Home >>Zee Odisha Crime

Shradhha Murder Case 2: ଡେଟିଂ ଆପରୁ 'ଡେଥ୍ ଡ୍ରାଇଭ୍', ପ୍ରେମିକାକୁ ମାରି ଅଙ୍ଗ ବିକି ଦେଲା ବିଦେଶୀ ପ୍ରେମୀ !

Shradhha Muder Case 2:  ପ୍ରେମିକକୁ ଭେଟିବା ପାଇଁ ପ୍ରାୟ ୫୦୦୦ କିଲୋମିଟର ଯାତ୍ରା କରିଥିବା ୫୧ ବର୍ଷିୟ ମହିଳାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ପେରୁରେ ଘଟିଛି। ବ୍ଲାନକାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲାପରେ ପରିବାର ଲୋକଙ୍କ ସନ୍ଦେହ ବଢିଲା। ନଭେମ୍ବର ୯ରେ ହୁଆଚୋ ବିଚରେ ସ୍ଥାୟୀନ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରିଥିଲେ।

Advertisement
Shradhha Murder Case 2: ଡେଟିଂ ଆପରୁ 'ଡେଥ୍ ଡ୍ରାଇଭ୍', ପ୍ରେମିକାକୁ ମାରି ଅଙ୍ଗ ବିକି ଦେଲା ବିଦେଶୀ ପ୍ରେମୀ !
Shankarshan Bagh|Updated: Nov 26, 2022, 02:19 PM IST
Share

Shradhha Muder Case 2, ନୂଆଦିଲ୍ଲୀ: ରୋମାଣ୍ଟିକ ଲଭ୍ ଷ୍ଟୋରୀରୁ ଅଙ୍ଗ ତସ୍କରୀ। ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଥିବାବେଳେ ସୀମା ପାରରୁ ଏକ ଲୋମହର୍ଷଣକାରୀ ଖବର ସାମନାକୁ ଆସିଛି। ପ୍ରେମିକକୁ ଭେଟିବା ପାଇଁ ପ୍ରାୟ ୫୦୦୦ କିଲୋମିଟର ଯାତ୍ରା କରିଥିବା ୫୧ ବର୍ଷିୟ ମହିଳାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ପେରୁରେ ଘଟିଛି। ମହିଳାଙ୍କୁ ଅଙ୍ଗ ତସ୍କରୀ ପାଇଁ ତାଙ୍କର ଅନଲାଇନ ପ୍ରେମିକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ରିପୋର୍ଟ ଅନୁସାରେ, ଏକ ଡେଟିଂ ଆପ୍ ମାଧ୍ୟମରେ ମେକ୍ସିକୋର ୫୧ ବର୍ଷିୟା ବ୍ଲାନକା ଆରେଲାନୋ, ଜୁଆନ ପାବ୍ଲୋ ନାମକ ଜଣେ ୩୭ ବର୍ଷିୟ ଯୁବକଙ୍କୁ ଭେଟିଥିଲେ। ପେରୁର ଲିମ ଅଞ୍ଚଳର ହୁଆକୋ ସହରରେ ଜୁଆନ ରହୁଥିଲେ। କିଛି ମାସ ଅନଲାଇନରେ କଥାବାର୍ତ୍ତା ହେଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଠି ଉଠିଲା। ଗତ ଜୁଲାଇ ଶେଷରେ ବ୍ଲାନକା ତାଙ୍କ ପ୍ରେମିକ ଜୁଆନଙ୍କୁ ଭେଟିବା ପାଇଁ ପେରୁ ଯାଇଥିଲେ। କିନ୍ତୁ ନଭେମ୍ବର ସାତ ତାରିଖ ଠାରୁ ବ୍ଲାନକାଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Also Read: Shraddha Murder Case: ଆଠ ଘଣ୍ଟାର Polygraph testରେ କ'ଣ କହିଲା ଅଫତାବ ପୁନାୱାଲା?

ବ୍ଲାନକାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲାପରେ ପରିବାର ଲୋକଙ୍କ ସନ୍ଦେହ ବଢିଲା। ବ୍ଲାନକାଙ୍କ ଝିଆରୀ କାର୍ଲା ଆରେଲାନୋଙ୍କ କହିବା ଅନୁସାରେ, ତାଙ୍କ ମାଉସୀ ସବୁବେଳେ ଫୋନରେ ଯୋଗାଯୋଗ କରୁଥିଲେ। କିନ୍ତୁ ନଭେମ୍ବର ୭ ତାରିଖରୁ ଆଉ ସମ୍ପର୍କ ହୋଇପାରିଲା ନାହିଁ। ବ୍ଲାନକା କହୁଥିଲେ ଯେ, ସେ ଜୁଆନଙ୍କୁ ପ୍ରେମ କରୁଛନ୍ତି ଓ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ ଅଛନ୍ତି। ଦୁଇ ସପ୍ତାହ ଯୋଗାଯୋଗ ନ ହେବାରୁ କାର୍ଲା, ଟ୍ୱିଟରରେ ତାଙ୍କ ମାଉସୀଙ୍କୁ ଖୋଜିବା ପାଇଁ ଅପିଲ କରିଥିଲେ। 

 

କାର୍ଲାଙ୍କ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ମାମଲାର ତଦନ୍ତ ଚଳାଇଥିଲା। ନଭେମ୍ବର ୯ରେ ହୁଆଚୋ ବିଚରେ ସ୍ଥାୟୀନ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରିଥିଲେ। ପରେ ଫଟୋ ଦେଖି ବ୍ଲାନକାଙ୍କୁ କାର୍ଲା ଚିହ୍ନଟ କରିଥିଲେ। ପୋଷ୍ଟମର୍ଟମ ବେଳେ ଜଣାପଡିଲା କି ବ୍ଲାନକାଙ୍କ ଅଙ୍ଗ ଗୁଡିକ ନିଖୋଜ ଅଛି। ଏହାକୁ ଆଧାର କରି ବ୍ଲାନକାଙ୍କ ପରିବାର ଅଙ୍ଗ ତସ୍କରୀ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। 

Also Read: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଚାଟ୍

ଅନ୍ୟପଟେ ପୋଲିସ ଅଭିଯୁକ୍ତ ଜୁଆନଙ୍କୁ ପେରୁ ପୋଲିସ ଅଟକ ରଖି ପଚରା ଉଚରା କରିଛି। ପୋଲିସର ଜେରା ବେଳେ ଜୁଆନ କହିଛନ୍ତି ଯେ, ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ଲାନକା ତାଙ୍କ ନିକଟରେ ଥିଲେ। କିନ୍ତୁ ପରେ ତାଙ୍କୁ ଏହି ସ୍ଥାନ ଭଲ ଲାଗିନଥିଲା, ତେଣୁ ସେ ମେକ୍ସିକୋ ଯିବାପାଇଁ ବାହାରି ଥିଲେ। ଘର ଛାଡି ବ୍ଲାନକା ଏକୁଟିଆ ଯାଇଥିଲେ। ତାପରଠାରୁ ଆଉ ଯୋଗାଯୋଗ ହୋଇନଥିବା ଜୁଆନ ନିଜ ସଫେଇରେ କହିଛନ୍ତି। ସେପଟେ ନ୍ୟାୟପାଇଁ ବ୍ଲାନକାଙ୍କ ସୋସିଆଲ ମିଡିଆରେ ଗୁହାରୀ କରୁଛନ୍ତି।

 

 

 

 

 

 

 

 

Read More
{}{}