Home >>Odisha Education And Job

AAI Recruitment 2023: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି ସୁଯୋଗ, ୩୦ ବର୍ଷରୁ କମ୍ ବୟସର ପ୍ରାର୍ଥୀ କରିପାରିବେ ଆବେଦନ..

AAI Recruitment 2023:ଚାକିରି ପାଇଁ ଆଶାୟୀ ଥିବା ଯୁବପୀଢ଼ିଙ୍କ ଖୁସି ଖବର। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ।) ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଏଏଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisement
AAI Recruitment 2023: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି ସୁଯୋଗ, ୩୦ ବର୍ଷରୁ କମ୍ ବୟସର ପ୍ରାର୍ଥୀ କରିପାରିବେ ଆବେଦନ..
Priyambada Rana|Updated: Dec 23, 2023, 02:56 PM IST
Share

AAI Recruitment 2023:ଚାକିରି ପାଇଁ ଆଶାୟୀ ଥିବା ଯୁବପୀଢ଼ିଙ୍କ ଖୁସି ଖବର। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ।) ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଏଏଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ www.aai.aero ରେ ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ। 

ଆବେଦନ ତାରିଖ:

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି ପାଇଁ ୨୭ ଡିସେମ୍ବରରୁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୬ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ।

ଖାଲି ପଡ଼ିଥିବା ପଦବୀ:

ଜୁନିୟର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ୍) ମୋଟ ୭୩ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଜୁନିୟର ଆସିଷ୍ଟାଣ୍ଟ (ଅଫିସ୍) ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ସିନିୟର ଆସିଷ୍ଟାଣ୍ଟ (ଇଲେକ୍ଟ୍ରୋନିକ୍ସ) ପାଇଁ ୨୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ସିନିଅର ଆସିଷ୍ଟାଣ୍ଟ (ଆକାଉଣ୍ଟ୍ସ) ପାଇଁ ୧୯ଟି ପୋଷ୍ଟ୍‌ ଖାଲି ପଡ଼ିଛି।

ବୟସ ସୀମା:

ଆବେଦନ ପାଇଁ ସର୍ବାଧିକ ବୟସ  ୩୦ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବୟସ ଗଣନା ୨୦ ଡିସେମ୍ବର ୨୦୨୩ ଅନୁସାରେ ହେବ।

ବୟସ କୋହଳ:

OBC ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଥିବା ବେଳେ SC/ST ପାଇଁ ୫ ବର୍ଷ କୋହଳ କରାଯାଇଛି। ସେହିପରି ESM ଭାରତ ସରକାରଙ୍କ ପ୍ରଚଳିତ ନିୟମାନୁସାରେ କରାଯିବ।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/ EWS/ OBC – ୧୦୦୦ ଟଙ୍କା

SC/ST/ESM/ ମହିଳା - ଦେୟମୁକ୍ତ

Also Read: ଗୋଟିଏ ବର୍ଷରେ କେତେ ସଂଖ୍ୟାରେ କରାଯାଇଥାଏ IAS ଚୟନ? ଜାଣନ୍ତୁ କିପରି ଦିଆଯାଏ ଏମାନଙ୍କୁ ଟ୍ରେନିଂ

Read More
{}{}