Hindi News >>Home >>Zee Odisha

Dheeraj Prasad Sahu: ତିନି ଶହ କୋଟି ଜବତ ହେବା ପରେ ବି କାହିଁକି ନିରବ କଂଗ୍ରେସ ସାଂସଦ

କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ଗତ ଚାରି ଦିନ ହେବ ଆଞ୍ଚଳିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଙ୍କ କମ୍ପାନୀ ଏବଂ ସମ୍ପର୍କୀୟଙ୍କ ନିକଟରୁ ୩୦୦ କୋଟି ମିଳିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଟଙ୍କା ଗଣା କାମ ଜାରି ରହିଛି । ଆୟକର ବିଭାଗ ତରଫରୁ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 09, 2023, 05:26 PM IST
Share

Dheeraj Prasad Sahu:

କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ଗତ ଚାରି ଦିନ ହେବ ଆଞ୍ଚଳିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଙ୍କ କମ୍ପାନୀ ଏବଂ ସମ୍ପର୍କୀୟଙ୍କ ନିକଟରୁ ୩୦୦ କୋଟି ମିଳିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଟଙ୍କା ଗଣା କାମ ଜାରି ରହିଛି । ଆୟକର ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଆଉ ସେପଟେ ବିଜେପିକୁ କଂଗ୍ରେସ ବିରୋଧରେ ଏକ ବଡ଼ ପ୍ରସଙ୍ଗ ମିଳି ଯାଇଛି ।

କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ରାଞ୍ଚି ସ୍ଥିତ ବାସଭବନରେ ଚାରି ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଆୟ ବର୍ହିଭୂତର ସମ୍ପୂର୍ଣ୍ଣ ଟଙ୍କା ଏବଂ ସମସ୍ତ ସମ୍ପତ୍ତିର ସଠିକ୍ ଆକଳନ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନି । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ଚଢ଼ାଉ ହୋଇଥିବା ଠିକଣାରୁ ବର୍ତ୍ତମାନ ସୁଦ୍ଧା ୩୦୦ କୋଟି ଟଙ୍କା ମିଳିଛି । ଯାହାର ଗଣତି ଚାଲିଛି । ସମ୍ପୂର୍ଣ୍ଣ ଟଙ୍କା ଗଣିବା ପାଇଁ ଆଉ ଦୁଇ ଦିନ ସମୟ ଲାଗିବ ।

୧୭୬ଟି ବ୍ୟାଗରେ ନୋଟ ଭର୍ତ୍ତି

କଂଗ୍ରେସ ସାଂସଦ ଧୀରଜ ସାହୁ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି ଆୟକର ବିଭାଗର ଚଢ଼ାଉ । ରିପୋର୍ଟ ଅନୁଯାୟୀ ଚଢ଼ାଉ ସ୍ଥାନରୁ ୩୦ଟି ଆଲମୀରା ମିଳିଛି । ଯେଉଁଥିରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ଭରି ରହିଛି । କୁହାଯାଉଛି ସମସ୍ତ ଟଙ୍କାକୁ ୧୭୬ଟି ବ୍ୟାଗରେ ରଖାଯାଇଛି । ୪୦ଟି ବ୍ୟାଗର ଟଙ୍କା ଗଣା ଯାଇଛି । ଯେଉଁଥିରେ ୫୦ କୋଟିରୁ ଅଧିକ ଟଙ୍କା ରହିଛି । ଆଉ ବାକି ଟଙ୍କା ଗଣିବାରେ ଆହୁରି ଦୁଇ ଦିନ ଲାଗିବ ।

 ଦିଲ୍ଲୀ ବାସଭବନରେ ଧୀରଜ ସାହୁ !

ଶନିବାର ଦିନ ଚଢ଼ାଉ ଚାରି ଦିନରେ ପହଂଚିଛି । ତଥାପି ଏପର୍ଯ୍ୟନ୍ତ ଧୀରଜ ସାହୁ କିମ୍ବା ତାଙ୍କ କମ୍ପାନୀ ତରଫରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନାହିଁ । ଅନୁମାନ କରଯାଉଛି ଯେ ଆୟ ବିଭାଗର ଚଢ଼ାଉ ଚାଲିଥିବାରୁ ଧୀରଜ ସାହୁ କିମ୍ବା ତାଙ୍କ କମ୍ପାନୀର କୌଣସି କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ରଖୁ ନାହାଁନ୍ତି । କିନ୍ତୁ କୁହାଯାଉଛି ସଂସଦର ଶୀତକାଳୀନ ଅଧିବେଶନରେ ସାମିଲ ହେବାକୁ ଧୀରଜ ସାହୁ ଏବେ ବି ଦିଲ୍ଲୀରେ ଅଛନ୍ତି । କିନ୍ତୁ ତାଙ୍କ ତରଫରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ଆସିନାହିଁ । ସାଂସଦ ଧୀରଜ ସାହୁଙ୍କର ଗୋଟିଏ ମୋବାଇଲ ନମ୍ବର ଏବେ ବି ବନ୍ଦ ଅଛି । କିନ୍ତୁ ତାଙ୍କ ସହଯୋଗୀଙ୍କ ସୂଚନା ଅନୁଯାୟୀ ସେ ଏବେ ଦିଲ୍ଲୀ ବାସଭବନରେ ଅଛନ୍ତି । କିନ୍ତୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ନୁହେଁ ନିଜ ବାସଭବନରେ ଅଛନ୍ତି ।

ରାଞ୍ଚି ବାସଭବନରୁ ୩ଟି ବ୍ୟାଗ ନେଇଛନ୍ତି ଆୟବିଭାଗ ଅଧିକାରୀ

ରାଞ୍ଚି ସ୍ଥିତ ବାସଭବନରୁ ୩ଟି ବ୍ୟାଗ ନେଇଛନ୍ତି ଅଧିକାରୀମାନେ । କିନ୍ତୁ ସେହି ବ୍ୟାଗରେ କଣ ରହିଛି ସେନେଇ କୌଣସି ସୂଚନା ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଯେ ସେଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଟଙ୍କା ଏବଂ ଗହଣା ମିଳିଛି । ୬ ଡିସେମ୍ବରରୁ ଧୀରଜ ସାହୁଙ୍କ ରାଞ୍ଚି ଏବଂ ଲୋହରଦଗା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି ।

ବିଜେପିକୁ ମିଲିଲା ବଡ଼ ପ୍ରସଙ୍ଗ

ଧୀରଜ ସାହୁଙ୍କ ଘରୁ ଆର୍ୟବର୍ହିଭୂତ ସମ୍ପତ୍ତି ମିଳିବା ପରେ ବିଜେପିକୁ ବଡ଼ ପ୍ରସଙ୍ଗ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରିଛନ୍ତି ଯେ ଯିଏ ଜନତାଙ୍କ ଠାରୁ ଲୁଟିଛି ତାକୁ ଗୋଟି ଗୋଟି କରି ଫେରାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ବିଜେପିର ଅନେକ ବରିଷ୍ଠ ନେତା ଭ୍ରଷ୍ଟାଚାର ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜେପି ଏହି ଘଟଣାକୁ ନେଇ ଝାଡ଼ଖଣ୍ଡର ସବୁ ଜିଲ୍ଲାରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।  

Read More
{}{}