Hindi News >>Home >>Odisha Education And Job

Agnipath: ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡ଼ର ନିଯୁକ୍ତି ରାଲି, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

Agnipath:  ଫେବୃୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି ପଞ୍ଜୀକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

Advertisement
Agnipath: ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡ଼ର ନିଯୁକ୍ତି ରାଲି, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ
Zee Odisha Desk|Updated: Mar 12, 2024, 08:48 AM IST
Share

Agnipath: ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡ଼ର ନିଯୁକ୍ତି ରାଲି ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଅନଲାଇନ୍ ପଞ୍ଜୀକରଣ ଜାରି ରହିଛି । ଫେବୃୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି ପଞ୍ଜୀକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଆବେଦନ ଲାଗି ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.in  ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ। ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଆବେଦନକାରୀ ୨୫୦ ଟଙ୍କା ପରୀକ୍ଷା ଫି’ ଦାଖଲ କରିବେ। ଆଗାମୀ ଏପ୍ରିଲ ୨୨ ପରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନଙ୍କୁ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ସହ ପରିଚିତ କରାଇବା ପାଇଁ ୱେବସାଇଟ୍‌ରେ ଏକ ଅଭ୍ୟାସ ପରୀକ୍ଷା ଉପଲବ୍‌ଧ ରହିଛି। ପଞ୍ଜୀକରଣ ସମ୍ବନ୍ଧିତ କୌଣସି ଅନୁସନ୍ଧାନ ନିମନ୍ତେ ପ୍ରାର୍ଥୀମାନେ କଟକସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

Also Read- OPS: ବାହାରିଲା ୧୨୬ ଓପିଏସ୍ ପଦବି, ପଦୋନ୍ନତି ଜରିଆରେ ପୂରଣ ହେବ ଏହି ସବୁ....

 

 

 

 

 

Read More
{}{}