NCL Technician Bharti 2025: NCLରେ ଟେକ୍ନିସିଆନ୍ ପଦବୀ ପାଇଁ ଖାଲି ପଦବୀ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ହୋଇଛି । ଯଦି ଆପଣ ଉକ୍ତ ଖାଲି ଥିବା ପଦବୀ ପାଇଁ ନିଜକୁ ଯୋଗ୍ୟ ଭାବୁଛନ୍ତି, ତେବେ ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆପଣଙ୍କୁ କହିରଖୁଛୁ ଯେ, ଆବେଦନ ଫର୍ମ ପୂରଣର ଶେଷ ତାରିଖ ରହିଛି ୧୦ ମଇ ୨୦୨୫ । ଏହି ଖାଲି ପଦବୀ ମାଧ୍ୟମରେ ମୋଟ ୨୦୦ଟି ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଭର୍ତ୍ତି କରାଯିବ । ଆବେଦନ ଫର୍ମ ପୂରଣ କରିବା ପାଇଁ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନଙ୍କୁ ସରକାରୀ ୱେବସାଇଟ୍ nclcil.in ଭିଜିଟ୍ କରିବାକୁ ପଡିବ। ତେବେ ଆସନ୍ତୁ ଯୋଗ୍ୟତା ସମ୍ବନ୍ଧୀୟ ବିସ୍ତୃତ ସୂଚନା ସମ୍ପର୍କରେ ଜାଣିବା ।
ଶିକ୍ଷାଗତ ଯୋଗ୍ୟତା
NCLରେ ବାହାରିଥିବା ବିଭିନ୍ନ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ଦଶମ ପାସ୍ ସହିତ ITI ପାଠ୍ୟକ୍ରମରେ ଡିଗ୍ରୀ ମଧ୍ୟ ରହିଥିବା ଆବଶ୍ୟକ। ସମ୍ପୂର୍ଣ୍ଣ ବିବରଣୀ ପାଇଁ ଆପଣ ଅଫିସିଆଲ ଭାବେ ଜାରି କରାଯାଇଥିବା ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଯେଉଁଥିରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ମଧ୍ୟରେ ରହିଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ଛାଡ଼ କରାଯିବ । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ, ଟେକ୍ନିସିଆନ୍ ଫିଟର (ପ୍ରଶିକ୍ଷାର୍ଥୀ), ଟେକ୍ନିସିଆନ୍ ଇଲେକ୍ଟ୍ରିସିଆନ୍ (ପ୍ରଶିକ୍ଷାର୍ଥୀ) ଏବଂ ଟେକ୍ନିସିଆନ୍ ୱେଲ୍ଡର୍ (ପ୍ରଶିକ୍ଷାର୍ଥୀ) ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।
କେଉଁ ଟ୍ରେଡ୍ ପାଇଁ କେତେ ପଦବୀ ?
ଆପଣଙ୍କୁ କହିରଖୁଛୁ ଯେ, ଟେକ୍ନିସିଆନ୍ ଫିଟର (ପ୍ରଶିକ୍ଷାର୍ଥୀ) ପାଇଁ ୯୫ ଗୋଟି ପଦବୀ ରହିଥିବାବେଳେ ଟେକ୍ନିସିଆନ୍ ଇଲେକ୍ଟ୍ରିସିଆନ୍ (ପ୍ରଶିକ୍ଷାର୍ଥୀ) ପାଇଁ ୯୫ ଗୋଟି ପଦବୀ ରହିଛି, ଏବଂ ଟେକ୍ନିସିଆନ୍ ୱେଲଡର (ପ୍ରଶିକ୍ଷାର୍ଥୀ) ପାଇଁ ୧୦ ଗୋଟି ପଦବୀ ରହିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।
ଆବେଦନ ଦେୟ
ଆପଣ ଏହା ମଧ୍ୟ ଜାଣିରଖିବା ଆବଶ୍ୟକ ଯେ, ଅଣସଂରକ୍ଷିତ, OBC-NCL ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫର୍ମ ଦାଖଲ କରିବା ପାଇଁ ୧୧୮୦ ଟଙ୍କା ଫି ବାବାଦକୁ ଦେବାକୁ ପଡିବ । ଏଥିସହ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, SC, ST, ESM ଏବଂ PWD ବିଭାଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଆପଣଙ୍କ ଜାଣିବା ପାଇଁ ପ୍ରଦାନ କରାଯାଇଛି। ଆପଣଙ୍କର କୌଣସି ଆପତ୍ତି ପାଇଁ ZEE ODISHA NEWS କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ । ଆପଣ ନିଜ ପକ୍ଷରୁ ସତ୍ୟାସତ୍ୟ ଅନୁସନ୍ଧାନ କରି ଆବେଦନ କରିବା ଆବଶ୍ୟକ । ଏଥିସହ ଏହା ମଧ୍ୟ ଜାଣିରଖନ୍ତୁ ଯେ, ଯଦି ଆପଣଙ୍କୁ କେହି ଚାକିରି ବାବଦକୁ ଟଙ୍କା ଲାଞ୍ଚ ମାଗୁଛନ୍ତି ତେବେ ସେ ସମ୍ପର୍କରେ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଇନର ସହାୟତା ନିଅନ୍ତୁ ।
Also Read- ୨ ହଜାରରୁ ଅଧିକ UPI କାରବାର ଉପରେ GST ଲାଗୁ କଥା ସତ ନା ମିଛ ? ଜାଣନ୍ତୁ କଣ କହିଲା ଅର୍ଥ ମନ୍ତ୍ରଣାଳୟ
Also Read- Weather News: ଆସୁଛି ଗୋଟିଏ ପରେ ଗୋଟିଏ କାଳବୈଶାଖି, ଡ଼ରେଇଦେବ ପାଣିପାଗ ବିଭାଗର ୱାର୍ଣ୍ଣିଂ