Hindi News >>Home >>Odisha Education And Job

Junior Teacher Salary Hike: ରାଜ୍ୟରେ ୨୦ ହଜାର ଟଙ୍କା ହେଲା କନିଷ୍ଠ ଶିକ୍ଷକଙ୍କ ଦରମା

Junior Teacher Salary Hike: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି।   

Advertisement
Junior Teacher Salary Hike
Junior Teacher Salary Hike
Zee Odisha Desk|Updated: Mar 13, 2024, 08:29 PM IST
Share

ଭୁବନେଶ୍ୱର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏଣିକି ଯେଉଁ କନିଷ୍ଠ ଶିକ୍ଷକମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି, ସେମାନଙ୍କର ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା ହେବ। ଏହି ବୃଦ୍ଧି ପିଛିଲା ଭାବେ ୨୦୨୩ ଜାନୁୟାରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ। 

ଫାଇଭ୍‍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହା ବି ପଢ଼ନ୍ତୁ: ପଦ୍ମ ସମ୍ମାନରେ ସମ୍ମାନିତ ଓଡି଼ଶାର କୃତୀ ସନ୍ତାନ ମାନଙ୍କୁ ଦିଆଯିବ ମାସକୁ ୨୫ ହଜାର ଟଙ୍କା

ଏହା ବି ପଢ଼ନ୍ତୁ: ରାଜ୍ୟରେ 22ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ: ଭଞ୍ଜନଗରକୁ ଏନ୍‍ଏସି ମାନ୍ୟତା

Read More
{}{}