Home >>Odisha State

ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!

ପ୍ରଥମ ତିନିଦିନ ସେବାୟତଙ୍କ ପରିବାରକୁ ଦର୍ଶନର ସୁଯୋଗ ଦିଆଯାଇଛି। ସେମାନେ ସବୁ ଦୁଆରରୁ ପ୍ରବେଶ କରିପାରିବେ। ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ।

Advertisement
ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!
ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!
Shankarshan Bagh|Updated: Dec 21, 2020, 05:43 PM IST
Share

ସଞ୍ଜୟ ମହାପାତ୍ର, ପୁରୀ: ଜାରି ହେଲା ଶ୍ରୀମନ୍ଦିର ଖୋଲିବା ନେଇ ସ୍ୱତନ୍ତ୍ର SOP। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଶ୍ରୀମନ୍ଦିର ସେବାୟତ ପରିବାର, ୨୬ରୁ ୩୧ ପର୍ଯ୍ୟନ୍ତ ପୁରୀବାସୀ ଠାକୁର ଦର୍ଶନ କରିବେ। ଦର୍ଶନର ଦୁଇଦିନ ପୂର୍ବରୁ ପ୍ରତି ୱର୍ଡରେ ବୁଲିବୁଲି ପୌରସଂସ୍ଥା ଟୋକନ ବାଣ୍ଟିବ। ସକାଳ ସାଢେ ସାତଟାରୁ ମହାପ୍ରଭୁଙ୍କ ପହୁଡ ପର୍ଯ୍ୟନ୍ତ ଦର୍ଶନ ଚାଲିବ।

ଦୀର୍ଘ ୯ ମାସ ପରେ ଭକ୍ତ କାଳିଆ (Jagannath) ଦର୍ଶନ ପାଇବେ। ଏଥିପାଇଁ ଚୂଡାନ୍ତ ହୋଇଛି SOP। ପ୍ରଥମ ତିନିଦିନ ସେବାୟତଙ୍କ ପରିବାରକୁ ଦର୍ଶନର ସୁଯୋଗ ଦିଆଯାଇଛି। ସେମାନେ ସବୁ ଦୁଆରରୁ ପ୍ରବେଶ କରିପାରିବେ। ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ। ୨୬ରୁ ୩୧ ଯାଏଁ ପୁରୀ (Puri) ସହରବାସୀ ଠାକୁର ଦର୍ଶନ କରିବେ। ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡର ଲୋକ ଦର୍ଶନ କରିବେ।ତେବେ ଦର୍ଶନ ସମୟ ମାତ୍ର ଚାରି ଘଣ୍ଟା ରହିବ। 

Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର

ଶ୍ରୀମନ୍ଦିର (Srimandir) ପ୍ରବେଶ ପାଇଁ ପୁରୀବାସୀ ଓ ସେବାୟତଙ୍କ ପାଇଁ ଆବଶ୍ୟକ କୋଭିଡ ନେଗେଟିଭ ପ୍ରମାଣ ପତ୍ର ହେବ ନାହିଁ। ଜାନୁଆରୀ ତିନି ତାରିଖରୁ ଆରମ୍ଭ ହେବାକୁ ଥିବା ସାଧାରଣ ଦର୍ଶନ ସମୟରେ ମଧ୍ୟ ପୁରୀବାସୀଙ୍କୁ ସକାଳେ ଓ ସଂନ୍ଧ୍ଯାରେ ଏକ ଘଣ୍ଟା ଲେଖାଏଁ ଦର୍ଶନର ସୁଯୋଗ ମିଳିବ। ମାର୍କେଟ ଛକରୁ ଟୋକନ ଦେଖାଇ ଭକ୍ତ ବେରିକେଡରେ ପ୍ରବେଶ କରିବେ। ସିଂହଦ୍ଵାର ଥାନା (Singhdwara ps) ସମ୍ମୁଖ ବେରିକେଡ ନିକଟରେ ଦଶଟି କିଓସ୍କ କାଉଁଟର ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି କରାଯିବ। ସେପଟେ ମାର୍କେଟ ଛକରୁ ଚାଲି ଆସିବା ନେଇ ଭକ୍ତ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ନଅଟି ଧାଡିରେ ସିଂହଦ୍ଵାର ଦେଇ କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର (Jagannath Temple) କୁ ପ୍ରବେଶ ସହ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ପରୀକ୍ଷା ମୂଳକ ଭାବେ ପୁରୀବାସୀଙ୍କୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ ଜାନୁଆରୀ ୩ରୁ ସକାଳେ ଓ ସଂନ୍ଧ୍ଯା ସମୟରେ ଏକ ଘଣ୍ଟା ଲେଖାଏଁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିବ। ଅନ୍ଯ ସମୟରେ ଆସିଲେ କୋଭିଡ (covid) ନେଗେଟିଭ ପ୍ରମାଣ ପତ୍ର ଦେଖାଇବାକୁ ପଡିବ। ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଲେ।

Also Read: କାଳିଆ ଦର୍ଶନକୁ ନେଇ ଉତ୍ସାହିତ ଭକ୍ତ, SOP ଉପରେ ରହିଛି ନଜର

ତେବେ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ କାଳିଆ ଦର୍ଶନ ପାଇଁ ପ୍ରାଥମିକତା ଦିଆଯାଇଥିବାରୁ ପ୍ରଶାସନକୁ ସାଧୁବାଦ ଦିଆଯାଇଛି। ହେଲେ ସେବାୟତ ପରିବାରର ବୟସ୍କ ଲୋକଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦେବାକୁ ସେବାୟତ ଦାବି କରିଛନ୍ତି। ମାର୍କେଟ ଛକ ପରିବର୍ତ୍ତେ ଶ୍ରୀନଅର ନିକଟରୁ ପୁରୀ ସହରବାସୀଙ୍କୁ ଛାଡିବା ପାଇଁ ସହରବାସୀ ଅନୁରୋଧ କରିଛନ୍ତି। ସେପଟେ କେଉଁ ୱାର୍ଡ ବାସିନ୍ଦା କେଉଁ ଦିନ ଦର୍ଶନ କରିବାକୁ ଯିବେ ସେହି ବ୍ଯବସ୍ଥାକୁ ସରଳି କରଣ କରିବାକୁ ଦାବି ସହରବାସୀ କରିଛନ୍ତି।

କାଳିଆ ଦର୍ଶନକୁ ନେଇ  ବ୍ଯାକୁଳ ହେଉଥିବା ଭକ୍ତଙ୍କ ପାଇଁ ଏସଓପି ଚିନ୍ତା ବଢାଇଛି। ଏହି ବ୍ଯବସ୍ଥା କେତେ ସୃଙ୍ଖଳିତ ହେବ ତାହା ଉପରେ ରହିବ ସମସ୍ତଙ୍କ ନଜର।

 

Read More
{}{}