Hindi News >>Home >>Zee Odisha

ରାଜ୍ୟରେ ଚଳିତ ବର୍ଷ ଲାଗିବ ୫ କୋଟି ଗଛ: ମୁଖ୍ୟମନ୍ତ୍ରୀ

ଗୋଟିଏ ବର୍ଷରେ ୧ ଲକ୍ଷ୍ୟ ୪୮ ହଜାର ଗଛ ଓଡ଼ିଶା ଲଗେଇଛି। ଦ୍ବିତୀୟ ସ୍ଥାନରେ କେରଳ ମାତ୍ର ୪୮ହଜାର ଗଛ ଲଗେଇଛି।

Advertisement
ରାଜ୍ୟରେ ଚଳିତ ବର୍ଷ ଲାଗିବ ୫ କୋଟି ଗଛ: ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Jul 05, 2024, 03:44 PM IST
Share

ଭୁବନେଶ୍ଵର: ରାଜ୍ୟସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଭୁବନେଶ୍ୱର ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଥିଲା। ଅନ୍ୟତମ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଂଟିଆ, ଏସଆରସି ସତ୍ୟବ୍ରତ ସାହୁ, ପିସିସିଏଫ ଦେବିଦତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଛ ଲଗାଇବାରେ ଦେଶରେ ଓଡ଼ିଶା ଏକ ନମ୍ବର ରାଜ୍ୟ। ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଗୋଟିଏ ବର୍ଷରେ ୧ ଲକ୍ଷ୍ୟ ୪୮ ହଜାର ଗଛ ଓଡ଼ିଶା ଲଗେଇଛି। ଦ୍ବିତୀୟ ସ୍ଥାନରେ କେରଳ ମାତ୍ର ୪୮ହଜାର ଗଛ ଲଗେଇଛି। ସେହିପରି ଓଡ଼ିଶାରେ ଲାଗିବ ଚେରୀ ବ୍ଲସମ। ଜାପାନରେ ଚେରୀ ବ୍ଲସମ୍ ଗଛ ଅଧିକ ଚାଷ କରାଯାଏ। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଂଗବାଡ଼ିରେ ଆମେ ବ୍ୟାପକ ପରିମାଣରେ ଚେରୀ ବ୍ଲସମ ଚାଷ କରିବାକୁ ଯାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି ଏକ ' ପେଡ୍ ମା କେ ନାମ’ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରିବା। ତାଳ ଗଛକୁ ଆଜି ବନ ବିଭାଗର ବନ୍ଧୁ ହିସାବରେ ନିଆଯାଇଛି। ତାଳ ଗଛ ହେଉଛି ଆମ ବ୍ରଜ କବଚ।

ଅନ୍ୟପଟେ ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ପୂର୍ବରୁ ୧୮ମାସର ଚାରା ଲଗା ଯାଉଥିବା ବେଳେ ଏ ବର୍ଷ ୩୦ ମାସିଆ ଚାରା ଦିଆଯିବ। ଗଛ ଲଗାଇବା ପରେ ଯେଉଁ ପଲିଥିନ ବାହାରିବ ତାକୁ ବି ବାୟ ବ୍ୟାକ କରିବେ ଓଡ଼ିଶା ସରକାର। ସେହିପରି ଜଙ୍ଗଲ ବିଭାଗ କେବଳ ୧୯ ଲକ୍ଷ ତାଳ ଗଛ ଲଗାଇବ । ତାଳ ଗଛ ହାତୀକୁ ଖାଦ୍ୟ ଦେବା ସହିତ ଓ ବଜ୍ରପାତରୁ ରକ୍ଷା ମିଳିବ। ଜଙ୍ଗଲ ଓ କୃଷି ବିଭାଗ ମିଶି ଏହି କାମ କରିବେ। 

Read More
{}{}