ଭାଇରାଲ୍ ହେଉଥିବା ପ୍ରଶ୍ନ ପତ୍ର ସତ୍ୟାସତ୍ୟ ଥିବା ଜଣାପଡିବା ପରେ, ବୋର୍ଡ଼ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ଉଭୟ ପେପର-୧, ପେପର-୨ର ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ପରୀକ୍ଷାର୍ଥୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ପରୀକ୍ଷା ବାତିଲ୍ ଯୋଗୁଁ ୭୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପରୀକ୍ଷା ବାତିଲ୍ କରିବା ସହ ପରୀକ୍ଷାର ପରବର୍ତ୍ତୀ ସୂଚୀ ସମ୍ପର୍କରେ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି କୁହଯାଇଛି। ପ୍ରାଥମିକ ପରୀକ୍ଷାରେ ନିଯୋଜିତ ଇନ୍-ସର୍ଭିସ୍ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସ୍ପେଶାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ଏଥିଲାଗି ରାଜ୍ୟରେ ୩୦ ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।