Home >>Odisha Education And Job

Matric Exam 2025 : ୨୧ରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଚଳିତ ଫେବୃଆରୀ ମାସ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍

Advertisement
Matric Exam 2025 : ୨୧ରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
Prabhudatta Moharana|Updated: Feb 06, 2025, 05:13 PM IST
Share

Matric Exam 2025 : ଭୁବନେଶ୍ୱର: ଚଳିତ ଫେବୃଆରୀ ମାସ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍ ହେଲେ ସିରିଏଲ୍ ନମ୍ବର ଦେଖି ଜାଣିହେବ । ଏଥିସହ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର QR କୋଡ୍ ବି ରହିବ । ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ। ଚଳିତଥର ମୋଟ୍ ୩ ହଜାର ୧୩୩ ମୋଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି।

ସେହିପରି ପରୀକ୍ଷା ପାଇଁ ସକାଳ ସାଢେ ୭ଟାରୁ ପରୀକ୍ଷାର୍ଥୀଙ୍କ ପାଇଁ ଗେଟ ଖୋଲାଯିବ। ସକାଳ ସାଢେ ୮ଟା ମଧ୍ୟରେ ପରୀକ୍ଷାର୍ଥୀ ପ୍ରବେଶ କରିବେ। ୯ଟାରୁ ପରୀକ୍ଷା ଆରମ୍ଭ ହେବ। ସବୁ ସ୍କୁଲକୁ ସେଣ୍ଟର ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି। ସେପଟେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟାନ ହୋଇଛି। ଯଦି କେହି ନିୟମ ଉଲ୍ଲଂଘନ କରନ୍ତୁ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ସେହିପରିସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍‌ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ। ୨୧ଟି ପୋଲିସ୍ ଥାନାରେ ୩୧୪ଟି ନୋଡାଲ୍ ସେଣ୍ଟର୍ ବ୍ୟବସ୍ଥା ହୋଇଛି। ପରୀକ୍ଷା ପରିଚାଳନା ନେଇ ସବୁ ପ୍ରସ୍ତୁତି ହୋଇଛି। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Read More
{}{}