Hindi News >>Home >>Odisha Education And Job

Bank Recruitment: ଏହି ସବୁ ବ୍ୟାଙ୍କରେ ମ୍ୟାନେଜର ପଦ ପାଇଁ ନିଯୁକ୍ତି, ଏପରି କରିପାରିବେ ଆବେଦନ

ସରକାରୀ ବ୍ୟାଙ୍କଗୁଡିକରେ ବାହାରିଲା ଚାକିରି। ମ୍ୟାନେଜର ପଦ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ। ଆଇବିପିଏସ୍ ଅଗଷ୍ଟ ପହିଲାରୁ ୪୪୫୫ PO ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ibpsonline.ibps.in ପରିଦର୍ଶନ କରି ଆବେଦନ କରିପାରିବେ। ଆବେଦନ କରିବ

Advertisement
Bank Recruitment: ଏହି ସବୁ ବ୍ୟାଙ୍କରେ ମ୍ୟାନେଜର ପଦ ପାଇଁ ନିଯୁକ୍ତି, ଏପରି କରିପାରିବେ ଆବେଦନ
Prabhudatta Moharana|Updated: Aug 01, 2024, 06:53 PM IST
Share

Bank Recruitment: ସରକାରୀ ବ୍ୟାଙ୍କଗୁଡିକରେ ବାହାରିଲା ଚାକିରି। ମ୍ୟାନେଜର ପଦ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ। ଆଇବିପିଏସ୍ ଅଗଷ୍ଟ ପହିଲାରୁ ୪୪୫୫ PO ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ibpsonline.ibps.in ପରିଦର୍ଶନ କରି ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଅଗଷ୍ଟ ୨୦୨୪। ଏହି ନିଯୁକ୍ତି ଅଧୀନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ମୋଟ ୬ଟି ବ୍ୟାଙ୍କରେ PO ପଦବୀରେ ନିଯୁକ୍ତି କରାଯିବ।

 

କେଉଁ ବ୍ୟାଙ୍କରେ କେତେ ପଦବୀ

  • ବ୍ୟାଙ୍କ ଅଫ ଇଣ୍ଡିଆ: 885
  • କାନାଡା ବ୍ୟାଙ୍କ: 750
  • ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ: 2000
  • ଇଣ୍ଡିଆନ ଓଭରସିଜ ବ୍ୟାଙ୍କ: 260
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ: 200
  • ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ: 360

ଆବଶ୍ୟକ ଯୋଗ୍ୟତା
ଏହି ପଦ ପାଇଁ ଆଶାୟୀ ସ୍ନାତକ ପାସ କରିଥିବା ନିତ୍ୟାନ୍ତ ଜରୁରୀ। ଏହା ସହିତ ଅଧିକ ସୂଚନା ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ। 

ବୟସ ସୀମା
ବ୍ୟାଙ୍କ ପିଓ ପଦବୀ ପାଇଁ ଆଶାୟୀଙ୍କର ବୟସ ଅତି କମରେ ୨୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ସେହିଭଳି ଅଗଷ୍ଟ ୧ ସୁଦ୍ଧା ଅତିବେଶୀରେ ୩୦ ବର୍ଷ ବୟସ ହେବା ଜରୁରୀ। 

ଆବେଦନ ରାଶି
ସମସ୍ତ ବର୍ଗଙ୍କ ପାଇଁ ଆଇବିପିଏସ ପକ୍ଷରୁ ଭିନ୍ନ ଭିନ୍ନ ରାଶି ଧାର୍ଯ୍ୟ କରାଯାଇଛି। ଏ ସମସ୍ତ ରାଶି ଆପଣ ଅନଲାଇନ ମାଧ୍ୟମରେ ପୈଠ କରିପାରିବେ। 

ଜେନେରାଲ ବା ସାଧାରଣ ବର୍ଗ: 850
ଓବିସି: 850
ଏସସି ଓ ଏସଟି: 175
ଦିବ୍ୟାଙ୍ଗ: 175

ଜରୁରୀ ତାରିଖ
ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବରରେ PO ନିଯୁକ୍ତି ପ୍ରିଲିମସ୍ ପରୀକ୍ଷା ଏବଂ ନଭେମ୍ବରରେ ମେନ୍ ପରୀକ୍ଷା ହେବାର ସମ୍ଭାବନା ରହିଛି।

 

କିପରି କରିବେ ଆବେଦନ

  • ଆବେଦନ କରିବାକୁ, ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ibpsonline.ibps.in କୁ ଯାଆନ୍ତୁ।
  • ମୂଳପୃଷ୍ଠାରେ ଉପସ୍ଥିତ ଥିବା ଆଇବିପିଏସ୍ ପୋ ନିଯୁକ୍ତି 2024 ଲିଙ୍କରେ କ୍ଲିକ୍ କରନ୍ତୁ।
  • ସେଠାରେ ସମସ୍ତ ଆବଶ୍ୟକୀୟ ସୂଚନାକୁ ଆରାମରେ ପୁରଣ କରନ୍ତୁ।
  • ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ।
  • ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ଅନ୍ଲାଇନ୍ରେ ନିର୍ଦ୍ଦିଷ୍ଟ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ।
  • ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣଙ୍କର ଆବେଦନ ଫର୍ମକୁ ଆପଣଙ୍କ ସହିତ ରଖନ୍ତୁ।
Read More
{}{}