AAI Recruitment 2025: ଯଦି ଆପଣ ସ୍ନାତକ ପାସ୍ କରିଛନ୍ତି ଏବଂ ନିଯୁକ୍ତି ସନ୍ଧାନରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)ରେ କାମ କରିବାର ବଡ଼ ସୁଯୋଗ ଆସିଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଜୁନିଅର ଏକଜିକ୍ୟୁଟିଭ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଏଥିଇଁ ଆବେଦନ ପ୍ରକ୍ରିୟା ୨୫ ଏପ୍ରିଲ ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏହି ପରିସ୍ଥିତିରେ, ଯଦି ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଜାରି ହୋଇଥିବା ବିଜ୍ଞପ୍ତିକୁ ଭଲଭାବେ ପଢିବା ଉଚିତ।
ଆପଣଙ୍କୁ କହିରଖୁଛୁ ଯେ, ଏହି ନିଯୁକ୍ତି ଅଧୀନରେ ମୋଟ ୩୦୯ ଟି ଖାଲି ପଦବୀ ପୂରଣ ହେବ । ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, AAI ଜୁନିଅର ଏକଜିକ୍ୟୁଟିଭ୍ ନିଯୁକ୍ତି ୨୦୨୫ ପାଇଁ ଆବେଦନ ୨୫ ଏପ୍ରିଲ ୨୦୨୫ ରୁ ଆରମ୍ଭ ହେବ । ସେହିପରି, ଏହି ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ୨୪ ମଇ ୨୦୨୫ ରଖାଯାଇଛି । ମନୋନୀତ ପ୍ରାର୍ଥୀ ପ୍ରତି ମାସକୁ ୪୦,୦୦୦ରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ। କିନ୍ତୁ ଆପଣ ଜାଣିରଖିବା ଆବଶ୍ୟକ ଯେ, ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ GST ସହିତ ୧୦୦୦ ଟଙ୍କା ଫି ଦେବାକୁ ପଡିବ।
ଏହି ନିଯୁକ୍ତି ପାଇଁ ଆଗ୍ରହୀ ଥିବା ଆବେଦନକାରୀଙ୍କ ବୟସ ୨୭ ବର୍ଷରୁ ଅଧିକ ହେଇନଥିବା ଆବଶ୍ୟକ । ଏଥିସହ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୩ ବର୍ଷର ବି.ଏସ୍ସି ଡିଗ୍ରୀ କିମ୍ବା ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ ।
କିପରି ଆବେଦନ କରିବେ?
ନିଯୁକ୍ତି ପାଇଁ, ପ୍ରଥମେ ଆପଣଙ୍କୁ AAIର ଅଫିସିଆଲ୍ ୱେବସାଇଟ୍ https://www.aai.aero/en ଭିଜିଟ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ପୃଷ୍ଠାରେ ଥିବା ନିଯୁକ୍ତି ଟ୍ୟାବ୍ ଉପରେ କ୍ଲିକ୍ କରିବାକୁ ପଡିବ। ଯେତେବେଳେ ନୂଆ ପେଜ୍ ଖୋଲିବ, ସେତେବେଳେ ସାମ୍ନାରେ ଅନେକ ନିଯୁକ୍ତି ଲିଙ୍କ୍ ଦେଖାଯିବ । କିନ୍ତୁ ଆପଣଙ୍କୁ ଜୁନିଅର ଏକଜିକ୍ୟୁଟିଭ୍ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ । ଆପଣଙ୍କୁ ବିଜ୍ଞପ୍ତିରେ ଦିଆଯାଇଥିବା ସମସ୍ତ ସୂଚନାକୁ ଭଲଭାବେ ପଢିବାର ଆବଶ୍ୟକତା ଅଛି । ଏବେ ଆପଣଙ୍କୁ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ଆପଣଙ୍କର ସମସ୍ତ ବିବରଣୀ ପୂରଣ କରିବାକୁ ପଡିବ। ଏହା କରିବା ପରେ, ଫିସ୍ ପୈଠ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ନାମ ପଞ୍ଜୀକରଣ ହୋଇଯିବ। ପରେ ଏହାକୁ ଡାଉନଲୋଡ୍ କରି ପ୍ରିଣ୍ଟ ଆଉଟ୍ ନେଇ ପାଖରେ ରଖନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
Also Read- Hanuman Jayanti: ୫୭ ବର୍ଷ ପରେ ହନୁମାନ ଜୟନ୍ତୀରେ ପଞ୍ଚଗ୍ରହୀ ଯୋଗର ଶୁଭ ମିଶ୍ରଣ, ୫ ରାଶିକୁ ଲାଭ
Also Read- Mercury Transit: ଶନିଙ୍କ ନକ୍ଷତ୍ରରେ ବୁଧ ଚଳନ, ୫ରାଶିରେ ବଡ଼ ପ୍ରଭାବ