Home >>Odisha Education And Job

Odisha News: ଆଜି ମାଟ୍ରିକ୍ ଓ +୨ ପରୀକ୍ଷା ଫଳ, ଜାଣନ୍ତୁ କେଉଁ ସମୟରେ ପ୍ରକାଶ ପାଇବ ରେଜଲ୍ଟ?

Odisha Matric and plus two result 2024: ଆଜି  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।  

Advertisement
Odisha News: ଆଜି ମାଟ୍ରିକ୍ ଓ +୨ ପରୀକ୍ଷା ଫଳ, ଜାଣନ୍ତୁ କେଉଁ ସମୟରେ ପ୍ରକାଶ ପାଇବ ରେଜଲ୍ଟ?
Narmada Behera|Updated: May 26, 2024, 07:41 AM IST
Share

Odisha Matric and plus two result 2024: ଆଜି  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।  କଟକ ବଜ୍ରକବାଟି ରୋଡ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ ପରେ  ଦିନ ୧୧ଟା ୩୦ ରେ ବୋର୍ଡ଼ ଓ୍ବେବସାଇଟ୍ www.bseodisha.ac.in ରୁ ପରୀକ୍ଷାର୍ଥୀମାନେ  ଅନଲାଇନରେ ଫଳ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ପରୀକ୍ଷାଫଳ ଜାଣିବା ଲାଗି ରାଜ୍ୟରେ ସାଢେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚାହିଁ ବସିଛନ୍ତି। 

ALSO READ: Weather Update: ଆଜି ଲ୍ୟାଣ୍ତଫଲ୍ କରିବ ବାତ୍ୟା 'ରେମାଲ୍', ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବହିବ ପବନ

ସେହିପରି ସଂସ୍କୃତ ମଧ୍ୟମା ଓ ଷ୍ଟେଟ୍ ଓପେନ୍ ସ୍କୁଲ୍ ସାର୍ଟିପିକେଟ୍ ( ଏସଓଏସସି୍) ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି  ଉକଣ୍ଠାର ସହ ଅପେକ୍ଷା କରିଛନ୍ତି।  ଚଳିତ ଥର ସିବିଏସଇ ପରୀକ୍ଷାଫଳ ହାର ୯୩.୬ ପ୍ରତିଶତ  ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ର ପରିଚାଳନା ମାଟ୍ରିକର ପାସ୍ ହାର ଏଥର ୯୬  % ରୁ ଅଧିକ ହୋଇଥିବାର ବିଶେଷ ସୂତ୍ରରୁ ଜଣାପଡିଛି। 

ସେହିପରି ଅପରାହ୍ନ ୩ଟାରେ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଧାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresult.nic.inରେ ପରୀକ୍ଷା ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।  ଏଥିଲାଗି ଶିକ୍ଷାର୍ଥୀମାନେ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଇ-ସ୍ପେସ୍  ଏବଂ ଡିଜିଲକରରୁ ନିଜର ରେଜଲ୍ଟ  ଓ ମାର୍କସିଟ୍ କପି କରିପାରିବେ। ସୂଚନା ଯୋଗ୍ୟ ଚଳିତ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ଏଥିରୁ ୩ ଲକ୍ଷ ୮୨ ହଜାର ୬୦୦ ପିଲା ପରୀକ୍ଷା ଦେଇଛନ୍ତି। 

Read More
{}{}