Home >>Zee Odisha

Chinese spy ship:ଶ୍ରୀଲଙ୍କର ନା ପରେ ମାଲଦ୍ୱୀପରେ ଡେରା ଜମାଇବ ଚୀନର ଗୁଇନ୍ଦା ଜାହଜ

ଶ୍ରୀଲଙ୍କା ମନା କରିବା ପରେ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଚୀନ୍ ଗୁପ୍ତଚର ଜାହାଜଗୁଡ଼ିକୁ ନିଜ ଦେଶରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। ମାଳଦ୍ୱୀପର ଏହି ପଦକ୍ଷେପ ଭାରତର ଚିନ୍ତା ବଢାଇଦେଇଛି । ମାଳଦ୍ୱୀପ ଅଭିମୁଖେ ଯାତ୍ରା କରୁଛି ଚୀନର ଜିଆଙ୍ଗ ୟାଙ୍ଗ ହୋଙ୍ଗ ୦୩ ଜାହାଜ । ଫେବ୍ରୁଆରିରେ ଏହା ମାଳଦ୍ୱୀପର ରାଜଧାନୀ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 21, 2024, 10:45 PM IST
Share

chinese spy ship:

ଶ୍ରୀଲଙ୍କା ମନା କରିବା ପରେ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଚୀନ୍ ଗୁପ୍ତଚର ଜାହାଜଗୁଡ଼ିକୁ ନିଜ ଦେଶରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। ମାଳଦ୍ୱୀପର ଏହି ପଦକ୍ଷେପ ଭାରତର ଚିନ୍ତା ବଢାଇଦେଇଛି । ମାଳଦ୍ୱୀପ ଅଭିମୁଖେ ଯାତ୍ରା କରୁଛି ଚୀନର ଜିଆଙ୍ଗ ୟାଙ୍ଗ ହୋଙ୍ଗ ୦୩ ଜାହାଜ । ଫେବ୍ରୁଆରିରେ ଏହା ମାଳଦ୍ୱୀପର ରାଜଧାନୀ ମାଲେରେ ପାହଂଚିବ ବୋଲି ଆଶା କରାଯାଉଛି। ଏହି ଜାହାଜରେ ଅତ୍ୟାଧୁନିକ ସର୍ଭେ ଏବଂ ସର୍ଭିଲାନ୍ସ ଉପକରଣ ରହିଛି। ଏହା ମାଳଦ୍ୱୀପରୁ ଭାରତର ଦକ୍ଷିଣ ଭାଗରେ ଗୁପ୍ତଚର କରିପାରିବ । ଭାରତ ମହାସାଗରରେ ଚୀନ୍ ଗୁପ୍ତଚର ଜାହାଜର ଉପସ୍ଥିତିକୁ ନେଇ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି।

ଡ୍ରାଗନ ପ୍ରେମରେ  ମୁଇଜୁ

ମାଳଦ୍ୱୀପର ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ବିରୋଧରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଚୀନ୍ ଗୁପ୍ତଚର ଜାହାଜକୁ ମାଳଦ୍ୱୀପରେ ରହିବାକୁ ଅନୁମତି ଦେବା ହେଉଛି ତାଙ୍କ ଭାରତ ବିରୋଧୀ ନୀତିର ଏକ ଅଂଶ।  ମାଳଦ୍ୱୀପ ରାଷ୍ଟ୍ରପତି ଚୀନର ନିକଟତର । ନିକଟରେ ଚୀନ ଗସ୍ତରେ ଯାଇ ଏଭଳି ଅନେକ ଚୁକ୍ତି କରିଛନ୍ତି, ଯାହାକୁ ଗୋପନ ରଖାଯାଇଛି । ମାଳଦ୍ୱୀପର ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଏହି ବୁଝାମଣା ମାଳଦ୍ୱୀପରେ ଚୀନ୍ ସେନାର ଉପସ୍ଥିତି ବୃଦ୍ଧି କରିବ। ଚୀନରୁ ଫେରିବା ପରେ ଭାରତ ଉପରେ ମାଳଦ୍ୱୀପର ନିର୍ଭରଶୀଳତା ହ୍ରାସ କରିବା ପାଇଁ ମୁଇଜୁ ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି ।

ଭାରତ ମହାସାଗରରେ କ'ଣ କରୁଛି ଚୀନର ଗୁପ୍ତଚର ଜାହାଜ ?

ଭାରତ ମହାସାଗରରେ ବୈଜ୍ଞାନିକ ପରୀକ୍ଷଣ କରିବା ଆଳରେ ଚୀନର ଗୁପ୍ତଚର ଜାହାଜ ଏହି ଅଞ୍ଚଳର ବିଶାଳ ଅଞ୍ଚଳରେ ସର୍ଭେ କରୁଛି । ଏହି ଜାହାଜରୁ ମିଳିଥିବା ତଥ୍ୟ ମଲାକା ଷ୍ଟ୍ରେଟ୍ ର ଅତ୍ୟନ୍ତ ଗଭୀର ଜଳ ଏବଂ ପୂର୍ବ ଭାରତ ମହାସାଗର ଦେଇ  ଯିବାପାଇଁ ଉଦ୍ୟମ କରୁଥିବା  ଚୀନ୍ ବୁଡ଼ାଜାହାଜ ପାଇଁ ଅମୂଲ୍ୟ ହେବ। ଏହା ଭାରତ ପାଇଁ ବହୁତ ଅସୁବିଧା ସୃଷ୍ଟି କରିପାରେ ।

ଭାରତ ମହାସାଗର ତଥ୍ୟକୁ ନେଇ କ'ଣ କରିବ ଚୀନ ?

ବିଶେଷଜ୍ଞଙ୍କ ମତରେ ଚୀନର ସର୍ଭେ ଜାହାଜଗୁଡ଼ିକ ସମୁଦ୍ର ପତ୍ତନର ମ୍ୟାପିଂ କରିବା, ସମୁଦ୍ର ତଳ ପରିବେଶର ରୂପରେଖ ବୁଝିବା ପାଇଁ ହାଇଡ୍ରୋଲୋଜିକାଲ ଡାଟା ରେକର୍ଡ କରିବା, ସମୁଦ୍ର ତଳ କେବୁଲରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା, କ୍ଷେପଣାସ୍ତ୍ର ଉତକ୍ଷେପଣର ଟେଲିମେଟ୍ରି ଡାଟା ରେକର୍ଡ କରିବା ଭଳି କାର୍ଯ୍ୟ କରିପାରିବେ। ଏହି ତଥ୍ୟକୁ ଚୀନ୍ ନୌସେନା ଭାରତ ମହାସାଗରରେ ନିଜର ଅଭିଯାନ ପାଇଁ ବ୍ୟବହାର କରିପାରିବ।

Read More
{}{}