟଙ୍କା ବୃଦ୍ଧି ହୋଇ ୯୦,୮୮୮ ଟଙ୍କା ସ୍ତରରେ କାରବାର କରୁଥିଲା। ଶେଷ ବାଣିଜ୍ୟ ଦିନରେ ଏହା ୯୦,୪୩୭ ଟଙ୍କାରେ ବନ୍ଦ ହୋଇଥିଲା।

ଦିଲ୍ଲୀର ସରଫା ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନା ଦର ହ୍ରାସ ପାଇବାରେ ଲାଗିଛି। ସର୍ବଭାରତୀୟ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ମଧ୍ୟରେ ସୁନା ୧,୦୫୦ ଟଙ୍କା ହ୍ରାସ ପାଇ ଗୁରୁବାର ଦିନ ଜାତୀୟ ରାଜଧାନୀର ସରଫା ବଜାରରେ ୧୦ ଗ୍ରାମ ପିଛା ୭୩,୫୫୦ ଟଙ୍କା ଇଛି। ଫେଡେରାଲ ରିଜର୍ଭ ମିଟିଂ ମିନିଟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଯିବା ପରେ ସୁନା ଦର ତୀବ୍ର ହ୍ରାସ ପାଇଥିଲା। ଶେଷ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୭୪,୬୦୦ ଟଙ୍କାରେ ବନ୍ଦ ହୋଇଯାଇଥିଲା।

ଏହା ସହିତ ରୂପା ମୂଲ୍ୟ ମଧ୍ୟ ୨୫୦୦ ଟଙ୍କା ହ୍ରାସ ପାଇ କେଜି ପିଛା ୯୨,୬୦୦ ଟଙ୍କାରେ ବନ୍ଦ ହୋଇଛି। ଗତ ବାଣିଜ୍ୟ ଦିନରେ ଏହା କିଲୋଗ୍ରାମ ପାଇଁ ୯୫,୧୦୦ ଟଙ୍କାରେ ବନ୍ଦ ହୋଇଥିଲା।

Read More
{}{}