Hindi News >>Home >>Odisha Education And Job

nabard recruitment notification 2024: ନାବାର୍ଡରେ ବାହାରିଲା ବମ୍ପର ନିଯୁକ୍ତି, ବିନା ଲିଖିତ ପରୀକ୍ଷାରେ ପାଇପାରିବେ ସରକାରୀ ଚାକିରି, ଦରମା ୩୬ ଲକ୍ଷ ଟଙ୍କା !

Nabard Recruitment Notification 2024: ଆଶାୟୀମାନେ ନାବାର୍ଡର ସରକାରୀ ୱେବସାଇଟରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଅଧ୍ୟୟନ କରିବା ସହିତ ଜରୁରୀ ତାରିଖ ଓ ଉପଯୁକ୍ତ ପଦବୀ ସମ୍ପର୍କରେ ସୂଚନା ହାସଲ କରିବାରିବେ। ଏହା ସହିତ ଯେଉଁ ପଦବୀ ପାଇଁ ଯୋଗ୍ୟତା ରହିଥିବ ସେହି ପଦବୀରେ ଆବେଦନ କରିପାରିବେ। 

Advertisement
nabard recruitment notification 2024: ନାବାର୍ଡରେ ବାହାରିଲା ବମ୍ପର ନିଯୁକ୍ତି, ବିନା ଲିଖିତ ପରୀକ୍ଷାରେ ପାଇପାରିବେ ସରକାରୀ ଚାକିରି, ଦରମା ୩୬ ଲକ୍ଷ ଟଙ୍କା !
Prabhudatta Moharana|Updated: Dec 31, 2024, 09:31 AM IST
Share

Nabard Recruitment Notification 2024: ନୂଆଦିଲ୍ଲୀ: ନିକଟରେ ନାବାର୍ଡ ଦେଶର ସ୍ପେଲାସିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ବହୁ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏକାଧିକ ପଦବୀ ପାଇଁ ମନୋନୀତ ହେବେ। ଏକାଧିକ ପଦବୀ ସହିତ ଦୀର୍ଘ ସମୟ ପରେ ବିଭାଗ ଦ୍ୱାରା ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ତେବେ ଆଶାୟୀମାନେ ନାବାର୍ଡର ସରକାରୀ ୱେବସାଇଟରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଅଧ୍ୟୟନ କରିବା ସହିତ ଜରୁରୀ ତାରିଖ ଓ ଉପଯୁକ୍ତ ପଦବୀ ସମ୍ପର୍କରେ ସୂଚନା ହାସଲ କରିବାରିବେ। ଏହା ସହିତ ଯେଉଁ ପଦବୀ ପାଇଁ ଯୋଗ୍ୟତା ରହିଥିବ ସେହି ପଦବୀରେ ଆବେଦନ କରିପାରିବେ। 

ନାବାର୍ଡରେ ଚାକିରି ସୁଯୋଗ
ନାବାର୍ଡର ଏହି ବିଜ୍ଞପ୍ତି ସରକାରୀ ଚାକିରି ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ। ଏହି ପଦବୀରେ ଯୋଗ୍ୟ ପ୍ରାର୍ଥିଙ୍କୁ ଏକ ମୋଟାଅଙ୍କର ଦରମା ପ୍ରଦାନ କରିବ। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସବୁ ପଦବୀ ପାଇଁ ନିଜର ପରଫରମାନ୍ସକୁ ଆଧାର କରି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମନୋନିତ କରାଯିବ। ମୋଟା ଅଙ୍କର ଦରମା ସହିତ ଏକାଧିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଏଠାରେ କହି ରଖୁକି ଏହି ପଦବୀ ପାଇଁ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ସବୁ ପଦ ପାଇଁ ୨୦୨୫ରେ ପୁରଣ କରାଯିବ। 

ଆଶାୟୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା

  • ଆଶାୟୀମାନଙ୍କର ନ୍ୟୁନତମ ଯୋଗ୍ୟତା ସ୍ନାତକ ବା ଗ୍ରାଜୁଏସନ ହେବା ଜରୁରୀ
  • ଏହା ସହିତ ବିଟେକ ଓ ଏମ. ଟେକ ଡିଗ୍ରୀ ହେବା ଜରୁରୀ। 
  • କିଛି ପଦ ପାଇଁ ଏମସିଏ କିମ୍ବା ଏମଏସଡବ୍ଲ୍ୟୁ ହେବା ଜରୁରୀ। 
  • ତେବେ ସବିଶେଷ ସୁଚନା ପାଇଁ ଆପଣ ଜାରି ହୋଇଥିବା ବିଜ୍ଞପ୍ତି ଦେଖିପାରିବେ। 

ଆବେଦନ ପାଇଁ ଶୁଳ୍କ
ନାବାର୍ଡ ପକ୍ଷରୁ ଜାରି ହୋଇଥିବା ଏହି ପଦବୀ ପାଇଁ ଆପଣଙ୍କୁ ଆବେଦନ ଶୁଳ୍କ ଦେବାକୁ ହେବ। ତେବେ ଏଠାରେ କହି ରଖୁକି ଜାରି ହୋଇଥିବା ବିଜ୍ଞପ୍ତି ପାଇଁ ସଂରକ୍ଷିତ ବର୍ଗଙ୍କ ପାଇଁ ୧୫୦ ଟଙ୍କା ରହିଥିବା ବେଳେ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୮୫୦ ଟଙ୍କା ରହିଛି। 

ବୟସସୀମା
ନାବାର୍ଡରେ ଚାକିରି ପାଇଁ ଜାରି ହୋଇଥିବା ବିଜ୍ଞପ୍ତି ପାଇଁ ସର୍ବନିମ୍ନ ବୟସ ସୀମା ୨୪ ବର୍ଷ ହେବା ଜରୁରୀ। ୨୪ ବର୍ଷରୁ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଆଶାୟୀ ଆବେଦନ କରିପାରିବେ। ଏହି ବୟସ ସଂଖ୍ୟା ଶେଷ ତାରିଖକୁ ଆଧାର କରି ନାବାର୍ଡ ଦ୍ୱାରା ଯୋଗ୍ୟ ବିବେଚିତ କରାଯିବ। 

ଚୟନ ପ୍ରକ୍ରିୟା
ନାବାର୍ଡ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଚୟନ ପ୍ରକ୍ରିୟା ମୁଖ୍ୟତଃ ସାକ୍ଷାତକାର ଉପରେ ଆଧାରିତ। କେବଳ ସେହି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସାକ୍ଷାତକାର ପାଇଁ ନିମନ୍ତ୍ରଣ କରାଯିବ ଯାହାର ସମସ୍ତ ଆବଶ୍ୟକୀୟ ଡିଗ୍ରୀ ଅଛି। ସାକ୍ଷାତକାରରେ ମନୋନୀତ ହେବା ପରେ ସେମାନଙ୍କୁ ଖାଲି ପଦରେ ନିଯୁକ୍ତ କରାଯିବ।

ବେତନ
ନାବାର୍ଡ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ନିଯୁକ୍ତ କର୍ମଚାରୀଙ୍କ ଦରମା ବାର୍ଷିକ ପ୍ୟାକେଜ୍ ଆକାରରେ ଦିଆଯାଏ। ବିଭାଗର ସର୍ବନିମ୍ନ ଦରମା ବାର୍ଷିକ ୬ ଲକ୍ଷ ଟଙ୍କା ରହିଛି। ସେହିପରି ପ୍ରମୁଖ ପଦବୀ ପାଇଁ କର୍ମଚାରୀଙ୍କ ଦରମା ବାର୍ଷିକ ପ୍ୟାକେଜ୍ ୩୬ ଲକ୍ଷ ପର୍ଯ୍ୟନ୍ତ ସ୍ଥିର ହୋଇଛି। ବେତନ ସମ୍ବନ୍ଧୀୟ ମୁଖ୍ୟ ସୂଚନା ଆପଣ ବିଭାଗର ପୋର୍ଟାଲରେ ବିସ୍ତୃତ ଭାବରେ ଜାଣିପାରିବେ।

କିପରି କରିପାରିବେ ଆବେଦନ
ଏହି ପଦବୀ ପାଇଁ ଆପଣଙ୍କୁ ପ୍ରଥମେ ନାବାର୍ଡର ସରକାରୀ ୱେବସାଇଟକୁ ଯିବାକୁ ହେବ। ସେଠାରେ ହୋମ ପେଜରେ 'କ୍ୟାରିୟର' ବିକଳ୍ପକୁ ବାଛନ୍ତୁ। ଏହା ପରେ ଅନଲାଇନ ପେଜରେ ଆବେଦନ ପାଇଁ ଥିବା ବିକଳ୍ପକୁ ବାଛିବାକୁ ହେବ। ପରେ ଏଠାରେ ପଞ୍ଜିକରଣ ପାଇଁ ଥିବା ଅପସନରେ ଆପଣ ଆବେଦନ କରିବାକୁ ହେବ। ଏହି ସମୟରେ ଆବଶ୍ୟକ ସମସ୍ତ ସୂଚନା ପ୍ରଦାନ କରିବାକୁ ହେବ। ଏହା ପରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ସବମିଟ କରିବାକୁ ହେବ। ସବମିଟ କରିଦେଲେ ଆପଣଙ୍କର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। 

Read More
{}{}