Home >>Odisha Education And Job

Job Opportunity: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବାହାରିଲା ଚାକିରି, ଜାଣନ୍ତୁ କ’ଣ ରହିଛି ସିଲେକ୍ସନ ପ୍ରକ୍ରିୟା...

Job Opportunity: ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଅଫର। ଜାତୀୟ ଧାନ ଗବେଷଣା କେନ୍ଦ୍ର(National Rice Research Institution), କଟକରେ ବାହାରିଛି ଚାକିରି ସୁଯୋଗ।ୱାକ୍-ୟିନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏଥିରେ ଚୟନ କରାଯିବାର ବ୍ୟବସ୍ଥା ରହିଛି। ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ୍‌ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍(Fild Worker) ପଦବୀ ପୂରଣ ହେବ।

Advertisement
Job Opportunity: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବାହାରିଲା ଚାକିରି, ଜାଣନ୍ତୁ କ’ଣ ରହିଛି ସିଲେକ୍ସନ ପ୍ରକ୍ରିୟା...
Zee Odisha Desk|Updated: Dec 12, 2023, 01:15 PM IST
Share

 Job Opportunity: ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଅଫର। ଜାତୀୟ ଧାନ ଗବେଷଣା କେନ୍ଦ୍ର(National Rice Research Institution), କଟକରେ ବାହାରିଛି ଚାକିରି ସୁଯୋଗ।ୱାକ୍-ୟିନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏଥିରେ ଚୟନ କରାଯିବାର ବ୍ୟବସ୍ଥା ରହିଛି। ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ୍‌ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍(Fild Worker) ପଦବୀ ପୂରଣ ହେବ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ କୁ ଯାଇ https://icar-nrri.in  ଅଧିକ ସୂଚନା ପାଇପାରିବେ। ଅଫିସିଆଲ୍ ବିଜ୍ଞପ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ଲିଙ୍କ୍ ICAR ,NRRI, Cuttack New Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ତାରିଖ:

ୟଙ୍ଗ୍‌ ପ୍ରଫେସନାଲ୍‌ ପଦ ପାଇଁ ଉତ୍ସୁକ ଥିବା ବ୍ୟକ୍ତିମାନଙ୍କ ପାଇଁ ଚଳିତ ମାସ ୨୨ ତାରିଖ ସକାଳ ୧୦ ରେ ସାକ୍ଷାତକାରର ବ୍ୟବସ୍ଥା ରହିଛି। ସେହିପରି ପ୍ରୋଜେକ୍ଟ ଆସୋସିଏଟ୍ ପାଇଁ ସାକ୍ଷାତକାର ତାରିଖ ଡିସେମ୍ବର ୧୯ ତାରିଖ ସକାଳ ୧୦। ଫିଲ୍ଡ ୱାର୍କର୍ ପାଇଁ ସାକ୍ଷାତକାର ତାରିଖ ଡିସେମ୍ବର ୨୦ ତାରିଖ ସକାଳ ୧୦ଟା ଧାର୍ଯ୍ୟ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ୟଙ୍ଗ୍‌ ପ୍ରଫେସନାଲ୍ ପୋଷ୍ଟ ପାଇଁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜୀ/ବଟାନୀ ରେ ଏମ.ଏ.ସି କରିଥିବା ଉଚିତ୍। ସେହିପରି ପ୍ରୋଜେକ୍ଟ ଆସୋସିଏଟ୍ ପଦବା ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି / ବାୟୋଟେକ୍ନୋଲୋଜି / ବଟାନୀ ସହିତ M.Sc ହେବା ଉଚିତ୍। ସେହିପରି ଫିଲ୍ଡ ୱାର୍କର୍ ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବଟାନୀ / ଜୁଲୋଜୀ / ବାୟୋଟେକ୍ନୋଲୋଜିରେ ଅନର୍ସ ସହିତ B.Sc ସମାପ୍ତ କରିଥିବା ଆବଶ୍ୟକ।

ବୟସ ସୀମା:

ତେବେ ଉପରୋକ୍ତ ପଦବୀରେ ଆବେଦନ ପାଇଁ ସର୍ବନିମ୍ନ ବୟସସୀମା  ୨୧ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ବସୟସୀମା ୩୫ ଏବଂ ୪୫ ଏବଂ ୫୦ ବର୍ଷ ଧାର୍ଯ୍ୟ କରାଯାଇଛି।

ମାସିକ ଦରମା: ୟଙ୍ଗ୍‌ ପ୍ରଫେସନାଲଙ୍କ ମାସିକ ଦରମା ୩୫,୦୦୦ ଟଙ୍କା ରହିଥିବା ବେଳେ ଫିଲ୍ଡ ୱାର୍କରଙ୍କ ମାସିକ ଦରମା ୧୮,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରୋଜେକ୍ଟ ଆସୋସିଏଟଙ୍କ ମାସିକ ଦରମା ୨୫,୦୦୦ ଟଙ୍କା ଧାର୍ଯ୍ୟ ହୋଇଛି।

Also Read: SBI Recruitment 2023: SBIରେ ବାହାରିଲା ବମ୍ପର ନିଯୁକ୍ତି, ଆଜିହିଁ କରନ୍ତୁ ଆବେଦନ

Read More
{}{}