Home >>Odisha Education And Job

NEP 2020: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ନୂଆଦିଲ୍ଲୀ: ଓଡିଶାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟରେ ଲାଗୁ କରାଯିବ। ରାଜ୍ୟ ସରକାର ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହ ସ୍ଥାନୀୟ ପ୍ରସଙ୍ଗକୁ ଭିତ୍ତି କରି ପାଠ୍ୟକ୍ରମ ପ୍ରସ୍ତୁତ କରିବେ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ

Advertisement
NEP 2020: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି
Prabhudatta Moharana|Updated: Jan 16, 2025, 11:48 AM IST
Share

NEP 2020: ନୂଆଦିଲ୍ଲୀ: ଓଡିଶାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟରେ ଲାଗୁ କରାଯିବ। ରାଜ୍ୟ ସରକାର ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହ ସ୍ଥାନୀୟ ପ୍ରସଙ୍ଗକୁ ଭିତ୍ତି କରି ପାଠ୍ୟକ୍ରମ ପ୍ରସ୍ତୁତ କରିବେ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଜାତୀୟ ଶିକ୍ଷାନୀତି-୨୦୨୦କୁ ୨୦୨୫-୨୬ ଶିକ୍ଷାବର୍ଷରୁ ଲାଗୁ କରାଯିବ। ଏହାକୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ। ପ୍ରଥମେ ପ୍ରାରମ୍ଭ/ମୌଳିକ ପର୍ଯ୍ୟାୟରେ ଲାଗୁ କରାଯିବ। ପରେ ପର୍ଯ୍ୟାୟର କ୍ରମେ ପ୍ରସ୍ତୁତି, ମଧ୍ୟ ଓ ମାଧ୍ୟମିକ ପର୍ଯ୍ୟାୟରେ ଲାଗୁ କରାଯିବାକୁ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

ଜାତୀୟ ଶିକ୍ଷା ନୀତି ଲାଗୁ ନିମନ୍ତେ ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ କନକ୍ଲେଭର ଆୟୋଜନ କରାଯିବ। ଏଥିରେ କେନ୍ଦ୍ର ଶିକ୍ଷା ସଚିବ, ଏନସିଇଆରଟି ନିର୍ଦ୍ଦେଶକ, ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା ବିଶେଷଜ୍ଞ, ଏସସିଇଆରଟି ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରତିନିଧି ଯୋଗ ଦେବେ। ଏହି ନୀତି ଅନୁଯାୟୀ ବିଦ୍ୟାଳୟ ଶିକ୍ଷାରେ ବର୍ତ୍ତମାନ ଥିବା ଦଶମ ଓ ଯୁକ୍ତ ୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ବିଦ୍ୟାଳୟ ପାଠ୍ୟକ୍ରମ ଓ ଶିକ୍ଷାଦାନକୁ ନୂତନ ୫+୩+୩+୪ ଢାଞ୍ଚାରେ ପୁନର୍ଗଠନ କରାଯିବ। ପ୍ରାରମ୍ଭ ଓ ମୌଳିକକୁ ୫ ବର୍ଷ ରଖାଯାଇଛି। ବୟସର ବିଭିନ୍ନ ପର୍ୟ୍ୟାୟରେ ଶିକ୍ଷାର୍ଥୀଙ୍କ ବିକାଶର ଭିନ୍ନ ଭିନ୍ନ ଅବସ୍ଥା ଆଧାରରେ ସେମାନଙ୍କ ଆବଶ୍ୟକତା ଓ ଆଗ୍ରହକୁ ଉଚିତ ଦୃଷ୍ଟି ଦିଆଯିବ। 

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ନୂତନ ଶିକ୍ଷାନୀତି (ନୂତନ ଶିକ୍ଷା ନୀତି-2023)ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି: 

୫ ବର୍ଷ ମୌଳିକ ବା ଆଧାରଭୂତ ଶିକ୍ଷା
1. ନର୍ସରୀ ୪ ବର୍ଷ ବୟସରେ ଆରମ୍ଭ ହେବ।
2. ଜୁନିୟର କେଜି ୫ ବର୍ଷ ବୟସରେ ଆରମ୍ଭ ହେବ। 
3. ସିନିୟର କେଜି ୬ ବର୍ଷ ବୟସରେ ଆରମ୍ଭ ହେବ। 
4. ପ୍ରଥମ ଶ୍ରେଣୀ ୭ ବର୍ଷ ବୟସରେ ଆରମ୍ଭ ହେବ। 
5. ଦ୍ୱିତୀୟ ଶ୍ରେଣୀ ୮ ବର୍ଷ ବୟସରେ ଆରମ୍ଭ ହେବ। 

୩ ବର୍ଷ ପ୍ରସ୍ତୁତି
6. ତୃତୀୟ ଶ୍ରେଣୀ ୯ ବର୍ଷ ବୟସରେ
7. ଚତୁର୍ଥ ଶ୍ରେଣୀ ୧୦ ବର୍ଷ ବୟସରେ
8. ପଞ୍ଚମ ଶ୍ରେଣୀ ୧୧ ବର୍ଷ ବୟସରେ 

୩ ବର୍ଷ ମଧ୍ୟମ
9. ଷଷ୍ଠ ଶ୍ରେଣୀ ୧୨ ବର୍ଷ ବୟସରେ
10.ସପ୍ତମ ଶ୍ରେଣୀ ୧୩ ବର୍ଷ ବୟସରେ
11.ଅଷ୍ଟମ ଶ୍ରେଣୀ ୧୪ ବର୍ଷ ବୟସରେ 

୪ ବର୍ଷ ମାଧ୍ୟମିକ
12. ନବମ ଶ୍ରେଣୀ ୧୫ ବର୍ଷ ବୟସରେ
13. ଦଶମ ଶ୍ରେଣୀ (SSC) ୧୬ ବର୍ଷ ବୟସରେ
14.ଏକାଦଶ ଶ୍ରେଣୀ (FYJC) ୧୭ ବର୍ଷ ବୟସରେ
15.ଦ୍ୱାଦଶ ଶ୍ରେଣୀ (SYJC) ୧୮ ବର୍ଷ ବୟସରେ 

Read More
{}{}