Home >>Zee Odisha Crime

Madhumita Parida: ଜୀବନ ହାରିଲେ ମହିଳା ସାମ୍ବାଦିକ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମଧୁମିତାଙ୍କ ସମ୍ପର୍କିୟ କହିଛନ୍ତି ତାଙ୍କ ସ୍ୱାମୀ ଓ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ରେଳ ଧାରଣାରେ ମାରି ଶୁଆଇ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣାର ପୋଲିସ ତଦନ୍ତ ଚଳାଇଛି। 

Advertisement
Madhumita Parida: ଜୀବନ ହାରିଲେ ମହିଳା ସାମ୍ବାଦିକ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
Prabhudatta Moharana|Updated: Jul 25, 2024, 09:18 AM IST
Share

Lady Journalist: ଭୁବନେଶ୍ୱର: ଟ୍ରେନରେ କଟି ଜୀବନ ହାରିଲେ ୱେବ ସାମ୍ବାଦିକା। ତାଙ୍କ ନା ମଧୁମିତା ପରିଡା ବୋଲି ଜଣାପଡିଛି। ପାରିବାରିକ କଳହରୁ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସୂଚନା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ସାମ୍ବାଦିକା ମଧୁମିତା ପରିଡା କିଛି ଦିନ ହେବ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ସେ ବିବାହ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଦୁନିଆରେ ଏତେ ଫାଲତୁ ଲୋକ ଅଛନ୍ତି ବୋଲି ଜାଣି ନଥିଲି ବୋଲି ସେ କହିଛନ୍ତି। ମୋ ସ୍ୱାମୀ ମୋତେ ଧୋକା ଦେଉଛନ୍ତି। ଆଉ ଜଣଙ୍କ ସହ ସେ ସମ୍ପର୍କରେ ଅଛନ୍ତି। ଏକଥା ଜାଣିବା ପରେ ତାଙ୍କୁ ପଚାରିଲି। ସେ ତାପରେ ରାଗିକି ମୋ ସହ ଆଉ ରହିବେନି ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝେଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଛି ଏମିତିକି ଅଫିସ ବି ଯାଇ ପାରୁନି। ଏହାକୁ ମୁଁ ଆଉ ସହି ପାରୁନି। ଆଜି ଯଦି କିଛି ନିଷ୍ପତି ନିଏ ତେବେ ମମି ମୋତେ କ୍ଷମା କରିଦେବ ବୋଲି ଭିଡିଓରେ ସେ କହିଛନ୍ତି। କେଉଁ ପରିସ୍ଥିତିରେ ଜୀବନ ହାରିଲେ ସାମ୍ବାଦିକା ସେନେଇ ତଦନ୍ତ କରୁଛି ପୋଲିସ।

ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମଧୁମିତାଙ୍କ ସମ୍ପର୍କିୟ କହିଛନ୍ତି ତାଙ୍କ ସ୍ୱାମୀ ଓ ଭାଇ ତାଙ୍କୁ ହତ୍ୟା କରିଛନ୍ତି। ରେଳ ଧାରଣାରେ ମାରି ଶୁଆଇ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣାର ପୋଲିସ ତଦନ୍ତ ଚଳାଇଛି। 

Read More
{}{}