Home >>Dhenkanal

Odisha Minister Cheated: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ୨୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଗିରଫ୍, ଜାଣନ୍ତୁ ମାମଲା

Odisha Minister Cheated: ମଙ୍ଗଳବାର ଦିନ ଓଡିଶା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଏକ ଜମି କାରବାରରେ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।   

Advertisement
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ୨୫ ଲକ୍ଷ ଟଙ୍କାର ଠକେଇ
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ୨୫ ଲକ୍ଷ ଟଙ୍କାର ଠକେଇ
Jagdish Barik|Updated: Jul 29, 2025, 10:59 PM IST
Share

Odisha Minister Cheated: ମଙ୍ଗଳବାର ଦିନ ଓଡିଶା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ (Krushna Chandra Patra) ଏକ ଜମି କାରବାରରେ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମନ୍ତ୍ରୀ ଏହି ଠକେଇକୁ ନେଇ ପୂର୍ବରୁ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ପୋଲିସ ଅନୁଯାୟୀ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ପ୍ରାୟ ୨୫ ଲକ୍ଷ ଟଙ୍କାର ଜମି ଦେବାକୁ ନେଇ ଠକେଇ ହେବା ପରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୁକ୍ତ ନିରଞ୍ଜନ ସତପଥୀଙ୍କୁ (Niranjan Satpathy) ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ ପାତ୍ର ୨୦୨୧ ମସିହାରେ ବନସିଂ ଅଞ୍ଚଳରେ ଏକ ଜମି ପାଇଁ ଅଗ୍ରୀମ ରାଶି ଭାବରେ ସତପଥୀଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଅଭିଯୁକ୍ତ ପ୍ରତିଶ୍ରୁତି ଦିଆଯାଇଥିବା ଜମି ପ୍ରଦାନ କରିବାରେ ବିଫଳ ହୋଇଥିଲେ ଏବଂ ପରେ ଟଙ୍କା ଫେରାଇବା ପାଇଁ ଦୁଇଟି ଚେକ୍ ଦେଇଥିଲେ - ଯାହା ବାଉନ୍ସ ହୋଇଥିଲା।

ପୋଲିସ କହିଛି ଯେ ସତପଥୀ ଟଙ୍କା ଫେରାଇବା ପାଇଁ ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ମଧ୍ୟ ଏହା କରି ନଥିଲେ।

ମନ୍ତ୍ରୀ କହିଛନ୍ତି, "ସୋମବାର ଦନ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ମନ୍ତ୍ରୀ ପାତ୍ର କହିଥିଲେ ଯେ ଚାରି ବର୍ଷ ପୂର୍ବେ ସେ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ସମୟରେ ଏହି କାରବାର ହୋଇଥିଲା। "ସେ ମୋତେ ଜମି ଦେଇନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ। ମୁଁ ଅଧିକାରୀକ ଭାବେ ଅଭିଯୋଗ ଦାଖଲ କରିବା ପୂର୍ବରୁ ବହୁତ ସମୟ ଅପେକ୍ଷା କରିଥିଲି।"

Read More
{}{}