Home >>Odisha Business

ଖୁସି ଖବର! ସୁକନ୍ୟା ଯୋଜନା ଉପରେ ସୁଧହାର ବଢ଼ାଇଲେ ସରକାର, FD ରେ ମଧ୍ୟ ମିଳିବ ଅଧିକ ଲାଭ

Interest Hike: ଛୋଟ ସଞ୍ଚୟ ଯୋଜନା ଉପରେ ସରକାର ସୁଧ ହାର ବୃଦ୍ଧି କରିଛନ୍ତି। ୨୦୨୪ ପୂର୍ବରୁ ଦେଶର ଲକ୍ଷ ଲକ୍ଷ ନିବେଶକ ଏହି ଉପହାର ପାଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ସୁକନ୍ୟା ଯୋଜନାରେ ୨୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି।

Advertisement
Small Saving Schemes Rates
Small Saving Schemes Rates
Jagdish Barik|Updated: Dec 29, 2023, 07:26 PM IST
Share

Sukanya Samriddhi Yojana Rate Hike: ନୂଆ ବର୍ଷ ପୂର୍ବରୁ ସରକାର ଏକ ବଡ଼ ଉପହାର ସେମାନଙ୍କୁ ଦେଇଛନ୍ତି, ଯେଉଁମାନେ ଛୋଟ ସଞ୍ଚୟ ଯୋଜନାରେ (Small Saving Schemes) ଟଙ୍କା ନିବେଶ କରଛନ୍ତି। ଶୁକ୍ରବାର ଦିନ ଅନୁଷ୍ଠିତ ବୈଠକରେ ସୁକନ୍ୟା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ଅର୍ଥ ମନ୍ତ୍ରଣାଳୟ ସୁଧହାର ବଢ଼ାଇଛନ୍ତି। ପ୍ରାୟ ଦେଢ଼ ବର୍ଷ ପରେ ଏହି ଯୋଜନାଗୁଡିକର ସୁଧ ହାରରେ ପରିବର୍ତ୍ତନ କରାଯାଇଛି। ଏଥର ସୁଧ ୨୦ ଆଧାର ପଏଣ୍ଟ ଅର୍ଥାତ୍ ୦.୨୦ ପ୍ରତିଶତ ବୃଦ୍ଧି ପାଇଛି।

ଜାନୁଆରୀ-ମାର୍ଚ୍ଚ ୨୦୨୪ କ୍ୱାର୍ଟର ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ୦.୨୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ବୌଠକ ପରେ ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ୨୯ ଡିସେମ୍ବରରେ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୩ବର୍ଷର ଟାଇମ୍ ଡିପୋଜିଟ୍ ଅର୍ଥାତ୍ ଡାକଘର FD ଉପରେ ସୁଧ ହାର ୧୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ୭ ପ୍ରତିଶତ ବଦଳରେ ଆପଣ ଏଥିରେ ୭.୧୦ ପ୍ରତିଶତ ସୁଧ ମିଳିବ। ନୂତନ ସୁଧ ହାର କେବଳ ଚଳିତ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ପାଇଁ କାର୍ଯ୍ୟକାରୀ ହେବ।

ସୁକନ୍ୟା ଯୋଜନାରେ କେତେ ବୃଦ୍ଧି ପାଇଲା ସୁଧ
ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ସୁକନ୍ୟା ସମୃଦ୍ଧି ଯୋଜନାରେ (Sukanya Samriddhi Scheme) ସୁଧ ହାର ମଧ୍ୟ ବୃଦ୍ଧି କରାଯାଇଛି। ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ପାଇଁ ମାସିକ ସୁଧ ୮ ପ୍ରତିଶତ ପରିବର୍ତ୍ତେ ୮.୨ ପ୍ରତିଶତ ହେବ। ଏହି ଯୋଜନାରେ ୨୦ ଆଧାର ପଏଣ୍ଟ ବୃଦ୍ଧି ପାଇଛି। ବିଶେଷ କଥା ହେଉଛି ପ୍ରାୟ ୬ଟି କ୍ୱାର୍ଟର ପରେ ସରକାର ସୁକନ୍ୟା ସୁଧହାର ବୃଦ୍ଧି କରିଛନ୍ତି।

ଅନ୍ୟ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଉଦାହରଣ ସ୍ୱରୂପ, PPF, NSC ପରି ଯୋଜନାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅକ୍ଟୋବରରୁ ଡିସେମ୍ବର କ୍ୱାର୍ଟରରେ ଏହି ସମସ୍ତ ଯୋଜନା ଉପରେ ସମାନ ସୁଧ ଦିଆଯିବ। ତେଣୁ, ଏହି ଯୋଜନାଗୁଡିକରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂତନ ବର୍ଷ ମଧ୍ୟ ସମାନ ପୁରୁଣା ସୁଧ ହାର ଆଣିବ।

Read More
{}{}