Hindi News >>Home >>Odisha State

Odisha Coronavirus Update: ରଥଯାତ୍ରା ବେଳେ ବଢ଼ିଲା ଦୈନିକ ମାମଲା, ରେଡ୍ ଜୋନରେ ପୁରୀ ସମେତ ତିନି ଜିଲ୍ଲା

ରଥଯାତ୍ରା ସମୟରେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ଜୁନ ୨୭ ତାରିଖରେ ଦୈନିକ ମାମଲା ୬୯ ଥିଲା। ଯାହା ରଥଯାତ୍ରା ଦିନ ୨୦୪କୁ ପହଞ୍ଚିଲା। ଏହାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ତିନି ତାରିଖରେ ସଂକ୍ରମଣ ତିନି ଶହ ଟପିଲା। 

Advertisement
ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ
Zee Odisha Desk|Updated: Jul 09, 2022, 01:14 PM IST
Share

Coronavirus Update: ରାଜ୍ୟରେ ଲଗାମ ଛଡା ହୋଇଛି କୋରୋନା ସଂକ୍ରମଣ। ରଥଯାତ୍ରା ବେଳେ ଦୈନିକ କୋରୋନା ମାମଲା ବଢ଼ୁଛି। ଜୁଲାଇ ପହିଲାରେ ୨୦୪ ଥିବା ମାମଲା ଜୁଲାଇ ୯ରେ ୫୦୦ ଟପିଛି। ମାତ୍ର ୯ ଦିନରେ ସଂକ୍ରମଣ ଡବଲ ହୋଇଛି। ଟିପିଆରରେ ତିନି ଜିଲ୍ଲା ରେଡ୍ ଜୋନରେ ସାମିଲ ହୋଇଛନ୍ତି। ଏବେ ମାତ୍ର ଦୁଇଟି ଜିଲ୍ଲା ଶୂନ ପଜିଟିଭ୍ ରହିଛି।

ଶନିବାର ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପାଞ୍ଚ ଶହ ଟପିଛି। ଗତ ୨୪ ଘଣ୍ଟାରେ ଆଉ ୫୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୦୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୨ ଆକ୍ରାନ୍ତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି। ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୩୭, କଟକରୁ ୮୯ ଜଣ କୋରୋନା ପଜିଟିଭ ବାହାରିଥିବା ରିପୋର୍ଟ ହୋଇଛି। ଏହା ପରେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୨୭୯୫କୁ ବୃଦ୍ଧି ପାଇଛି।

Also Read: Bahuda Yatra 2022: ଜନ୍ମବେଦୀରେ ଲୀଳାଖେଳା ଶେଷ, ଆଜି ଶ୍ରୀମନ୍ଦିର ବାହୁଡିବେ ଶ୍ରୀଜିଉ

ରଥଯାତ୍ରା ସମୟରେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ଜୁନ ୨୭ ତାରିଖରେ ଦୈନିକ ମାମଲା ୬୯ ଥିଲା। ଯାହା ରଥଯାତ୍ରା ଦିନ ୨୦୪କୁ ପହଞ୍ଚିଲା। ଏହାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ତିନି ତାରିଖରେ ସଂକ୍ରମଣ ତିନି ଶହ ଟପିଲା। ଆଉ ବାହୁଡା ଦିନ ରାଜ୍ୟର କୋରୋନା ମାମଲା ୫୦୦ ପାର ହୋଇଛି। ରଥଯାତ୍ରାରେ କୋରୋନା କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ କୌଣସି ସ୍ଥାନରେ ତାହାର ଅନୁପାଳନ ହେଉନାହିଁ। ପୁରୀରେ ୧୦ ହଜାର ମାସ୍କ ବଣ୍ଟାଯିବ ବୋଲି କୁହାଯାଇଥିଲା। ତେବେ ପ୍ରଶାସନ କାହାକୁ ମାସ୍କ ଦେଇଛି ତାହା ତଦନ୍ତ ସାପେକ୍ଷ।

ଟେଷ୍ଟିଂ ପଜିଟିଭିଟି ରେଟ୍ ଅନୁସାରେ ରାଜ୍ୟର ତିନି ଜିଲ୍ଲା ରେଡ୍ ଜୋନରେ ଅଛି। ଖୋର୍ଦ୍ଧାରେ ସର୍ବାଧିକ ୧୦.୬, ପୁରୀରେ ୮.୧ ଓ କଟକରେ ୭.୭ ଟିପିଆ ରହିଛି। ରାଜ୍ୟର ୨୮ଟି ଜିଲ୍ଲାରେ ସକ୍ରିୟ ମମାଲା ରହିଛି। କେବଳ ନବରଙ୍ଗପୁର ଓ ଢେଙ୍କାନାଳ କୋରୋନା ଶୂନ୍ୟ ରହିଥିବା ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ବାହୁଡାଯାତ୍ରା ଥିବାରୁ ଆଗାମୀ ଦୁଇ ତିନି ଦିନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

Also Read: Amarnath tragedy update: ଅମରନାଥ ଯାତ୍ରା ସ୍ଥଗିତ, ୧୬ ମୃତଦେହ ଉଦ୍ଧାର ଓ ୪୦ ନିଖୋଜ

ଅନ୍ୟପଟେ, ଦେଶରେ ଦିନକରେ ୧୮୮୪୦ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୋଟ୍ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୩୮୬କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୨୮କୁ ବୃଦ୍ଧି ହୋଇଛି। ୪ କୋଟି ୨୯ ଲକ୍ଷ ୫୩ ହଜାର ୯୮୦ ଆକ୍ରାନ୍ତ  ସୁସ୍ଥ ହୋଇ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Read More
{}{}