Hindi News >>Home >>Odisha Education And Job

General Knowledge: ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ନୋଟରେ କାହାର ଫଟୋ ଛପା ଯାଉଥିଲା?

GK Questions and Answers: ଆଜିର ସମୟରେ ଆପଣ ଭାରତୀୟ ନୋଟରେ ଜାତି ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ, କିନ୍ତୁ ଆପଣ ଜାଣନ୍ତି କି ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ନୋଟରେ କାହାର ଫଟୋ ଛପା ଯାଉଥିଲା?  

Advertisement
GK Questions and Answers
GK Questions and Answers
Jagdish Barik|Updated: Sep 20, 2024, 01:56 AM IST
Share

General Knowledge: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛପା ଯାଇଛି। ଆପଣ ଜାଣନ୍ତି କି ମହାତ୍ମା ଗାନ୍ଧୀଙ୍କ ଫଟୋ କେବେ ଭାରତୀୟ ନୋଟରେ ଛପା ଯାଇଥିଲା? ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ନୋଟରେ କାହାର ଫଟୋ ଥିଲା? ଏହିପରି ଅନେକ ମଜାଦାର ପ୍ରଶ୍ନର ଉତ୍ତର ଏଠାରେ ଜାଣନ୍ତୁ।

ପ୍ରଶ୍ନ: ମଣିଷ ମସ୍ତିଷ୍କର ଓଜନ କେତେ?
ଉତ୍ତର: ବୟସ୍କ ମଣିଷ ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ଅଟେ।

ପ୍ରଶ୍ନ: ଭାରତର କେଉଁ ରାଜ୍ୟକୁ ବ୍ରିଟିଶମାନେ ଶାସନ କରିପାରି ନଥିଲେ?
ଉତ୍ତର: ବ୍ରିଟିଶମାନେ ଗୋଆକୁ ଶାସନ କରିପାରି ନଥିଲେ।

ପ୍ରଶ୍ନ: ଭାରତର ସାସୁ ବୋହୂ ମନ୍ଦିର କେଉଁଠାରେ ଅଛି?
ଉତ୍ତର: ସାସୁ ବୋହୂ ମନ୍ଦିର ରାଜସ୍ଥାନର ଉଦୟପୁରର ଏକ ପ୍ରସିଦ୍ଧ ଐତିହାସିକ ତଥା ପର୍ଯ୍ୟଟନ ସ୍ଥାନ।

ପ୍ରଶ୍ନ: ଭାରତରେ କେତୋଟି ହାଇକୋର୍ଟ ଅଛି?
ଉତ୍ତର: ଭାରତରେ ୨୫ଟି ହାଇକୋର୍ଟ ଅଛି, ଆନ୍ଧ୍ରପ୍ରଦେଶର ଅମରାବତୀରେ ଏକ ନୂତନ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି।

ପ୍ରଶ୍ନ: ଯଦି ରାଷ୍ଟ୍ରପତି ଇସ୍ତଫା ଦେବାକୁ ଚାହାଁନ୍ତି, ତେବେ ସେ କାହାକୁ ନିଜ ଇସ୍ତପା ପତ୍ର ଦେବେ?
ଉତ୍ତର: ଯଦି ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବାକୁ ଚାହାଁନ୍ତି, ତେବେ ସେ ନିଜ ଇସ୍ତଫା ଉପରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ।

ପ୍ରଶ୍ନ: ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି କିଏ?
ଉତ୍ତର: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜଜ୍ ହୋଇଥିବା ପ୍ରଥମ ମହିଳା ହେଉଛନ୍ତି ଜଷ୍ଟିସ୍ ଫାତିମା ବିବି, ତାଙ୍କୁ ୬ ଅକ୍ଟୋବର ୧୯୮୯ ରେ ନିଯୁକ୍ତ କରାଯାଇଥିଲା।

ପ୍ରଶ୍ନ: ଭାରତର କେଉଁ ରାଜ୍ୟର ସୀମା ନେପାଳ, ଚୀନ୍ ଏବଂ ଭୁଟାନ ସହ ଲାଗିଛି?
ଉତ୍ତର: ସିକ୍କିମ୍ ହେଉଛି ଭାରତର ଏକ ରାଜ୍ୟ ଯାହା ନେପାଳ, ଚୀନ୍ ଏବଂ ଭୁଟାନ ପରି ତିନି ଦେଶ ସହିତ ଏହାର ସୀମା ରହିଛି।

ପ୍ରଶ୍ନ: ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ନୋଟରେ କାହାର ଫଟୋ ଛପା ଯାଇଥିଲା?
ଉତ୍ତର: ୧୯୪୯ ପର୍ଯ୍ୟନ୍ତ ବ୍ରିଟିଶ ରାଜା କିଙ୍ଗ ଜର୍ଜଙ୍କ ଚିତ୍ର ନୋଟରେ ଛପା ଯାଉଥିଲା, କିନ୍ତୁ ୧୯୪୯ ମସିହାରେ ଭାରତ ସରକାର ପ୍ରଥମ ଥର ପାଇଁ ୧ ଟଙ୍କାର ଏକ ନୂଆ ନୋଟ୍ ଜାରି କରିଥିଲେ, ଯେଉଁଥିରେ ଅଶୋକା ସ୍ତମ୍ଭ ଛପା ଯାଇଥିଲା। ୧୯୫୦ ମସିହାରେ ସରକାର ୨, ୫, ୧୦ ଓ ୧୦୦ ଟଙ୍କିଆ ନୋଟ ଛାପିଥିଲେ। ଏହି ନୋଟ୍ ଗୁଡିକରେ ଅଶୋକା ସ୍ତମ୍ଭର ଚିତ୍ର ମଧ୍ୟ ଛପା ଯାଇଥିଲା, ଯାହା ପରେ ବିଭିନ୍ନ ସ୍ଥାନର ଫଟୋ ଛପା ଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ପଟୋ ୧୯୬୯ ମସିହାରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ୧୦୦ ତମ ଜନ୍ମଦିନରେ ଟଙ୍କା ଉପରେ ନଜର ଆସିଥିଲା।

Read More
{}{}