Home >>Zee Odisha Crime

Shocking Incident: ଦେଢ଼ ବର୍ଷ ପରେ ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଉଡିଗଲା ଘର ମାଲିକଙ୍କ ହୋସ୍

Also Read: ବିଶାଖାପାଟନମର ପିଏମ ପାଲେମ ଥାନା ଅନ୍ତର୍ଗତ ମଧୁରୱାଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ବନ୍ଦ ଘରୁ ଦେଢ ବର୍ଷ ପୁରୁଣା ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏକ ପ୍ଲାଷ୍ଟିକ ଡ୍ରମ ଭିତରେ ଥିଲା।

Advertisement
ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ
Shankarshan Bagh|Updated: Dec 05, 2022, 04:10 PM IST
Share

Shocking Incident, ବିଶାଖାପାଟନମ: ଦେଶରେ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଏକ ପ୍ରକାରର ଟ୍ରେଣ୍ଡ ପାଲଟିଛି। ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ତ ଲୋକଲୋଚନକୁ ଆସିବା ପରେ ଲଗାତର ସେହି ସମାନ ମାମଲା ଘଟୁଛି। ସୋମବାର ସକାଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଗୋଟିଏ ବନ୍ଦ ଘର ଭିତରୁ ଗଳିତ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ପ୍ରାୟ ଦେଢ଼ ବର୍ଷ ପରେ ଘର ମାଲିକ କବାଟ ଖୋଲିବାରୁ ସମ୍ପୂର୍ଣ୍ଣ ଘଟଣା ଜଣାବିଷୟରେ ଜଣା ପଡିଥିଲା।

ବିଶାଖାପାଟନମର ପିଏମ ପାଲେମ ଥାନା ଅନ୍ତର୍ଗତ ମଧୁରୱାଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ବନ୍ଦ ଘରୁ ଦେଢ ବର୍ଷ ପୁରୁଣା ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏକ ପ୍ଲାଷ୍ଟିକ ଡ୍ରମ ଭିତରେ ଥିଲା। ମୃତକ ଜଣେ ମହିଳାଙ୍କର ହୋଇଥିବା ଜଣା ପଡିଛି। ପାଲେମ ପୋଲିସ, ଗଳିତ ମୃତଦେହକୁ ଜବତ କରିବା ସହ ପୋଷ୍ଟ ମର୍ଟମ ପାଇଁ ପଠାଇଛି। ଭଡାଟିଆ, ତାର ସ୍ତ୍ରୀକୁ ହତ୍ୟା କରି ଡ୍ରମରେ ଭର୍ତ୍ତି କରିଦେଇ ଫେରାର ହୋଇଯାଇଛି। ନଥ୍ ଜୋନର ଏସିପି ଶ୍ରୀନିବାସ ଓ ସିଆଇ ରାମକ୍ରିଷ୍ଣା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

Also Read: Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ

ସୂଚନାନୁସାରେ, ଏନ ରେମେଶ ନାମକ ବ୍ୟକ୍ତିଙ୍କ ଘରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଛି। ରେମେଶଙ୍କର ଏକ ୱେଡିଂ ଦୋକାନ ଅଛି। ସେହି ଦୋକାନରେ ଶ୍ରୀକାକୁଲ ବାସିନ୍ଦା ଋଷି କାମ କରୁଥିଲେ। ଋଷି, ତାଙ୍କ ସ୍ତ୍ରୀ ଗୋଟିଏ ଛୋଟ ଛୁଆକୁ ନେଇ ଏନ ରେମେଶଙ୍କ ଅନ୍ୟ ଏକ ଘରେ ଭଡା ସୂତ୍ରରେ ରହୁଥିଲେ। କିନ୍ତୁ ଗତ ବର୍ଷ ଜୁନରେ ଋଷି ଘର ଛାଡି ଚାଲିଯାଇଥିଲେ। ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ଘର ଛାଡୁ ଥିବା କହିଥିଲେ କିନ୍ତୁ ଘରର ଭଡା ଟଙ୍କା ଦେଇନଥିଲେ। ଦେଢ ବର୍ଷ ଅପେକ୍ଷା କରିବା ପରେ ସୋମବାର ଏନ ରେମେଶ ତାଲା ଭାଙ୍ଗି ଋଷି ରହୁଥିବା ଘରେ ପଶିଥିଲେ। ଆଉ ତାପରେ ଯାହା ଦେଖିଲେ ତାଙ୍କର ହୋସ ଉଡିଗଲା। 

ପୋଲିସକୁ ଘର ମାଲିକ ଏନ ରେମେଶ କହିଛନ୍ତି ଯେ, ସେ ଘରେ ପଶିଲା ଋଷିଙ୍କ ସମସ୍ତ ସାମାନ ବାହାର କରୁଥିଲେ। ଏହି ସମୟରେ ଏକ ପ୍ଲାଷ୍ଟିକ ଡ୍ରମ ଭିତରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଥିଲା। ତେବେ ମୃତ ଶରୀର ପ୍ରାୟ କଙ୍କାଳ ପାଲଟି ଯାଇଥିଲା। ତାପରେ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ମୃତଦେହ ବର୍ଷେ ପୁରୁଣା ହେବ ବୋଲି ଜଣା ପଡିଛି। ଋଷି ତାର ସ୍ତ୍ରୀକୁ ହତ୍ୟା କରି ଡ୍ରମରେ ରଖି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି। ମାମଲାର ଅଧିକ ତଦନ୍ତ ପାଇଁ ଶ୍ରୀକାକୁଲମ ପୋଲିସର ସହାୟତା ନିଆଯିବ ବୋଲି ବିଶାଖାପାଟନମ ପୋଲିସ ସୂଚନା ଦେଇଛି।  

Also Read: Shraddha Murder Case: ହତ୍ୟାର କାରଣ କହିଲା ଜହ୍ଲାଦ, ବଢୁଥିଲା ଘରଖର୍ଚ୍ଚ ବଢୁଥିଲା ଶ୍ରଦ୍ଧାଙ୍କ ପ୍ରତି ଘୃଣା

 

 

Read More
{}{}