Hindi News >>Home >>Odisha Education And Job

ଓଡ଼ିଆ ଭାଷାରେ ପଢ଼ିହେବ ଏମ୍‍ବିଏ, IGNOU ପ୍ରକାଶ କଲା ପୁସ୍ତକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ।  ଏହି ପ୍ରୟାସ ପାଇଁ ମୁଁ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।

Advertisement
ଓଡ଼ିଆ ଭାଷାରେ ପଢ଼ିହେବ ଏମ୍‍ବିଏ, IGNOU ପ୍ରକାଶ କଲା ପୁସ୍ତକ
Soubhagya Ranjan Mishra|Updated: Jan 21, 2025, 04:18 PM IST
Share

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡିହୋଇଛି । AICTE INDIA ସହଯୋଗରେ IGNOU ର ଏମବିଏ କୋର୍ସର ଓଡ଼ିଆ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ।  ଏହି ପ୍ରୟାସ ପାଇଁ ମୁଁ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।

ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ । ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆଜି ଏହି ଦୁଇ ଅନୁଷ୍ଠାନ ମିଳିତ ଭାବରେ ଓଡ଼ିଆ ଭାଷାରେ ଏମବିଏ କୋର୍ସର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ସାମଗ୍ରିକ ଶିକ୍ଷା ଦିଗରେ ନିଜର ସମର୍ପଣ ଭାବନାକୁ ପ୍ରମାଣିତ କରିଛନ୍ତି । 

ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାସ କମ ହେବା ସତ୍ତ୍ୱେ ରାଷ୍ଟ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ । ଜନ୍ମ ନେଉଥିବା ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତା’ର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ । ମୌଳିକ ଚିନ୍ତାଧାରାକୁ ବଢେଇବା ପାଇଁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ ।

Also Read- Mangal Gochar 2025: ମେଷଠୁ ମୀନ ୧୨ ରାଶିରେ ପଡିବ ମଙ୍ଗଳଙ୍କ ପ୍ରଭାବ, ଜାଣନ୍ତୁ କାହା ପାଇଁ ଶୁଭ

Also Read- Dabidi Dibidi ଗୀତରେ କେଶଭୀଙ୍କ ଜବରଦସ୍ତ ନାଚ, ଭିଡିଓ ଭାଇରାଲ୍

Read More
{}{}