Home >>Zee Odisha

Chhattisgarh Naxalite Encounter:ଷ୍ଟିଲ୍ ପ୍ଲେଟରେ ଗୁଳି ଚିହ୍ନ,କଣ ନକ୍ସଲ ପିନ୍ଧୁଛନ୍ତି ଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ?

ଛତିଶଗଡ଼ର କାଙ୍କେର-କୋୟାଲିବେଡ଼ା ଅଞ୍ଚଳର କାକନର ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ପୁଲିସ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୩ଟି ଗୁଳି ଚିହ୍ନ ଥିବା ଏକ ପ୍ଲେଟ୍ ମଧ୍ୟ ମିଳିଛି। 

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 17, 2024, 10:07 PM IST
Share

Chhattisgarh Naxalite Encounter: ଛତିଶଗଡ଼ର କାଙ୍କେର-କୋୟାଲିବେଡ଼ା ଅଞ୍ଚଳର କାକନର ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ପୁଲିସ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୩ଟି ଗୁଳି ଚିହ୍ନ ଥିବା ଏକ ପ୍ଲେଟ୍ ମଧ୍ୟ ମିଳିଛି। ପୁଲିସ ଗୁଳିରୁ ବର୍ତ୍ତିବା ପାଇଁ ନକ୍ସଲମାନେ ଏହି ପ୍ଲେଟକୁ ଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭାବେ ବ୍ୟବହାର କରୁଥିବା କୁହାଯାଉଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲ ମିଲିଟାରି ନମ୍ବର ୫ ସହ ଏହି ଏନକାଉଣ୍ଟର ହୋଇଥିଲା।

ଏନକାଉଣ୍ଟର ପରେ ନିହତ ନକ୍ସଲଙ୍କ ମୃତଦେହକୁ ମୁଖ୍ୟାଳୟକୁ ପଠାଯାଇଛି । ନିହତ ହୋଇଥିବା ନକ୍ସଲଙ୍କ ନାମ କମ୍ପାନି କମାଣ୍ଡର ମାନେକର ବୋଲି ଜଣାପଡ଼ିଛି। କାଙ୍କେର ଏସପି ଆଇ କେ ଅଲିସେଲା କହିଛନ୍ତି ଯେ ଏନକାଉଣ୍ଟର ସ୍ଥଳରେ ଚଢ଼ାଉ ବେଳେ ଅନେକ ଜିନିଷ ଜବତ ହୋଇଛି। ସେମାନଙ୍କ ମଧ୍ୟରୁ ଏମିତି ଏକ ଜିନିଷ ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ସାଧାରଣତଃ ଯବାନମାନେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଳେ କିନ୍ତୁ ଏବେ ପୋଲିସ ଗୁଳିରୁ ବର୍ତ୍ତିବା ପାଇଁ ନକ୍ସଲମାନେ ଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ମଧ୍ୟ ବ୍ୟବହାର କରୁଛନ୍ତି।

କପଡ଼ାକୁ ଫୋଲ୍ଡ କରି ଷ୍ଟିଲ ପ୍ଲେଟ୍ ଲଗାଉଛନ୍ତି

ପୁଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣ ଏଲିସେଲା କହିଛନ୍ତି ଯେ, ଏହାର ସମ୍ମୁଖ ଭାଗରେ ଏକ ମୋଟା କପଡ଼ା ଯୋଡ଼ାଯାଇଛି ଏବଂ ଷ୍ଟିଲ୍ ପ୍ଲେଟ୍ ଲଗାଯାଇଛି। ଯେଉଁଥିରେ ୩ଟି ଗୁଳିର ଚିହ୍ନ ଦେଖିବାକୁ ମିଳୁଛି । ଗୁଳିରୁ ବର୍ତ୍ତିବା ପାଇଁ ନକ୍ସଲମାନେ ଏହାକୁ ଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭାବେ ବ୍ୟବହାର କରୁଥିବା ଜଣାପଡିଛି।

ଶନିବାର ନକ୍ସଲଙ୍କ ସହ ହୋଇଥିଲା ଏନକାଉଣ୍ଟର

 ଶନିବାର କାକନାର ଜଙ୍ଗଲରେ ନକ୍ସଲଙ୍କ ସମାଗମ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଡିଆରଜି ଓ ବିଏସଏଫର ଏକ ମିଳିତ ଟିମ୍ କାକନର ଜଙ୍ଗଲରେ ପହଞ୍ଚିଥିଲେ। ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ଯବାନଙ୍କ କୌଣସି କ୍ଷତି ହୋଇନଥିଲା। ଅନ୍ୟପକ୍ଷରେ ଜଣେ ନକ୍ସଲ ପୋଲିସ ଗୁଳିରେ ନିହତ ହୋଇଛନ୍ତି।

କୁହାଯାଉଛି ଯେ ନିହତ ନକ୍ସଲ କମ୍ପାନୀ ନମ୍ବର ୫ର କମାଣ୍ଡର ଥିଲା । ଯାହାଙ୍କ ନାମ ମାନେକର, ଯିଏ କି ତାଡୋକି ଥାନା ଅନ୍ତର୍ଗତ ମାଲମେଟା ଗ୍ରାମର ବାସିନ୍ଦା ଥିଲେ। ନିହତ ନକ୍ସଲ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Read More
{}{}