Home >>Odisha Education And Job

NTPCରେ ବାହାରିଲା ଚାକିରି, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ..

NTPC JOB: ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର।ନେସ୍‌ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ଚାକିରି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ NTPC ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛି। 

Advertisement
NTPCରେ ବାହାରିଲା ଚାକିରି, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ..
Zee Odisha Desk|Updated: Feb 26, 2024, 12:57 PM IST
Share

NTPC JOB: ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର।ନେସ୍‌ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ଚାକିରି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ NTPC ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ବିଭିନ୍ନ ‍ଇଂଜିନିୟରିଂ କ୍ଷେତ୍ରରେ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବସାଇଟ୍ Careers.ntpc.co.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ପାର୍ଥୀମାନେ ଅଧିକ ସୂଚନା ପାଇଁ ଏହି ଲିଙ୍କ୍ NTPC Recruitment Apply for 110 Deputy Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେଇଥିବା ବେଳେ ଏହି ପ୍ରକ୍ରିୟା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଖାଲି ପଦବୀ:

ଡେପୁଟି ମ୍ୟାନେଜର୍ (ଇଲେକ୍ଟ୍ରିକାଲ୍ ଇରେକ୍ସନ୍) ପାଇଁ ୨୦ଟି ପୋଷ୍ଟ୍‌ ଖାଲି ରହିଥିବା ବେଳେ ଡେପୁଟି ମ୍ୟାନେଜର୍ (ମେକାନିକାଲ୍ ଇରେକ୍ସନ୍) ପଦବୀ ପାଇଁ ଖାଲି ପଡ଼ିଛି ୫୦ଟି ପୋଷ୍ଟ୍‌। ସେହିପରି ଡେପୁଟି ମ୍ୟାନେଜର୍ (ସି&ଆଇ ଇରେକ୍ସନ୍)  ପାଇଁ ୧୦ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଡେପୁଟି ମ୍ୟାନେଜର (ସିଭିଲ୍ କନଷ୍ଟ୍ରକ୍ସନ) ପାଇଁ ଖାଲି ପଡ଼ିଛି ୩୦ଟି ପୋଷ୍ଟ୍‌। ମୋଟ୍ ୧୧୦ଟି ପଦବୀ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଆବେଦନ ଶୁଳ୍କ:

General/EWS/OBC - ୩୦୦ ଟଙ୍କା

SC / ST / PWBD / XSM/ ମହିଳା – ଦେୟ ମୁକ୍ତ

Read More
{}{}