Home >>Odisha Education And Job

Indian Navy Jobs: ଭାରତୀୟ ନୌସେନାରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୩୦୦ଟି ପଦବୀ

Indian Navy Jobs: ଇଣ୍ତିଆନ୍ ନେଭି (Indian Navy) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ Indian Navy ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରାୟ ୩୦୦ଟି ପଦବୀ ପୂରଣ ହେବ। ଅଷ୍ଟମ ଓ ଦଶମ ଶ୍ରେଣୀ ପାସ କରିଥିବା ପିଲାମାନେ ଏନେଇ ଆବେଦନ କରିପାରିବେ।

Advertisement
Indian Navy Jobs: ଭାରତୀୟ ନୌସେନାରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୩୦୦ଟି ପଦବୀ
Payal Priyadarshini|Updated: Apr 25, 2024, 02:26 PM IST
Share

Indian Navy Jobs: ଭାରତୀୟ ନୌସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ଆଶାୟୀ ପାଇଁ ଖୁସି ଖବର । ଏନେଇ ଇଣ୍ତିଆନ୍ ନେଭି (Indian Navy) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ Indian Navy ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରାୟ ୩୦୦ଟି ପଦବୀ ପୂରଣ ହେବ। ଅଷ୍ଟମ ଓ ଦଶମ ଶ୍ରେଣୀ ପାସ କରିଥିବା ପିଲାମାନେ ଏନେଇ ଆବେଦନ କରିପାରିବେ।

ଏହି ପଦବୀ ନେଇ ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଛି । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Navyର ଅଫିସିଆଲ୍ ୱେବସାଇଟ indiannavy.nic.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Indian Navy Vacancy apply for about 300 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ବପୂର୍ଣ୍ଣ ତାରିଖ

ଏନେଇ ଅନଲାଇନ ଆବେଦନ ପ୍ରକ୍ରିୟା ୨୩ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ୧୦ ମେ’ ରହିଛି ।

ଖାଲି ପଡ଼ିଥିବା ପଦବୀ

ଫିଟର – ୫୦ଟି ପୋଷ୍ଟ

ଇଲେକ୍ଟ୍ରିସିଆନ – ୪୦ଟି ପୋଷ୍ଟ

ମେକାନିକ(ଡିଜେଲ୍) – ୩୫ଟି ପୋଷ୍ଟ

ଇଲେକ୍ଟ୍ରୋନିକ୍ସ ମେକାନିକ – ୨୬ଟି

ଜାହାଜ ନିର୍ମାଣକାରୀ (କାଠ) – ୧୮ଟି ପୋଷ୍ଟ

ଜାହାଜ ନିର୍ମାଣକାରୀ (ଷ୍ଟିଲ୍) – ୧୬ଟି ପୋଷ୍ଟ

ମାସନ – ୮ଟି ପୋଷ୍ଟ

I&CTMS – ୩ଟି ପୋଷ୍ଟ

ମେସିନିଷ୍ଟ୍ – ୧୩ଟି ପୋଷ୍ଟ

MMTM – ୧୩ଟି ପୋଷ୍ଟ

ପାଇପ୍ ଫିଟର୍ – ୧୩ଟି ପୋଷ୍ଟ

ପେଣ୍ଟର୍ – ୯ଟି ପୋଷ୍ଟ

ଇନ୍‌ଷ୍ଟ୍ରୁମେଣ୍ଟ୍ ମେକାନିକ୍ – ୭ଟି ପୋଷ୍ଟ

ସିଟ୍ ମେଟଲ୍ ୱାର୍କର – ୩ଟି ପୋଷ୍ଟ

ଟେଲର୍ – ୩ଟି ପୋଷ୍ଟ

ପ୍ୟାଟର୍ନ ମେକର୍ – ୨ଟି ପୋଷ୍ଟ

ଫାଉଣ୍ଡ୍ରୀମ୍ୟାନ୍ – ୧ଟି ପୋଷ୍ଟ

RIGGER – ୧୨ଟି ପୋଷ୍ଟ

ଫର୍‌ଗର୍ ଓ ହିଟ୍ ଟ୍ରିଟର୍ – ୧ଟି ପୋଷ୍ଟ

ମେକାନିକ୍ ଫ୍ରିଜ୍/ଏସି – ୭ଟି ପୋଷ୍ଟ

ଇଲେକ୍ଟ୍ରୋପ୍ଲେଟର୍ – ୧ଟି ପୋଷ୍ଟ

ୱେଲଡର୍ – ୨୦ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା

  •  ଆଇଟିଆଇ ଟ୍ରେଡ଼୍ ପାଇଁ ଅଷ୍ଟମ ପାସ
  • ପୋର୍ଜର ହିଟ୍ ଟ୍ରିଟର ପାଇଁ ୧୦ମ ପାସ

ବୟସ ସୀମା

ସର୍ବନିମ୍ନ ବୟସ ୧୪ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୧୮ ବର୍ଷ ରଖାଯାଇଛି ।

ଆବେଦନ ଶୁଳ୍କ

ଦେୟମୁକ୍ତ

ଚୟନ ପ୍ରକ୍ରିୟା

ମାର୍କ ଆଧାରରେ ସର୍ଟଲିଷ୍ଟ

ସାକ୍ଷାତକାର

ଡ଼କ୍ୟୁମେଣ୍ଟ ଯାଞ୍ଚ

 

 

 

 

 

 

 

 

Read More
{}{}