Hindi News >>Home >>Odisha Education And Job

Nabard BMO Recruitment: ନାବାର୍ଡରେ ବାହାରିଲ ନିଯୁକ୍ତି, ଦିନକୁ ମାତ୍ର ୧ ଘଣ୍ଟା କାର୍ଯ୍ୟ ସମୟ; ଜାନୁଆରୀ ୨୪ ଆବେଦନର ଶେଷ ତାରିଖ

ଆବେଦନ ଦାଖଲର ଶେଷ ତାରିଖ ୨୪ ଜାନୁଆରୀ ୨୦୨୫। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା ମାନଦଣ୍ଡ ପଢିନେବା ଉଚିତ। ଏହି ଲେଖାରେ ନାବାର୍ଡ BMO ନିଯୁକ୍ତି ଆବେଦନ ପ୍ରକ୍ରିୟା ବିସ୍ତାରିତ ଭାବରେ ସୂଚନା ପ୍ରଦାନ କରାଯାଇଛି।

Advertisement
Nabard BMO Recruitment:  ନାବାର୍ଡରେ ବାହାରିଲ ନିଯୁକ୍ତି, ଦିନକୁ ମାତ୍ର ୧ ଘଣ୍ଟା କାର୍ଯ୍ୟ ସମୟ; ଜାନୁଆରୀ ୨୪ ଆବେଦନର ଶେଷ ତାରିଖ
Prabhudatta Moharana|Updated: Jan 14, 2025, 12:39 PM IST
Share

Nabard BMO Recruitment: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଏହାର ଆଣ୍ଡାମାନ ଏବଂ ନିକୋବର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଚୁକ୍ତିଭିତ୍ତିକ ଭାବରେ ବ୍ୟାଙ୍କ ମେଡିକାଲ୍ ଅଫିସର (BMO) ପଦବୀରେ ନିଯୁକ୍ତି ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ଏହି ନିଯୁକ୍ତି ବିଜ୍ଞାପନ ୧୦ ଜାନୁଆରୀ ୨୦୨୪ରେ ପ୍ରକାଶିତ ହୋଇଥିଲା। ଆବେଦନ ଦାଖଲର ଶେଷ ତାରିଖ ୨୪ ଜାନୁଆରୀ ୨୦୨୫। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା ମାନଦଣ୍ଡ ପଢିନେବା ଉଚିତ। ଏହି ଲେଖାରେ ନାବାର୍ଡ BMO ନିଯୁକ୍ତି ଆବେଦନ ପ୍ରକ୍ରିୟା ବିସ୍ତାରିତ ଭାବରେ ସୂଚନା ପ୍ରଦାନ କରାଯାଇଛି।

ପଦ: ବ୍ୟାଙ୍କ ମେଡିକାଲ ଅଫିସର (BMO)
ସ୍ଥାନ: ନାବାର୍ଡ ପରିସର, ଭିଆଇପି ରୋଡ, ଶ୍ରୀ ବିଜୟପୁରମ, ଆଣ୍ଡାମାନ ଓ ନିକୋବର
ସମୟ: ୫ ବର୍ଷ ପର୍ଯ୍ୟନ୍ତ (୭୦ ବର୍ଷ ପର୍ଯ୍ୟନ୍ତ ଏହାର ନବୀକରଣ କରାଯିବ)
କାର୍ଯ୍ୟ ସମୟ: ପ୍ରତିଦିନ ମାତ୍ର ୧ ଘଣ୍ଟା
ଦରମା: ଚାକିରିର ପ୍ରଥମ ୩ ବର୍ଷ ପ୍ରତିଦିନ ଏକ ଘଣ୍ଟା ପାଇଁ ଏକ ହଜାର ଟଙ୍କା। ତିନି ବର୍ଷ ପରେ ପ୍ରତି ଏକ ଘଣ୍ଟା ପାଇଁ ୧୨ ଶହ ଟଙ୍କା ପ୍ରଦାନ କକରାଯିବ। 

ଟିଏ ବା ଯାତ୍ରା ଭତ୍ତା: ପ୍ରତି ମାସରେ ଏକ ହଜାର ଟଙ୍କା

ଶିକ୍ଷାଗତ ଯୋଗ୍ୟତା: ଆଶାୟୀଙ୍କ ନିକଟରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBSର ଡିଗ୍ରୀ ରହିବା ନିତ୍ୟାନ୍ତ ଜରୁରୀ। ଏହା ସହିତ ଜେନେରାଲ ମେଡିସିନରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆଶାୟୀମାନେ ମଧ୍ୟ ଆବେଦନ କରିପାରିବେ। 

ଅଭିଜ୍ଞତା: ଅତି କମରେ ୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ। 

ବାସସ୍ଥାନ: ଆଶାୟୀମାନେ ଆଣ୍ଡାମାନ ଓ ନିକୋବର ନାବାର୍ଡ କାର୍ଯ୍ୟାଳୟ ଠାରୁ ୩ ରୁ ୫ କିମି ଦୂରତା ମଧ୍ୟରେ ହୋଇଥିବା ଜରୁରୀ। 

ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବାଧିକ ୭୦ ବର୍ଷ ବୟସ ହୋଇଥିବା ଜରୁରୀ। 

ଆବେଦନ ପ୍ରକ୍ରିୟା: ନାବାର୍ଡ ଦ୍ୱାରା ଧାର୍ଯ୍ୟ ହୋଇଥିବା ପ୍ରଣାଳୀରେ ଆଶାୟୀ ଆବେଦନ କରିପାରିବେ। ଆବେଦନ ପତ୍ରରେ 'BMO ପଦ ପାଇଁ ଆବେଦନ' ସ୍ପଷ୍ଟ ଭାବେ ଲେଖା ରହିବା ଜରୁରୀ। 

ଆବଶ୍ୟକ ଦସ୍ତାବିଜ: ବୟସ, ଶିକ୍ଷାଗତ ଯୋଗ୍ୟତା, ମେଡିକାଲ ରେଜିଷ୍ଟ୍ରେସନ, ଜାତିଗତ ପ୍ରମାଣ ପତ୍ର ଓ ଅଭିଜ୍ଞତା ପତ୍ରକୁ ଆବେଦନପତ୍ର ସହିତ ସଂଯୋଗ କରିବା ନିତ୍ୟାନ୍ତ ଜରୁରୀ। ଆସନ୍ତା ୨୪.୦୧.୨୦୨୫ ତାରିଖ ମଧ୍ୟରେ ସାମାନ୍ୟ ପ୍ରବନ୍ଧକ, ନାବାର୍ଡ, ଆଣ୍ଡାମାନ ଓ ନିକୋବର ଆଞ୍ଚଳିକ କାର୍ଯ୍ୟାଳୟ, ଶ୍ରୀବିଜୟପୁରମରେ ପହଞ୍ଚିବା ଜରୁରୀ। 

Disclaimer: ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣ ଅଫିସିଆଲ୍ ୱେବସାଇଟରେ ଯାଇକି ଯାଞ୍ଚ କରିପାରିବେ। 

Read More
{}{}