Hindi News >>Home >>Odisha Education And Job

Group C Recruitment: ବାହାରିଲା ବମ୍ପର ନିଯୁକ୍ତି, କରନ୍ତୁ ଏପରି ଆବେଦନ

ନୂଆଦିଲ୍ଲୀ: ହରିୟାଣା ସରକାର ଦ୍ୱାରା ପରିଚାଳିତ ଗ୍ରୁପ୍ ସିର ୧୫୭୫୫ ପଦବୀ ପାଇଁ ହରିୟାଣା କର୍ମଚାରୀ ଚୟନ ଆୟୋଗ (HSSC) ପୁନର୍ବାର ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୮ ଜୁଲାଇ। ଗ୍ରୁପ୍ ସି ବର୍ଗର ୨ ହଜାର ନୂତନ ପଦବୀ ଏହି ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ ହୋଇଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର

Advertisement
Group C Recruitment: ବାହାରିଲା ବମ୍ପର ନିଯୁକ୍ତି, କରନ୍ତୁ ଏପରି ଆବେଦନ
Prabhudatta Moharana|Updated: Jul 03, 2024, 06:15 PM IST
Share

Group C Recruitment: ନୂଆଦିଲ୍ଲୀ: ହରିୟାଣା ସରକାର ଦ୍ୱାରା ପରିଚାଳିତ ଗ୍ରୁପ୍ ସିର ୧୫୭୫୫ ପଦବୀ ପାଇଁ ହରିୟାଣା କର୍ମଚାରୀ ଚୟନ ଆୟୋଗ (HSSC) ପୁନର୍ବାର ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୮ ଜୁଲାଇ। ଗ୍ରୁପ୍ ସି ବର୍ଗର ୨ ହଜାର ନୂତନ ପଦବୀ ଏହି ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ ହୋଇଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶରେ CET ର ସଂଶୋଧିତ ଫଳାଫଳ ପ୍ରକାଶ ପାଇବା ପରେ ଆୟୋଗ ପୁନର୍ବାର ବିଜ୍ଞପ୍ତି ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇରେ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ନିଯୁକ୍ତି ପାଇଁ ଆବେଦନ ହରିୟାଣା SSC ୱେବସାଇଟ୍ https://hssc.gov.in/ ପରିଦର୍ଶନ କରି କରିବାକୁ ପଡିବ। ସାମାଜିକ ତଥା ଅର୍ଥନୈତିକ କାରଣରୁ ବୋନସ ଭାବରେ ପାଞ୍ଚ ନମ୍ବର ଦେବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଯାହା ପରେ ଗ୍ରୁପ୍ ସି ଅଫ୍ କମନ୍ ଏଲିଜିବିଲିଟି ଟେଷ୍ଟ (CET) ର ସଂଶୋଧିତ ଫଳାଫଳ ୨୫ ଜୁନରେ ପ୍ରକାଶ ପାଇଥିଲା। ଏଥିରୁ ବୋନସ ପଏଣ୍ଟ ମଧ୍ୟ ହଟାଇ ଦିଆଯାଇଥିଲା। ବର୍ତ୍ତମାନ CET ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କର CET ପଞ୍ଜୀକରଣ ନମ୍ବର ମାଧ୍ୟମରେ ପୁନଃପଞ୍ଜିକରଣ କରିବାକୁ ପଡିବ।

ଏହି ସବୁ ପଦବୀ ପାଇଁ ନିଯୁକ୍ତି
କ୍ଲର୍କ: ୫୨୦୮
ଜେଲ ୱାର୍ଡନ: ୧୧୦୦
ଗ୍ରାମ ସଚିବ: ୩୧୦୭
ସହକାରୀ ସବଇନସପେକ୍ଟର: ୪୩୩
ନହରୀ ପଟୱାରୀ: ୧୪୪୦
ଜୁନିୟର ଇଞ୍ଜିନିୟର: ୯୮୧
ରାଜସ୍ୱ ପଟୱାରୀ: ୧୨୩୬
ଜେଇ ଇଲେକ୍ଟ୍ରିକାଲ: ୫୧୭

ବିନା ଡକ୍ୟୁମେଣ୍ଟ ଯାଞ୍ଚରେ ମିଳିବ ଚାକିରି
ଡକ୍ୟୁମେଣ୍ଟ ଯାଞ୍ଚ ବିନା ସରକାରୀ ଚାକିରି ଉପଲବ୍ଧ ହେବ ବୋଲି ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ହରିୟାଣା ଏସଏସସି ଏବଂ ହରିୟାଣା ଜନସେବା ଆୟୋଗ (HPSC) ଦ୍ୱାରା ଯେକୌଣସି ପଦବୀରେ ନିଯୁକ୍ତି ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଡକ୍ୟୁମେଣ୍ଟ ଯାଞ୍ଚ ବିନା କରାଯିବ।

Read More
{}{}