Home >>Odisha Education And Job

Odisha Adarsha Vidyalaya: ଓଏଭିରେ ଏକାଦଶ ଶ୍ରେଣୀ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ,ଜାଣନ୍ତୁ ନାମଲେଖାର ଲାଷ୍ଟ ଡେଟ୍ କେବେ?

Odisha Adarsha Vidyalaya: ଚଳିତ ଶିକ୍ଷାବର୍ଷ ( ୨୦୨୫-୨୬) ପାଇଁ ଓଡ଼ିଶା ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଓଏଭି)ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୮ ତାରିଖ ଯାଏ ଆବେଦନ ସୁଯୋଗ ମିଳିବ। ୨୧ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। 

Advertisement
Odisha Adarsha Vidyalaya: ଓଏଭିରେ ଏକାଦଶ ଶ୍ରେଣୀ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ,ଜାଣନ୍ତୁ ନାମଲେଖାର ଲାଷ୍ଟ ଡେଟ୍ କେବେ?
Narmada Behera|Updated: Jun 07, 2025, 09:40 AM IST
Share

Odisha Adarsha Vidyalaya: ଚଳିତ ଶିକ୍ଷାବର୍ଷ ( ୨୦୨୫-୨୬) ପାଇଁ ଓଡ଼ିଶା ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଓଏଭି)ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୮ ତାରିଖ ଯାଏ ଆବେଦନ ସୁଯୋଗ ମିଳିବ। ୨୧ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ସ୍ଥାନ ପାଇଥିବା ପିଲାମାନେ ଆସନ୍ତା ୨୩ ତାରିଖରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ୩୦ ତାରିଖରେ ଓ୍ବେଟିଂଲିଷ୍ଟ ପ୍ରକାଶ  ପାଇବ।  ଏଥିରେ ଥିବା ପିଲାମାନେ ଜୁଲାଇ ୧ ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ।  ରାଜ୍ୟରେ ୨୪୯ ଟି ଓଏଭିରେ ନାମଲେଖା ହେବ।

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅନୁକୂଳ,ଜାଣନ୍ତୁ ଆଜିର ରାଶିଫଳ

ALSO READ: Dwidvadash Yog 2025 : ଦ୍ବି-ଦ୍ବାଦଶ ଯୋଗ ଚମକିବ ଏହି ୫ରାଶିଙ୍କ ଭାଗ୍ୟ; ଆରମ୍ଭ ହେବ ଶୁଭ ସମୟ, ବର୍ଷ ସାରା ହେବ ଧନବର୍ଷା!

 

 

 ବିଜ୍ଞାନ, ବାଣିଜ୍ୟରେ ନାମଲେଖା ହେବ। ପ୍ରତି ଓଏଭିରେ ଉଭୟ ବିଷୟ ପାଇଁ ୮୦ ଟି ଲେଖାଏଁ ସିଟ୍ ରହିଛି।  ୨ଟି ସେକ୍ସନରେ ପାଠପଢା  ହେବ। ଗୋଟିଏ ସକ୍ସନରେ ୪୦ ଜଣ ଛାତ୍ରଛାତ୍ରୀ ରହିବେ।  ବିଜ୍ଞାନ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ସାଧାରଣ ବର୍ଗ, ଓବିସି, ସାଧାରଣ ବର୍ଗ, ଏସଇବିସି ବର୍ଗର ଶିକ୍ଷାର୍ଥୀମାନେ ସର୍ବନିମ୍ନ ୫୫ ପ୍ରତିଶତ ସହ ବିଜ୍ଞାନ ଓ ଗଣିତରେ ସର୍ବନିମ୍ନ  ୫୦ ମାର୍କ ରଖିଥିବା ଆବଶ୍ୟକ।  ସେହିପରି, ଏସସି/ ଏସଟି ବର୍ଗର ଶିକ୍ଷାର୍ଥୀମାନେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହ ଗଣିତ ଓ ବିଜ୍ଞାନରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖିଥିଲେ ନାମଲେଖା ପାଇଁ ସୁଯୋଗ ମିଳିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼( ସିବିଏସି) ଗାଇଡ଼ ଲାଇନ୍ ଅନୁଯାୟୀ ନାମଲେଖା ହେବ। ଏଥିସହ  ଓଏଭିର ନିଜସ୍ବ ଗାଇଡ଼ଲାଇନ୍ ମଧ୍ୟ ପ୍ରକାଶ ପାଇଛି।  ଏନେଇ ସମସ୍ତ ସୂଚନା  ଓଏଭି ଓ୍ବେବସାଇଟ୍ https://oav.edu.in/ରେ ଉପଲବ୍ଧ ରହିଛି। 

Read More
{}{}