Home >>Odisha Education And Job

Cisco Layoffs ୬୦୦୦ ଲୋକଙ୍କୁ ଚାକିରିରୁ କାଢିବ ସିସ୍କୋ

Cisco Layoffsଛ ଅଗ୍ରଣୀ ନେଟୱାର୍କିଂ କମ୍ପାନୀ ସିସ୍କୋ କର୍ମଚାରୀମାନଙ୍କୁ ବହୁ ପରିମାଣରେ ଛଟେଇ କରିବାକୁ ଯୋଜନା କରୁଛି। କମ୍ପାନୀ ଚତୁର୍ଥ କ୍ୱାର୍ଟର ରିପୋର୍ଟ ପ୍ରକାଶ କରିଛି।  ପାଇଁ ଫଳାଫଳ ପ୍ରକାଶ କରିଛି। ଏହା ପରେ ମଧ୍ୟ କମ୍ପାନୀ ବହୁ ସଂଖ୍ୟାରେ ଛଟେଇ ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି। ମନି କଣ୍ଟ୍ରୋଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତା

Advertisement
Cisco Layoffs ୬୦୦୦ ଲୋକଙ୍କୁ ଚାକିରିରୁ କାଢିବ ସିସ୍କୋ
Prabhudatta Moharana|Updated: Aug 16, 2024, 09:52 AM IST
Share

Cisco Layoffsଛ ଅଗ୍ରଣୀ ନେଟୱାର୍କିଂ କମ୍ପାନୀ ସିସ୍କୋ କର୍ମଚାରୀମାନଙ୍କୁ ବହୁ ପରିମାଣରେ ଛଟେଇ କରିବାକୁ ଯୋଜନା କରୁଛି। କମ୍ପାନୀ ଚତୁର୍ଥ କ୍ୱାର୍ଟର ରିପୋର୍ଟ ପ୍ରକାଶ କରିଛି।  ପାଇଁ ଫଳାଫଳ ପ୍ରକାଶ କରିଛି। ଏହା ପରେ ମଧ୍ୟ କମ୍ପାନୀ ବହୁ ସଂଖ୍ୟାରେ ଛଟେଇ ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି। ମନି କଣ୍ଟ୍ରୋଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ କମ୍ପାନୀ ନିଜ ୱାର୍କଫୋର୍ସରୁ ୭ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇରେ ପ୍ରାୟ ୬ ହଜାର କର୍ମଚାରୀ ନିଜ ଚାକିରି ହରାଇବାକୁ ପଡିବ ବୋଲି ସୂଚନା ରହିଛି। ଚଳିତ ବର୍ଷ  ଏହା ଦ୍ୱିତୀୟ ଥର ପାଇଁ ଛଟେଇ କରିବାକୁ ଯାଉଛି ସିସ୍କୋ। ଗତ ଫେବୃଆରୀ ମାସରେ ୪୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା ସିସ୍କୋ। 

ଛଟେଇ ପାଇଁ କାହିଁକି ନିଷ୍ପତ୍ତି ନେଲା ସିସ୍କୋ
ଏଠାରେ କହି ରଖୁ କି ଏହି ଛଟେଇ ମାଧ୍ୟମରେ ସିସ୍କୋ ଏହାର ଖର୍ଚ୍ଚ ହ୍ରାସ କରିବାକୁ ଏବଂ ସାଇବର ସୁରକ୍ଷା ଏବଂ ଏଇ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଆମେରିକାରେ ବିନିମୟ ଦାଖଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ପଦକ୍ଷେପ କମ୍ପାନୀକୁ ଖର୍ଚ୍ଚକୁ ୧ ବିଲିୟନ ଡଲାର ହ୍ରାସ କରିବାରେ ସାହାଯ୍ୟ କରିପାରିବ। କମ୍ପାନୀ ଏଆଇ ଏବଂ ସାଇବର ସୁରକ୍ଷା ଉପରେ ଏହାର ଖର୍ଚ୍ଚ ବୃଦ୍ଧି କରିବ। ସିସ୍କୋ ଆଶା କରୁଛି ଯେ ଏହି ନିଷ୍ପତ୍ତି ପରେ କମ୍ପାନୀ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ସୁଦ୍ଧା ୭୦୦ ରୁ ୮୦୦ ନିୟୁତ ଡଲାର ସଞ୍ଚୟ କରିବାକୁ ସକ୍ଷମ ହେବ। ଲକ୍ଷ୍ୟ ହେଉଛି ବର୍ଷ ଶେଷ ସୁଦ୍ଧା ଅବଶିଷ୍ଟ ରାଶି ସଞ୍ଚୟ କରିବା।

ସିସ୍କୋରେ AI କରୁଛି ନିବେଶ
ଜୁନ ୨୦୨୪ରେ AI କମ୍ପାନୀ କୋହେରେ, ମିଷ୍ଟ୍ରାଲ ଏବଂ ସ୍କେଲରେ ନିବେଶ କରିବାକୁ ସିସ୍କୋ ଘୋଷଣା କରିଛି। କମ୍ପାନୀ ଏହି ତିନୋଟି ଷ୍ଟାର୍ଟଅପରେ ୧ ବିଲିୟନ ଜଲାର ନିବେଶ କରିବାକୁ ଯାଉଛି। ଏହା ବ୍ୟତୀତ ନିବିଦିୟା ସହିତ ମିଶି ଏଆଇ ଉପରେ କାମ କରିବାକୁ ଯୋଜନା କରୁଛି ସିସ୍କୋ। 

ଏହି ପ୍ରତିଷ୍ଠିତ କମ୍ପାନୀ ମଧ୍ୟ କରିସାରିଛନ୍ତି ଛଟେଇ
ସିସ୍କୋ ପୂର୍ବରୁ ଇଣ୍ଟେଲ ୧୫ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ସେହିପରି ଡେଲ ମଧ୍ୟ ୧୨୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ତେବେ ଏହି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ମାଇକ୍ରୋସଫ୍ଟ, ଆମେଜନ, ଗୁଗୁଲ ଭଳି ବଡ଼ କମ୍ପାନୀ ମଧ୍ୟ ଆଗକୁ ଛଟେଇ କରିବାକୁ ଯାଉଛନ୍ତି। 

Read More
{}{}