Home >>Odisha Education And Job

Employment News: ଓଡ଼ିଶା ପୋଲିସରେ ବାହାରିଲା ବମ୍ପର ନିଯୁକ୍ତି, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଚାକିରି କରିବାକୁ ଚାହୁଁଛନ୍ତି କି?

Advertisement
Employment News: ଓଡ଼ିଶା ପୋଲିସରେ ବାହାରିଲା ବମ୍ପର ନିଯୁକ୍ତି, ଏପରି କରନ୍ତୁ ଆବେଦନ
Prabhudatta Moharana|Updated: Sep 24, 2024, 02:46 PM IST
Share

Employment News: ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଚାକିରି କରିବାକୁ ଚାହୁଁଛନ୍ତି କି? ଓଡ଼ିଶା ପୋଲିସରେ ବାହାରିଲା ବମ୍ପର ନିଯୁକ୍ତି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନ ପାଇଁ ଇଚ୍ଛୁକ ଥିବା ଚାକିରି ଆଶାୟୀ ଏପରି କରିପାରିବେ ଆବେଦନ। ପଢନ୍ତୁ ପୂରା ରିପୋର୍ଟ...

ଓଡ଼ିଶା ପୋଲିସ ପକ୍ଷରୁ କନେଷ୍ଟବଳ ଓ ଡିପିଓ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅନଲାଇନ ମାଧ୍ୟମରେ ଆପଣଙ୍କୁ ଆବେଦନ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ odishapolice.gov.inକୁ ଯାଇ ଆବେଦନ କରିପାରିବେ। ଏହି ପଦବୀର ପାଇଁ ଆପଣ odisha Police constable recruitment 2024ରେ କ୍ଲିକ କରି ଦେଖିପାରିବେ। 

 

ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ
ସେପ୍ଟେମ୍ବର ୨୩ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ଆନଲାଇନ ପ୍ରକ୍ରିୟା ଶେଷ ହେବ। ସେହିପରି ସାଧାରଣ ବର୍ଗଙ୍କ ପାଇଁ ୯୧୫ଟି ପଦବୀ ଖାଲି ରହିଥିବା ବେଳେ SCBC ପାଇଁ ୬ଟି, SC ପାଇଁ ୧୮୯ଟି ଓ ST ବର୍ଗ ପାଇଁ ୨୫୦ଟି ପଦବୀ ଖାଲି ରହିଛି। ତେବେ ମୋଟ ୧୩୬୦ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି। 

ଯୋଗ୍ୟତା
ଏହି ପଦବୀ ପାଇଁ ଚାକିରି ଆଶାୟୀଙ୍କୁ ବୋର୍ଡ ମାଟ୍ରିକ ପରୀକ୍ଷା ପାସ କରିଥିବା ନିତ୍ୟାନ୍ତ ଜରୁରୀ। ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୨୩ ବର୍ଷରୁ କମ ଆଶାୟୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ଏହି ପଦବୀ ପାଇଁ ଆବେଦନ ଶୁଳ୍କ ଶୂନ ରହିଛି। ଆଶାୟୀ ମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ। ପଦବୀ ପାଇଁ ସର୍ବନିମ୍ନ ଦରମା ୨୧୭୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ଦରମା ୬୯୧୦୦ ଟଙ୍କା ରହିଛି। ତେବେ ଆବେଦନ କରିବା ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଭଲ ଭାବେ ଆବେଦନ କରି ଆବେଦନ କରିପାରିବେ ଆଶାୟୀ। 

Read More
{}{}