Hindi News >>Home >>Odisha Education And Job

ଅନିୟମିତତା ଜାଣିବା ପରେ NTA ରଦ୍ଦ କଲା UGC NET ପରୀକ୍ଷା, ତଦନ୍ତ କରିବ CBI

UGC NET Cancelled: ଅନିୟମିତତା ହେତୁ UGC NET ପରୀକ୍ଷା ବାତିଲ କରାଯାଇଛି। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ UGC NET ପୁନର୍ବାର ନୂଆ ରୂପରେ ପରିଚାଳିତ ହେବ।  

Advertisement
UGC NET Cancelled
UGC NET Cancelled
Jagdish Barik|Updated: Jun 19, 2024, 10:51 PM IST
Share

UGC NET ପରୀକ୍ଷାରେ ଅନିୟମିତତା ପଦାକୁ ଆସିବା ପରେ NTA ପରୀକ୍ଷାକୁ ବାତିଲ କରିଦେଇଛି। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ UGC NET ପୁନର୍ବାର ନୂଆ କରି ଆୟୋଜନ ହେବ। ପରୀକ୍ଷାର ଅଖଣ୍ଡତା ସହ ଜଡିତ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପରୀକ୍ଷାର ସ୍ୱଚ୍ଛତା କ୍ଷୁର୍ଣ୍ଣ ହୋଇଛି ତେଣୁ ଏନ୍.ଟି.ଟି ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ୧୮ ଜୁନ୍ ୨୦୨୪ ରେ ପରୀକ୍ଷା କରାଯାଇଥିଲା।

ଦେଶର ୩୧୭ଟି ସହରରେ ମଙ୍ଗଳବାର ଦିନ ଅନୁଷ୍ଠିତ UGC-NET ପରୀକ୍ଷା ପାଇଁ ୧୧.୨୧ ଲକ୍ଷରୁ ଅଧିକ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୮୧ ପ୍ରତିଶତ ହାଜର ହୋଇଥିଲେ। ୧୧,୨୧,୨୨୫ ପ୍ରାର୍ଥୀଙ୍କ ପାଇଁ ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। NTA ୮୩ଟି ବିଷୟ ଉପରେ UGC NET ପରିଚାଳନା କରିଥିଲା।

UGC NET ପରୀକ୍ଷା ବର୍ଷକୁ ଦୁଇଥର ଜୁନିଅର ପ୍ରଫେସର ଫେଲୋସିପ୍ ଏବଂ ଦେଶର ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ କରାଯାଏ। ଏଥର UGC NET ସ୍କୋରକୁ ମଧ୍ୟ PhD ପାଇଁ ପ୍ରବେଶିକା ପରୀକ୍ଷା ଭାବରେ ଗ୍ରହଣ କରାଯିବ।

Read More
{}{}