Home >>Zee Odisha

Telgi Scam Web-Series:ଖିଅ ଖୋଜିବାକୁ ପୋଲିସକୁ ଲାଗିଲା ୬ ମାସ,ଜାଣନ୍ତୁ ଠକେଇର ଚକିତ କଲା ଭଳି କାହାଣୀ

ନିକଟରେ 'ସ୍କାମ 2003- ଦି ଟେଲଗି ଷ୍ଟୋରୀ' ନାମକ ଏକ ୱେବ୍ ସିରିଜ୍ OTT ରେ ମୁକ୍ତିଲାଭ କରିଥିଲା  । ଯାହା କି ଷ୍ଟାମ୍ପ ପେପର ସ୍କାମ ମାଷ୍ଟରମାଇଣ୍ଡ୍ ଅବଦୁଲ କରିମ ତେଲଗିର ଜୀବନ ଉପରେ ଆଧାରିତ । ସେହିଭଳି ଦିଲ୍ଲୀରେ ମଧ୍ଯ ଗୋଟିଏ ଷ୍ଟାମ୍ପ ପେପର ସ୍କାମ ମଧ୍ୟ ସାମ୍ନାକୁ ଆସିଛି। ଏହା ଦିଲ୍ଲୀର ନିଜସ୍ୱ 'ମିନି ତେଲଗି ସ୍କାମ'

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 01, 2024, 10:26 PM IST
Share

Telgi Scam Web-Series:

ନିକଟରେ 'ସ୍କାମ 2003- ଦି ଟେଲଗି ଷ୍ଟୋରୀ' ନାମକ ଏକ ୱେବ୍ ସିରିଜ୍ OTT ରେ ମୁକ୍ତିଲାଭ କରିଥିଲା  । ଯାହା କି ଷ୍ଟାମ୍ପ ପେପର ସ୍କାମ ମାଷ୍ଟରମାଇଣ୍ଡ୍ ଅବଦୁଲ କରିମ ତେଲଗିର ଜୀବନ ଉପରେ ଆଧାରିତ । ସେହିଭଳି ଦିଲ୍ଲୀରେ ମଧ୍ଯ ଗୋଟିଏ ଷ୍ଟାମ୍ପ ପେପର ସ୍କାମ ମଧ୍ୟ ସାମ୍ନାକୁ ଆସିଛି। ଏହା ଦିଲ୍ଲୀର ନିଜସ୍ୱ 'ମିନି ତେଲଗି ସ୍କାମ' ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ୬ ମାସର ଗୁପ୍ତ ଅପରେସନରେ ଦିଲ୍ଲୀ ପୋଲିସ ନକଲି ଷ୍ଟାମ୍ପ ପେପରର ଡିଜାଇନ, ମୁଦ୍ରଣ ଏବଂ ସପ୍ଲାଏ ସହିତ ଜଡିତ ଏକ ପ୍ରମୁଖ ରାକେଟ ଉପରୁ ପରଦା ଉଠାଇଛି । ଏହି ମାମଲାର ଅନୁସନ୍ଧାନରେ ୬ଟି ରାଜ୍ୟରେ ଚଢାଉ କରି ୧୩ଜଣଙ୍କୁ ଗିରଫ କରାଯାଇଛି। ଏହାସହିତ କୋଟି କୋଟି ଟଙ୍କାର ନକଲି ଷ୍ଟାମ୍ପ ଉଦ୍ଧାର କରାଯାଇଛି। ପୋଲିସ କେବଳ ଗ୍ରାହକଙ୍କ ସହ କାରବାର କରୁଥିବା ବିକ୍ରେତାଙ୍କୁ ଧରିନାହିଁ ବରଂ ମାଷ୍ଟରମାଇଣ୍ଡକୁ ମଧ୍ୟ ଧରି ପାରିଛି ।  ଏହା ପରେ ନକଲି ଷ୍ଟାମ୍ପ ପେପର କାରଖାନାକୁ  ପୋଲିସ ନଷ୍ଟ କରିଥିଲା । କାରଖାନାରୁ ପୋଲିସ ଧାତୁ ପ୍ଲେଟ୍, ହାଇ ଏଣ୍ଡ୍ କମ୍ପ୍ୟୁଟର, ମେସିନ୍, ସଫ୍ଟୱେର୍ ଏବଂ ପ୍ରିଣ୍ଟର୍ ଉଦ୍ଧାର କରିଛି।

ଗତ ବର୍ଷ ମେ ୨୩ ରେ ପ୍ରଥମ ଗିରଫ

ଠକେଇ ଅଭିଯୋଗରେ ଜଣେ ଓକିଲଙ୍କ ଦ୍ୱାରା ଏଫ୍ଆଇଆର୍ ଦାଖଲ ହେବା ପରେ ଚଳିତ ବର୍ଷ ମେ ମାସରେ ତଦନ୍ତ ଆରମ୍ଭ ହୋଇଥିଲା। ନାଶିକରେ ଥିବା ସରକାରୀ ପ୍ରିଣ୍ଟିଂ ସେଣ୍ଟର ବିକ୍ରି ହୋଇଥିବା ଷ୍ଟାମ୍ପ ପେପର ଅସଲି ନଥିବା ନିଶ୍ଚିତ କରିବା ପରେ ତଦନ୍ତ ଆଗେଇଥିଲା ।  ଜଣେ ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନ ବେଳେ ଅଭିଯୋଗକାରୀଙ୍କୁ ନକଲି ସେୟାର ଷ୍ଟାମ୍ପ ପେପର ବିକ୍ରି କରିଥିବା ପ୍ରଦୀପ କୁମାର ନାମକ ଜଣେ ଅଭିଯୁକ୍ତଙ୍କୁ ମେ 23 ରେ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ 2,700 ନକଲି ସେୟାର ଟ୍ରାନ୍ସଫର ଷ୍ଟାମ୍ପ ପେପର ଉଦ୍ଧାର କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ଏହି ଷ୍ଟାମ୍ପଗୁଡିକ ତାଙ୍କୁ ଆକବର ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ଭାଇ ଅସଗର ବିକ୍ରି କରିଛନ୍ତି। ଏହା ପରେ ପୋଲିସ ଚଢାଉ କରି ଉଭୟଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଅଧିକ ନକଲି ସେୟାର ଟ୍ରାନ୍ସଫର ଷ୍ଟାମ୍ପ ପେପର ମଧ୍ୟ ଉଦ୍ଧାର କରାଯାଇଥିଲା।

ପୋଲିସ ଦ୍ୱାରା ଧରାଯାଇଥିବା ଦୁଇ ମାଷ୍ଟରମାଇଣ୍ଡ |

ଏହା ପରେ ଏହି ଘଟଣାରେ ସଂପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଯେଉଁମାନେ ଏହି ନକଲି ଷ୍ଟାମ୍ପ ଲୋକଙ୍କୁ ବିକ୍ରି କରୁଥିଲେ। ତେବେ ପୋଲିସ  ଗିରଫ ବ୍ୟକ୍ତିଙ୍କ ନାମକୁ ନେଇ ନୀରବତା ଅବଲମ୍ବନ କରିଥିଲା। କିଛି ଅଭିଯୁକ୍ତଙ୍କୁ ବିସ୍ତୃତ ପଚରାଉଚରା ପରେ  ରାକେଶ କୁମାର ଜୈସୱାଲ ଏବଂ ରଣଜିତ କୁମାର ନାମକ ଦୁଇଜଣ ବ୍ୟକ୍ତି ପୁରା କାଣ୍ଡର ମାଷ୍ଟରମାଇଣ୍ଡ ବୋଲି ଜଣା ପଡିଥିଲା । ଏହି ଦୁଇ ବ୍ୟକ୍ତି ନକଲି ଷ୍ଚାମ୍ପ ଯୋଗାଇ ଦେଉଥିଲେ ।  ପରବର୍ତ୍ତୀ ସମୟରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ସୂଚନା ଆଧାରରେ ନକଲି ଷ୍ଟାମ୍ପ ପେପର ଛପା ହେଉଥିବା  ମେଟାଲ୍ ପ୍ଲେଟ୍ ଏବଂ ଅନ୍ୟାନ୍ୟ ଉପକରଣ ସହିତ ନକଲି ସେୟାର ଟ୍ରାନ୍ସଫର ଟିକେଟ୍ ଛାପିବା ପାଇଁ ବ୍ୟବହୃତ ମେସିନ୍  ଉଦ୍ଧାର କରାଯାଇଥିଲା ।  ପଚରାଉଚରାରୁ ଜଣାପଡିଥିଲା ଯେ ଅଭିଯୁକ୍ତମାନେ ଜାଲ୍ ସେୟାର ଟ୍ରାନ୍ସଫର ଷ୍ଟାମ୍ପ, ଡାକ ଷ୍ଟାମ୍ପ ଏବଂ ଷ୍ଟାମ୍ପ ପେପର ପ୍ରିଣ୍ଟ କରୁଥିଲେ। ଏହା ପରେ ତାକୁ ସେମାନେ 'ବିତରକ'କୁ ଦେଉଥିଲେ । ଏହି ଲୋକମାନେ ଏହାକୁ ସହରର ଗ୍ରାହକମାନଙ୍କୁ ବିକ୍ରି କରୁଥିଲେ ।

2 କୋଟିରୁ ଅଧିକ ଟଙ୍କା ମୂଲ୍ୟର ଷ୍ଟାମ୍ପ ପେପର ଉଦ୍ଧାର

ନକଲି ସେୟାର ଟ୍ରାନ୍ସଫର ଷ୍ଟାମ୍ପ, ଷ୍ଟାମ୍ପ ପେପର ଏବଂ ଡାକ ଷ୍ଟାମ୍ପର ମୋଟ ମୂଲ୍ୟ ପ୍ରଥମେ 2.24 କୋଟିରୁ ଅଧିକ ଥିଲା। ଏହି ଘଟଣାରେ ମୋଟ 13 ଜଣଙ୍କୁ ଗିରଫ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦିଲ୍ଲୀ କୋର୍ଟରେ ଦାଖଲ କରାଯାଇଛି । ଚାର୍ଜସିଟରେ ସେମାନେ କେଉଁଭଳି କାମ କରୁଥିଲେ ସେବାବଦରେ  ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ତଦନ୍ତରୁ  ପୋଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତମାନେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲ ପାଉଥିଲେ। ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ସେମାନେ ଏହି କାମକୁ ଆସିଥିଲେ । ଅଭିଯୁକ୍ତ ମାନେ  ପ୍ରାୟତଃ ନାଇଟ୍ କ୍ଲବକୁ ଯାଇ ଟଙ୍କା ଉଡାଉତିଲେ । ମଦ ଏବଂ ବିଳାସ ପାଇଁ  ଲକ୍ଷଲକ୍ଷ ଟଙ୍କା ସେମାନେ ଉଡାଉଥିଲେ । ତେଲଗି ମଧ୍ଯ ତା’ସମୟରେ ନାଇଟକ୍ଲବରେ ଲକ୍ଷଲକ୍ଷ ଟଙ୍କା ଉଡାଉଥିଲା । ସିଏ ଗୋଟିଏ ରାତିରେ ଏକ ଡ୍ୟାନ୍ସ ବାରରେ 93 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ଯାହାପରେ ତେଲଗି ପୋଲିସ ନଜରକୁ ଆସିଥିଲା । |

ଦୁଇ ଦଶନ୍ଧି  ତଳେ ସମାନ ମାମଲା ସାମ୍ନାକୁ ଆସିଥିଲା

2003 ମସିହାରେ ଦିଲ୍ଲୀ ପୋଲିସ 1.5 କୋଟି ଟଙ୍କା ମୂଲ୍ୟର ନକଲି ଷ୍ଟାମ୍ପ ପେପର ଜବତ କରିବା ସହିତ ଏହାକୁ ଚଳାଉଥିବା ଗ୍ୟାଙ୍ଗକୁ ଧରିଥିଲା । ପୂର୍ବ ଦିଲ୍ଲୀରେ ଏକ ଦମ୍ପତିଙ୍କୁ ଏହି ମାମାଲାରେ ପୋଲିସ ଗିରଫ କରିଥିଲା। ପୂର୍ବ ଦିଲ୍ଲୀର ଏକ କାରଖାନାରେ ଏହି ନକଲି ଷ୍ଟାମ୍ପ ପେପର ପ୍ରସ୍ତୁତ କରାଯାଉଥିଲା। 2012 ରେ ଦିଲ୍ଲୀ ପୋଲିସର ଜଣେ ପୂର୍ବତନ ଇନ୍ସପେକ୍ଟର ତେଲଗି ସ୍କାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସାତ ବର୍ଷ ପୂର୍ବେ ପଟିଆଲା ହାଉସ କୋର୍ଟରେ ଜଣେ ବ୍ୟବସାୟୀଙ୍କୁ 1.5 ଲକ୍ଷ ଟଙ୍କା ମୂଲ୍ୟର ନକଲି ଷ୍ଟାମ୍ପ କାଗଜ ବିକ୍ରି ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଫରହାନ (24) ନାମକ ଅଭିଯୁକ୍ତ ଜଣକ ତାଙ୍କ ପିତାଙ୍କୁ,ଯିଏକି ଜଣେ ଅନଧିକୃତ ଷ୍ଟାମ୍ପ ପେପର ବିକ୍ରେତା ଥିଲେ,ଅଦାଲତରେ ସାହାଯ୍ୟ କରିଥିଲେ । ପ୍ରଥମେ  ଅଭିଯୁକ୍ତମାନେ 10 ଟଙ୍କା ଡିଜିଟାଲ୍ ଷ୍ଟାମ୍ପ ପେପର କିଣୁଥିଲେ ।  ଏହା ପରେ ସେମାନେ ୧୦ ଟଙ୍କା ଲେଖାତିବା ସ୍ଥାନକୁ  ସ୍କ୍ରାଚ୍ କରୁଥିଲେ । ଏହାପରେ ସ୍କ୍ରାଚ୍ ହୋଇଥିବା ଅଂଶରେ ୫ଶହ ଟଙ୍କା ଲେଖି ତାକୁ ଲାଭରେ ବିକୁଥିଲେ ।

Read More
{}{}