Home >>Odisha Education And Job

NEET-UG Exam 2024: ନିଟ୍ ପରୀକ୍ଷା ଦେଉଥିଲେ ଝିଅମାନେ ପିନ୍ଧନ୍ତୁନି ଏହି ପୋଷାକ, ନଚେତ୍ ପରୀକ୍ଷା କେନ୍ଦ୍ରରୁ...

Odisha News: ଆଜି ନିଟ୍-ୟୁଜି ପରୀକ୍ଷା। ଦେଶର ୨୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ପଢନ୍ତୁ ପୂରା ଖବର..

Advertisement
NEET-UG Exam 2024: ନିଟ୍ ପରୀକ୍ଷା ଦେଉଥିଲେ ଝିଅମାନେ ପିନ୍ଧନ୍ତୁନି ଏହି ପୋଷାକ, ନଚେତ୍ ପରୀକ୍ଷା କେନ୍ଦ୍ରରୁ...
Narmada Behera|Updated: May 05, 2024, 08:25 AM IST
Share

Odisha News: ଆଜି ନିଟ୍-ୟୁଜି ପରୀକ୍ଷା। ଦେଶର ୨୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ୫୫୭ଟି ସହରରେ ପରୀକ୍ଷା କରାଯିବ।  ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ  ପରୀକ୍ଷାର ର ସମୟ ରହିଛି। ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।  ଜାତୀୟ ଶିକ୍ଷା ନୀତି ୨୦୨୦କୁ ଗୁରୁତ୍ବ ଦେଇ ନିଟ୍-ୟୁଜି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ। ଚଳିତ ବର୍ଷ ପରୀକ୍ଷାରେ କପି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଲାଗୁ  କରାଯିବ।  ଉଭୟ ପରୀକ୍ଷାର୍ଥୀ  ଓ ନୀରିକ୍ଷକଙ୍କ ପାଇଁ ବାୟୋମେଟ୍ରିତ୍ ଯାଞ୍ଚ କରାଯିବ। ଫ୍ଲାଇଙ୍ଗ୍ ସ୍ବାର୍ଡ଼ ପରିଦର୍ଶନ କରିବା ସହ  ଏଆଇ ଚୁଲର୍ ବ୍ୟବହାର କରାଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପରେ  ଏବଂ ଶେଷ ଅଧଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍ ଦିଆଯିବ ନାହିଁ।  ଜୁନ୍ ୧୪ରେ ଏନଟିଏ ଓ୍ବେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇବ। ସମସ୍ତ ଏନଟିଏ ଓ୍ବେବସାଇଟ୍ WWW.nta.ac.inରେ ରହିଛି। 

ଏହାବି ପଢନ୍ତୁ :​ Shukra Nakshatra Parivartan 2024: ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର, ଧନବାନ୍ ହେବେ ଏହି ସବୁ ରାଶି

ନିଟ୍ ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଓ ଡ୍ରେସ୍ କୋଡ୍ ଜାରି କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଏହି ଡ୍ରେସ କୋଡକୁ ଫଲୋ ନ କରିବେ । ସେମାନଙ୍କୁ କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ପୁଅ ଏବଂ ଝିଅମାନଙ୍କ ପାଇଁ ପୃଥକ ଭାବରେ ନିଟ୍ ୨୦୨୪ ଡ୍ରେସ୍ କୋଡ୍ ଜାରି କରାଯାଇଛି। ନିଟ୍ ୟୁଜି ପରୀକ୍ଷା ଦେବାକୁ ଯାଉଥିବା ପୁଅମାନଙ୍କୁ ଅଧା ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ଏବଂ ଚପଲ ପିନ୍ଧିବାକୁ ପଡ଼ିବ। ଝିଅମାନଙ୍କ ପାଇଁ ଆସେସୋରିଜ୍ ଏବଂ ଅଳଙ୍କାରକୁ ନା କହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ହାଲୁକା ପୋଷାକ ସହିତ ହିଲ୍ ଥିବା ଏବଂ ଜୋତା ପିନ୍ଧି ଯିବା ବାଧ୍ୟତାମୂଳକ ହୋଇଛି। ଝିଅମାନଙ୍କୁ କୁର୍ତ୍ତି ପିନ୍ଧିବାକୁ ଅନୁମତି ଦିଆଯାଇ ନାହିଁ। ଏହା ସହିତ ସାଙ୍ଗରେ କୌଣସି ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

 

 

Read More
{}{}