Hindi News >>Home >>Odisha Education And Job

NEET 2025 Result: ପ୍ରକାଶ ପାଇଲା ନିଟ ରେଜଲ୍ଟ, ସ୍ନେହାଶିଷ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ-୨୦୨୫ର ପରୀକ୍ଷା ଫଳ। ଓଡ଼ିଶାର ସ୍ନେହାଶିଷ ଦାସ ମୋଟ ୯୯.୯୯ ପ୍ରତିଶତ ମାର୍କ ରଖି ୬୦ତମ ସ୍ଥାନରେ ରହି ରାଜ୍ୟ ଟପ୍ପର ହୋଇଛନ୍ତି। ଓଡ଼ିଶାରୁ ମୋଟ ୫୯ ହଜାର ୨୩୮ ଜଣ ପରୀକ୍ଷା ଦେଇଥିବା ବେଳେ ମୋଟ ୩୧ ହଜାର ୬୭୩ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ବର୍ଷ ତୁଳନାରେ ମଧ୍ୟ ଚଳିତ ବର୍ଷ କମ ପରୀକ୍ଷାର୍ଥୀ ଏହ

Advertisement
NEET 2025 Result: ପ୍ରକାଶ ପାଇଲା ନିଟ ରେଜଲ୍ଟ, ସ୍ନେହାଶିଷ ଓଡ଼ିଶା ଟପ୍ପର
Prabhudatta Moharana|Updated: Jun 14, 2025, 02:10 PM IST
Share

NEET 2025 Result: ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ-୨୦୨୫ର ପରୀକ୍ଷା ଫଳ। ଓଡ଼ିଶାର ସ୍ନେହାଶିଷ ଦାସ ମୋଟ ୯୯.୯୯ ପ୍ରତିଶତ ମାର୍କ ରଖି ୬୦ତମ ସ୍ଥାନରେ ରହି ରାଜ୍ୟ ଟପ୍ପର ହୋଇଛନ୍ତି। ଓଡ଼ିଶାରୁ ମୋଟ ୫୯ ହଜାର ୨୩୮ ଜଣ ପରୀକ୍ଷା ଦେଇଥିବା ବେଳେ ମୋଟ ୩୧ ହଜାର ୬୭୩ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ବର୍ଷ ତୁଳନାରେ ମଧ୍ୟ ଚଳିତ ବର୍ଷ କମ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ୬୧ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ମାତ୍ର ୫୯ ହଜାର ୨୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୩୧ ହଜାର ୬୭୩ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସର୍ବଭାରତୀୟ ସ୍ତରରେ ରାଜସ୍ଥାନର ମହେଶ କୁମାର ୯୯.୯୯ ପ୍ରତିଶତ ମାର୍କ ରଖି ଶୀର୍ଷରେ ରହିଛନ୍ତି। 

ସେପଟେ ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ପାଇଁ ମୋଟ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ମୋଟ ୧୨୩୬୫୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀ ମାନେ neet.nta.nic.in ୱେବସାଇଟକୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ। ଏଥିରେ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ୫ ଲକ୍ଷ ୧୪ ହଜାର ୬୩ ଜଣ ଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଲକ୍ଷ ୨୨ ହଜାର ୪୬୨ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।  

ଏଠାରେ କହି ରଖୁ କି ଗତବର୍ଷ ୨୦୨୪ ତୁଳନାରେ ଚଳିତ ବର୍ଷ କମ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ଚଳିତ ବର୍ଷ ମୋଟ ୨୨ ଲକ୍ଷ ୭୬ ହଜାର ୬୯ ଜଣ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ସର୍ବାଧିକ ୧୮ ଲକ୍ଷ ୨୨ ହଜାର ୪୧୦ ଜଣ ଇଂରାଜୀ ଭାଷାରେ ଆବେଦନ କରିଥିଲେ। ସେହିପରି ୮୧୨ ଜଣ ଓଡ଼ିଆ ଭାଷାରେ ଆବେଦନ କରିଥିଲେ। ମୋଟ ଆବେଦନକାରୀଙ୍କ ମଧ୍ୟରେ ୯୩୭୪୧୧ ଜଣ ପୁଅ ରହିଥିବା ବେଳେ ୧୨୭୧୮୯୬ ଜଣ ଝିଅ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  ଏମାନଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ୯ ହଜାର ୩୧୮ ଜଣ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୨ ଲକ୍ଷ ୩୬ ହଜାର ୫୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫ ଲକ୍ଷ ୧୪ ହଜାର ୬୩ ଜଣ ଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଲକ୍ଷ ୨୨ ହଜାର ୪୬୨ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।  

ସେହିପରି ୧୨ ଲକ୍ଷ ୩୪ ହଜାର ୯୯୧ ଜଣ ଭାରତୀୟ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୨୯ ଜଣ ବିଦେଶୀ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୪୦୫ ଜଣ ଏନଆରଆଇ ଓ ୬୦୬ ଓସିଆଇ ବର୍ଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

Read More
{}{}