JEE Main Result 2025: ପ୍ରତିକ୍ଷାର ଘଟିଲା ଅନ୍ତ। ପ୍ରକାଶ ପାଇଲା JEE ମେନ୍ ୨୦୨୫ ପରୀକ୍ଷା ଫଳ । (National Testing Agency)ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ୨୪ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ମାର୍କ । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ।
ଏମିତି ଦେଖନ୍ତୁ ରେଜଲ୍ଟ:-
1-JEEର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in Visit କରନ୍ତୁ
2-ହୋମପେଜରେ ଥିବା “JEE ମେନ ରେଜଲ୍ଟ 2025” ଲିଙ୍କ ଉପରେ କ୍ଲିକ୍ କରନ୍ତୁ
3-ଆପଣଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ କିମ୍ବା ଜନ୍ମ ତାରିଖ ପ୍ରବେଶ କରନ୍ତୁ
4-ଏହା ପରେ, “ସବମିଟ୍” ଉପରେ କ୍ଲିକ୍ କରିବା ମାତ୍ରେ ଫଳାଫଳ ସ୍କ୍ରିନରେ ଦେଖାଯିବ
5-ରେଜଲ୍ଟ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ
ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ପ୍ରକାଶ :-
ଜେଇଇ ମେନ୍ ୨୦୨୪ର ପ୍ରକାଶିତ ଫଳାଫଳ ସହିତ,JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ମଧ୍ୟ ଘୋଷଣା କରାଯାଇଛି। ଜେଇଇ ଆଡଭାନ୍ସଡ୍ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୯୩.୧୦ ପ୍ରତିଶତ ନମ୍ବର ରଖିବାକୁ ପଡିବ। ସେହିପରି,EWS ବର୍ଗ ପାଇଁ କଟଅଫ୍ ୮୦.୩୮,OBC ପାଇଁ ୭୯.୪୩, SC ପାଇଁ ୬୧.୧୫ ରହିଛି ।