Hindi News >>Home >>Zee Odisha

Arjun Awarded DSP Dalbir Singh Deol :ଜଣା ପଡିଲା ଅର୍ଜୁନ ପୁରସ୍କାର ପ୍ରାପ୍ତ ପୋଲିସ ଅଧିକାରୀଙ୍କ ହତ୍ୟାର କାରଣ

ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂ ଦେଓଲଙ୍କ ହତ୍ୟାର କାରଣ ଖୋଜି ବାହାର କରିଛି ଜଳନ୍ଧର ପୋଲିସ । ନୂଆବର୍ଷ ରାତିରେ ଦଲବୀରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିଲା ।  ପଞ୍ଜାବ ପୋଲିସରେ ଯୋଗ ଦେବା ପୂର୍ବରୁ ଡାଲବୀର ଜଣେ ଭାରୋତ୍ତୋଳକ ଥିଲେ।  ଉତ୍କୃଷ୍ଟ କ୍ରୀଡ଼ାବିତ୍ ହୋଇଥିବା କାରଣରୁ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 04, 2024, 09:26 PM IST
Share

Arjun Awarded DSP Dalbir Singh Deol :

ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂ ଦେଓଲଙ୍କ ହତ୍ୟାର କାରଣ ଖୋଜି ବାହାର କରିଛି ଜଳନ୍ଧର ପୋଲିସ । ନୂଆବର୍ଷ ରାତିରେ ଦଲବୀରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିଲା ।  ପଞ୍ଜାବ ପୋଲିସରେ ଯୋଗ ଦେବା ପୂର୍ବରୁ ଡାଲବୀର ଜଣେ ଭାରୋତ୍ତୋଳକ ଥିଲେ।  ଉତ୍କୃଷ୍ଟ କ୍ରୀଡ଼ାବିତ୍ ହୋଇଥିବା କାରଣରୁ ସେ ପୋଲିସ୍ ଚାକିରି ପାଇଥିଲେ । ଏବେ ତାଙ୍କ ହତ୍ୟା ରହସ୍ୟର ସମାଧାନ କରିଥିବା ଜଲନ୍ଦର ପୋଲିସ ଦାବି କରିଛି। ପୋଲିସର ସୂଚନାନୁସାରେ ଜଣେ ଅଟୋ ଡ୍ରାଇଭର ଏହି ହତ୍ୟାକାଣ୍ଡ ଘଟାଇଛି।

ନୂଆବର୍ଷ ରାତିରେ ଦଲବୀର ନିଜ ଗାଁକୁ ଯିବାକ ପାଇଁ ଏକ ଅଟୋ ଭଡାରେ ନେଇଥିଲେ । ଗାଁ ଠାରୁ କିଛି ଦୂରରେ ସେହି ରାତିରେ ତାଙ୍କ ମୃତଦେହକୁ ଆଉ ଜଣେ ପୋଲିସ ଅଧିକାରୀ ଜୁଗାଲ କିଶୋର ଦେଖିଥିଲେ । ଜୁଗଲ  ଡ୍ୟୁଟିରୁ ଘରକୁ ଫେରୁଥିବା ବେଲେ କେନାଲ ନିକଟରେ ସେ ଗୋଟିଏ ମୃତଦେହ ଦେଖିଥିଲେ। ମୃତଦେହକୁ ଚିହ୍ନଟ କରି ଯୁଗଳ କିଶୋର ତାଙ୍କ ସହକର୍ମୀଙ୍କୁ ଡାକି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅନେକ ସିସିଟିଭି କ୍ୟାମେରା ଦେଖି  ଗୋଟିଏ ଅଟୋରେ ଦଲବୀର ଯାଉଥିବା ଦେଖିବାକୁ ପାଇଥିଲା । ବିଭିନ୍ନ ସିସିଟିଭି ଫୁଟେଜ୍ ଚେକ୍ କରି ପୋଲିସ ସେହି ଗାଡି ନମ୍ବର ପାଇଥିଲା ।

ସର୍ଭିସ ପିସ୍ତଲ ଦ୍ୱାରା ହତ୍ୟା

ପୋଲିସର ସୂଚନାନୁସାରେ, ବିଜୟ କୁମାର ନାମକ ଅଭିଯୁକ୍ତ ଦଲବୀରଙ୍କ ସର୍ଭିସ ପିସ୍ତଲକୁ ଛଡ଼ାଇ ନେବା ପରେ ତାଙ୍କ ମୁଣ୍ଡକୁ  ଗୁଳି ମାଡ଼ କରିଥିଲା ।  ମୃତଦେହ ନିକଟରୁ ସେହି ପିସ୍ତଲ ଉଦ୍ଧାର କରାଯାଇଥିଲା । ଜଲନ୍ଧର ପୋଲିସ ମୁଖ୍ୟ ସ୍ୱପ୍ନ ଶର୍ମାଙ୍କ ଅନୁସାରେ  “ସନ୍ଦେହଜନକ ପରିସ୍ଥିତିରେ ଆମେ ଦଲବୀର ସିଂ ଦେଓଲଙ୍କ ମୃତଦେହ ପାଇଥିଲୁ। ଯେଉଁ ସ୍ଥାନରୁ ତାଙ୍କ ମୃତଦେହ ମିଳିଥିଲା ଜାଲନ୍ଧରଠାରୁ ତାହା ୭  କିଲୋମିଟର ଦୂର । ଏହି ମାମଲାରେ ଆମେ ଅଟୋ ରିକ୍ସା ଡ୍ରାଇଭର ବିଜୟ କୁମାରଙ୍କୁ ଗିରଫ କରିଛୁ। ”

ହତ୍ୟାକାଣ୍ଡର କାରଣ କ’ଣ ଥିଲା?

ପଚରାଉଚରା ବେଳେ ଜଣାପଡିଛି ଯେ ଅଟୋ ଡ୍ରାଇଭର ଦଲବୀରଙ୍କୁ ତାଙ୍କ ଗାଁ ଭିତରେ ଛାଡ଼ିବାକୁ ମନା କରିଥିଲା ।  ଯାହାକୁ ନେଇ  ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଝଗଡା ବଢି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା ।  ଏହି ସମୟରେ ଅଟୋ ଡ୍ରାଇଭର ବିଜୟ.ଦଲବୀରଙ୍କ ସର୍ଭିସ ପିସ୍ତଲକୁ ଛଡ଼ାଇ ନେଇ ତାଙ୍କ ମୁଣ୍ଡରୁ ଗୁଳି କରିଥିଲା। ଅପରାଧ କରିବା ପରେ ସେ ପିସ୍ତଲକୁ ଘଟଣାସ୍ଥଳରେ  ଛାଡି ପଳାଇ ଯାଇଥିଲା।

Read More
{}{}